ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ ପ୍ରାର୍ଥୀ ସୁଧାଂଶୁ ନାୟକଙ୍କ ବିରୋଧରେ ସେ ଦେଇଥିବା ଅଭିଯୋଗ ପଞ୍ଜିକୃତ କରାଯାଉନାହିଁ। ଏହି ଏତଲାକୁ ପଞ୍ଜୀକୃତ କରାଯାଇ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଡିସିପିଙ୍କୁ ଦାବି କରିଛନ୍ତି। ଡିସିପି ତାଙ୍କ ଅଭିଯୋଗ ଶୁଣି ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ସୁନିତି କହିଛନ୍ତି।
ଅଭିଯୋଗକାରିଣୀ ସୁନିତି କହିଛନ୍ତି, ଗତ ଦୁଇମାସ ହେଲା ସୁଧାଂଶୁ ତାଙ୍କୁ ଧମକ ଦେଇ ୨୦ଲକ୍ଷ ଟଙ୍କା ମାଗି ବ୍ଲାକମେଲ୍‌ କରିଛନ୍ତି। ଏହି ଟଙ୍କା ନ ଦେଲେ ତାଙ୍କ ରାଜନୈତିକ ଜୀବନ ବରଦାବ କରିଦେବେ ବୋଲି ମଧ୍ୟ ଧମକ୍‌ ଦେଇଥିଲେ। ସତକୁ ସତ ତାଙ୍କ ନାଁରେ ମିଛ ଏଫ୍‌ଆଇଆର୍‌ ଦେଇ ଦଳରୁ ନିଲମ୍ବିତ କରାଇ ସେ ସଫଳ ହୋଇଗଲେ। ସେ ଦଳର ଟଙ୍କା ହେରଫେର କରିନାହାନ୍ତି ବୋଲି ସୁନିତି ଦୃଢ଼ତାର ସହ କହିଛନ୍ତି। ସୁନିତି ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କାମ ପାଇଁ ତାଙ୍କ ସଂସ୍ଥା ‘ଦକ୍ଷ କମ୍ୟୁନିକେସନ୍‌’କୁ ସୁଧାଂଶୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଇଲେକ୍ସନ କ୍ୟାମ୍ପେନିଂ ଏବଂ ବିଭିନ୍ନ ପ୍ରକାର ନିର୍ବାଚନ ପରିଚାଳନାର ୨ ଦିନ ପାଇଁ ସୁଧାଂଶୁ ଏହି ଟଙ୍କା ତାଙ୍କୁ ଦେଇଥିଲେ। ହେଲେ ଅନ୍ୟ ଜଣେ ଲୋକଙ୍କୁ ସେ ସୁଧାଂଶୁଙ୍କ ସହ ପରିଚୟ କରାଇଥିବାରୁ ମିଛରେ ଆଉ ୧୦ ଲକ୍ଷ ଟଙ୍କା ଏଥିରେ ଯୋଡ଼ାଯାଇ ମିଛ ଅଭିଯୋଗ କରାଯାଇଛି। ନିର୍ବାଚନ ହାରିବା ପରେ ସୁଧାଂଶୁ ୨୦ ଲକ୍ଷ ଟଙ୍କା ତାଙ୍କୁ ମାଗିଲେ, ନ ଦେଲେ ରାଜନୈତିକ ଭବିଷ୍ୟତ ନଷ୍ଟ କରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ସେ ବହୁ ମାନସିକ ଚାପରେ ଥିବା ସୁନିତି କହିଛନ୍ତି। ସୁନିତିଙ୍କ ଅଭିଯୋଗ ସଂକ୍ରାନ୍ତରେ ସୁଧାଂଶୁ କହିଛନ୍ତି, ପୋଲିସ ଏସଂକ୍ରାନ୍ତରେ ତଦନ୍ତ କରିବ। ଯଦି ସୁନିତିଙ୍କ ଅଭିଯୋଗର ସତ୍ୟତା ଥାଏ ମୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ମୁଁ କାହିଁକି ନିଜକୁ ଭଲ କିମ୍ବା ଅପରଧୀ ନୁହେଁ ବୋଲି କହିବି ବୋଲି ସୁଧାଂଶୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri