Posted inଫୁରସତ

ସୁପର୍‌ ଗାଡି

ଗାଡି ବିଭିନ୍ନ ପ୍ରକାରର ଥାଏ। ସେଗୁଡ଼ିକର ବୈଶିଷ୍ଟ୍ୟ ବି ଭିନ୍ନ ଭିନ୍ନ ଥାଏ। ତେବେ ଆମେ ଏଠାରେ ଏମିତି ଏକ ଗାଡି ସମ୍ପର୍କରେ କହୁଛୁ ଯାହା ବେଶ୍‌ ଅଜବ। କିନ୍ତୁ ବେଶ୍‌ ଉପଯୋଗୀ। ଫିନ୍‌ଲାଣ୍ଡର ଏକ କମ୍ପାନୀ ତିଆରି କରିଥିବା ଏହି ଗାଡିର ଅଠରଟି ଚକ ଅଛି। ଆଉ ଏହା ସମତଳ ହେଉକି ପାହାଡିଆ ସବୁ ପ୍ରକାରର ଭୂଭାଗରେ ବେଶ୍‌ ଆରାମରେ ଚାଲି ପାରେ। ଏହାର ଚକଗୁଡ଼ିକ ଛୋଟ ଛୋଟ ଓ ପ୍ରତି ଚକର ନିଜସ୍ବ ସସ୍‌ପେନ୍‌ସନ୍‌ ସିଷ୍ଟମ୍‌ ଅଛି। ଗାଡିଟି ଅଧିକ ବଡ଼ ମଧ୍ୟ ନୁହେଁ। ଯଦ୍ୱାରାକି ଭୂମି ଉପରଭାଗ ଚକରେ ଦାବି ହୋଇ ଖରାପ ହେବା ଆଶଙ୍କା ନ ଥାଏ। ଏହାର ଉନ୍ନତ ସସ୍‌ପେନ୍‌ସନ୍‌ ସିଷ୍ଟମ ପାଇଁ ଗାଡିଟି ସବୁ ପ୍ରକାରର ଭୂଭାଗରେ ଚାଲିପାରେ। ପାହାଡିଆ, ସମତଳ, କାଦୁଆ ସହ ବାଲି ଥିବା ରାସ୍ତା ସବୁଠି ଏହା ଆରାମରେ ଯାଇପାରେ। ଏମିତିକି ୧୪ ଇଞ୍ଚ ଉଚ୍ଚତାର ପଥର ଉପରେ ଗାଡିଟି ଚଢିକି ଯାଇପାରେ, ଶିଡି ମଧ୍ୟ ଚଢିପାରେ। ଏହାକୁ ଚଳାଇବା ବି ବେଶ୍‌ ସହଜ। କାରଣ ଏହାର ଆକାର ଅନ୍ୟ ଅଲ୍‌ ଟେରାନ ଭେହିକାଲ ବା ଏଟିଭିଠାରୁ ଛୋଟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?