Posted inଖେଳ

ଆଇପିଏଲ୍‌ ଖେଳିବାକୁ ସୁନୀଲ ଗାଭାସ୍କରଙ୍କ ଇଚ୍ଛା, ଏହି ଦୁଇଟି ଦଳର ନାଁ କହିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଭେଟେରାନ ଓପନର୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଦୁଇଟି ଦଳର ନାମ ରଖିଛନ୍ତି। ସୁନୀଲ କହିଛନ୍ତି, ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ପାଇଁ ଖେଳିବାକୁ ପସନ୍ଦ କରିବେ। ଏହା ବ୍ୟତୀତ ସେ ତାଙ୍କ ସହ ଖେଳିଥିବା ଖେଳାଳିଙ୍କ ନାମ ମଧ୍ୟ ଦେଇଛନ୍ତି, ଯାହାଙ୍କୁ ସେ ଟି -୨୦ ଫର୍ମାଟରେ ଖେଳିବାକୁ ଚାହୁଁଛନ୍ତି।

ବାସ୍ତବରେ, ଷ୍ଟାର୍‌ ସ୍ପୋର୍ଟସ ଆଇପିଏଲ ୧୬ ତମ ସିଜନ ପାଇଁ #AskStar Q&A ଏକ ଅଧିବେଶନ କରିଛି। ଯେଉଁଠାରେ, ଦର୍ଶକମାନେ କ୍ରିକେଟ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରନ୍ତି ଏବଂ କିମ୍ବଦନ୍ତୀ କ୍ରିକେଟରମାନେ ସେମାନଙ୍କୁ ଉତ୍ତର ଦିଅନ୍ତି। ସେହି ଶୋ’ରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯଦି ଆପଣଙ୍କୁ ଆଇପିଏଲ ଖେଳିବାର ସୁଯୋଗ ମିଳେ, ତେବେ ସେ କେଉଁ ଦଳର ଅଂଶ ହେବାକୁ ଚାହାନ୍ତି। ଏହା ସହିତ, ତାଙ୍କୁ ମଧ୍ୟ ପଚରାଯାଇଥିଲା ଯେ, କେଉଁ ପୂର୍ବତନ ଖେଳାଳିମାନଙ୍କୁ ଟି-୨୦ ଫର୍ମାଟରେ ଦେଖିବାକୁ ଚାହିଁବେ।

ସୁନୀଲ ସଙ୍ଗେ ସଙ୍ଗେ ତାଙ୍କର ପ୍ରିୟ ଆଇପିଏଲ ଫ୍ରାଞ୍ଚାଇଜ ବିଷୟରେ କହିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାକୁ ପସନ୍ଦ କରିବେ। ଏହା ବ୍ୟତୀତ ଯଦି ସେ ଅନ୍ୟ କୌଣସି ଦଳ ସହ ଖେଳିବାକୁ ଚାହାଁନ୍ତି, ତେବେ ଏହା ଚେନ୍ନାଇ ସୁପର କିଙ୍ଗ୍ସ। ଏହା ପଛରେ ଦୁଇଟି କାରଣ ଅଛି। ମାଲିକ ଶ୍ରୀନିବାସନ କ୍ରିକେଟ ପାଇଁ  ବହୁତ କିଛି କରିଛନ୍ତି। ଦ୍ୱିତୀୟରେ ମହେନ୍ଦ୍ର ସିଂ ଧୋନୀ ଅଛନ୍ତି। ମୁଁ ତାଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିବାକୁ ଚାହେଁ, ଡ୍ରେସିଂ ରୁମରେ ସେ ପଡ଼ିଆ ପରି ଶାନ୍ତ କି ନାହିଁ ତାହା ଦେଖିବାକୁ ଚାହେଁ। ’

ସୁନୀଲ ଆହୁରି ମଧ୍ୟ ଉତ୍ତର ଦେଇଛନ୍ତି, ‘ଜଣେ ବ୍ୟାଟ୍ସମ୍ୟାନ ଭାବରେ ମୁଁ ସନ୍ଦୀପ ପାଟିଲଙ୍କୁ ନେବାକୁ ଚାହେଁ। ଜଣେ ଅଲରାଉଣ୍ଡର ଭାବରେ ମୁଁ କପିଲ ଦେବଙ୍କୁ ନେବାକୁ ଚାହେଁ। ବୋଲର ଭାବରେ ମୁଁ ବି.ଏସ୍‌ ଚନ୍ଦ୍ରଶେଖର (ଭାଗବତ ସୁବ୍ରମଣ୍ୟମ ଚନ୍ଦ୍ରଶେଖର)ଙ୍କୁ ନେବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri