ମହାକାଶରେ ୫୯ତମ ଜନ୍ମଦିନ ପାଳିବେ ସୁନୀତା

ଓ୍ବାଶିଂଟନ୍‌,୧୨ା୯: ନାସା ଆଷ୍ଟ୍ରୋନଟ୍‌ ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା ହେବ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଳନ। ଗତ ଜୁନ୍‌ ୬ରେ ମହାକାଶଯାତ୍ରୀ ବେରି ଓ୍ବିଲ୍‌ମୋରଙ୍କ ସହ ଆଇଏସ୍‌ଏସ୍‌କୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସ୍‌କ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେଠାରେ ଫସିରହିଛନ୍ତି। ଉଭୟେ ୨୦୨୫ ଫେବୃଆରୀରେ ସ୍ପେସେକ୍ସର ଡ୍ରାଗନ୍‌ କ୍ରିଉ କ୍ୟାପ୍‌ସୁଲରେ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୧୯ରେ ଆମେରିକାର ଅହିଓସ୍ଥିତ ଇଉକ୍ଲିଡ୍‌ରେ ଜନ୍ମିତ ସୁନୀତାଙ୍କ ବାପାଙ୍କ ଡ. ଦୀପକ ପାଣ୍ଡ୍ୟା ଓ ମା’ ବୋନ୍ନିଏ। ଏହି ଭାରତୀୟ ବଂଶୋଦ୍ଭବ ଏକଦା ମହାକାଶ ଯାତ୍ରାବେଳେ ସାଙ୍ଗରେ ଭଗବତଗୀତା, ସିଙ୍ଗଡ଼ା ଓ ଗଣେଶ ମୂର୍ତ୍ତି ନେଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩୨୨ ଦିନ ବିତାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ମିନିଟ୍‌ ପର୍ଯ୍ୟନ୍ତ ଝିଅପିଲାଙ୍କୁ ଦେଖି ଯଦି କିଛି ନ ହେଉଛି ତେବେ… କାହିଁକି ଏପରି କହିଲେ ଇସ୍‌ଲାମିକ୍‌ ପ୍ରବଚକ

ଇସଲାମାବାଦ,୧୩ା୧୦: ବିବାଦୀୟ ଇସଲାମ ପ୍ରଚାରକ ଜାକିର ନାଇକ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି। ଯେଉଁଠାରେ ସେ ପାକିସ୍ତାନର ସରକାରୀ ଅତିଥି ଭାବରେ ବୁଲୁଛନ୍ତି। ନିକଟରେ ଜାକିର ମହିଳାଙ୍କ...

୫୦ବର୍ଷରେ ପ୍ରଥମ: ସାହାରା ମରଭୂମିରେ ବନ୍ୟା

ମୋରୋକୋ,୧୨।୧୦: ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ...

କ’ଣ ସେହି ଅକ୍ଟୋପସ ଓ୍ବାର, ଯେଉଁଥିରେ ଇସ୍ରାଏଲକୁ ଫସାଇଲା ଇରାନ, ସବୁଠି ହେଉଛି ଚର୍ଚ୍ଚା

ଜେରୁଜେଲମ,୧୨।୧୦: ମଧ୍ୟ ପୂର୍ବ ଅଞ୍ଚଳ ବର୍ତ୍ତମାନ ସମଗ୍ର ବିଶ୍ୱରେ ଯୁଦ୍ଧର ଆଖଡା ସ୍ଥଳ ପାଲଟିଛି। ଗତ ବର୍ଷ ଅକ୍ଟୋବରରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ...

ଅବୈଧ ପ୍ରବାସୀଙ୍କୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୧୨।୧୦: ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ ସେ ପ୍ରବାସୀମାନଙ୍କୁ ସ୍ବାଗତ କରୁଛନ୍ତି, କିନ୍ତୁ ସର୍ତ୍ତ ଅନୁଯାୟୀ ସେମାନେ...

ପାକିସ୍ତାନୀ ଭାଇମାନେ ମୋତେ କ୍ଷମା କରିଦିଅ, କାହିଁକି କ୍ଷମା ମାଗିଲେ ପଳାତକ ଜାକିର ନାଏକ

ଇସଲାମାବାଦ,୧୨।୧୦: ପଳାତକ ଇସଲାମ ପ୍ରଚାରକ ଜାକିର ନାଏକ ବର୍ତ୍ତମାନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ପାକିସ୍ତାନରେ ଜାକିରଙ୍କ...

୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ

ନ୍ୟୁୟର୍କ,୧୨।୧୦: ବିମାନ ଚଳାଚଳର ବିଶାଳ କମ୍ପାନୀ ବୋଇଙ୍ଗ ଏହାର କର୍ମଚାରୀଙ୍କୁ ଦଶ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଛି ଯେଉଁଥିରେ ପ୍ରାୟ ୧୭,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ...

ନୋବେଲ ଶାନ୍ତି ପୁରସ୍କାରରେ କ’ଣ ମିଳିଥାଏ, କେଉଁ କାମ ପାଇଁ ଦିଆଯାଇଥାଏ ଏହି ପୁରସ୍କାର

ଷ୍ଟକହୋମ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ନୋବେଲ ଶାନ୍ତି ପୁରସ୍କାର ୨୦୨୪ ମିଳିବ ବୋଲି ଘୋଷଣା କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ...

ଟ୍ରମ୍ପଙ୍କୁ ପସନ୍ଦ ଆସିଲା କେଜରିଓ୍ବାଲଙ୍କ ଫର୍ମୁଲା, ଆମେରିକାରେ ବି ମିଳିବ ଫ୍ରି…

ଓ୍ବାଶିଂଟନ,୧୧।୧୦: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଭାରତ ପରି ଆମେରିକାର ନାଗରିକଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ନିର୍ବାଚନ ପ୍ରତିଶ୍ରୁତି ଦିଆଯାଉଛି। ବର୍ତ୍ତମାନ ଦିଲ୍ଲୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri