Posted inଜାତୀୟ

ଅନ୍ଧବିଶ୍ୱାସ: ଭୂତ ଛଡ଼ାଇବାକୁ ଯୁବତୀଙ୍କୁ ଜବରଦସ୍ତି ମଦ, ବିଡ଼ି ପିଆଇଲେ

କୋଟ୍ଟାୟମ୍‌,୯ା୧୧:ଦେହରେ ଭୂତ ସବାର ହୋଇଛି କହି ତାକୁ ଘଉଡ଼ାଇବା ପାଇଁ ଯୁବତୀଙ୍କୁ ଜୋର୍‌ଜବରଦସ୍ତ ମଦ ଓ ବିଡ଼ି ପିଆଇଛନ୍ତି ଗ୍ରାମବାସୀ। ଏପରି କି କଳାଯାଦୁ ନାମରେ ତାଙ୍କୁ ଅନେକ ଘଣ୍ଟା ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। କେରଳର କୋଟ୍ଟାୟମ ଜିଲାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଶନିବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି।
ଗତ ସପ୍ତାହରେ ଯୁବତୀ ଜଣକ ତାଙ୍କ ପୁରୁଷବନ୍ଧୁ ଘରକୁ ଯାଇଥିଲେ। ପୁରୁଷବନ୍ଧୁଙ୍କ ମା’ ଯୁବତୀଙ୍କ ଶରୀରରେ ସମ୍ପର୍କୀୟଙ୍କ ଭୂତ ଚଢ଼ିଥିବା କହି ଜଣେ ଗୁଣିଆଙ୍କୁ ଡାକିଥିଲେ। ଗୁଣିଆ ଯୁବତୀଙ୍କ ଦେହରୁ ଭୂତ ଛଡ଼ାଇବା ପାଇଁ ପୂର୍ବାହ୍ନ ୧୧ଟାରୁ ରାତି ପର୍ଯ୍ୟନ୍ତ ଅନେକ ଘଣ୍ଟା ଧରି ତାଙ୍କୁ ନିର୍ଯାତନା ଦେଇଥିଲେ। ସେ ଯୁବତୀଙ୍କୁ ଜବରଦସ୍ତ ମଦ ଓ ବିଡ଼ି ପିଆଇବା ସହ ପବିତ୍ର ଭସ୍ମ (ପାଉଁଶ) ଖୁଆଇଥିଲେ। ଯୁବତୀଙ୍କ ମାନସିକ ଅବସ୍ଥା ଖରାପ ହେବାରୁ ସେ ସଂଜ୍ଞାହୀନ ହୋଇଯାଇଥିଲେ। ତାଙ୍କ ବାପା ଏନେଇ ଶୁକ୍ରବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଗୁଣିଆ ଶିବ ଦାସ(୫୪), ଯୁବତୀଙ୍କ ପୁରୁଷବନ୍ଧୁ ଅଖିଳ ଦାସ(୨୬) ଓ ତାଙ୍କ ୫୪ ବର୍ଷୀୟ ବାପାଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଛି। ପୁରୁଷବନ୍ଧୁଙ୍କ ମା’ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri