Posted inଖେଳ

ବ୍ୟାଟ୍‌ ଛାଡି ମାଇକ୍‌ ଧରିବେ ଏହି କ୍ରିକେଟର୍‌

ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଜୁନ ୩ରେ ସାଉଥମ୍ପଟନରେ ପହଞ୍ଚିଛି। ତେବେ ସମସ୍ତ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନ୍‌ ରଖାଯାଇଛି। ବିଶେଷ କଥା ହେଉଛି ଏହି କ୍ରିକେଟରଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ସାଉଥମ୍ପଟନରେ ପହଞ୍ଚିଛନ୍ତି, କିନ୍ତୁ ଏଥର ସେ ମ୍ୟାଚ ଖେଳିବା ପରିବର୍ତ୍ତେ ନୂତନ ଭୂମିକାରେ ନଜର ଆସିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରୁ ଦୀନେଶ କାର୍ତ୍ତିକ କ୍ରିକେଟ୍‌ ଭାଷ୍ୟକାର ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ ଭାରତର ପୂର୍ବତନ ଅଧିନାୟକ, ସମୀକ୍ଷକ ସୁନୀଲ ଗାଭାସ୍କରଙ୍କ ସହ ଡବ୍ଲୁଟିଏସି ଫାଇନାଲ ମ୍ୟାଚ ସମୟରେ ଭାଷ୍ୟକାର ଦାୟିତ୍ୱ ତୁଲାଇବେ। ସୁନୀଲ ଗାଭାସ୍କର ତାଙ୍କୁ ଭାଷ୍ୟକର ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କାର୍ତ୍ତିକଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଗାଭାସ୍କର ଲେଖିଛନ୍ତି, ଯେତେବେଳେ ମୁଁ ଭାରତୀୟ କ୍ରିକେଟ ଦଳର ପରାମର୍ଶଦାତା ଥିଲି, ସେତେବେଳେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଏବେ ସେ ଡବ୍ଲ୍ୟୁଟିସି ଫାଇନାଲ ମାଧ୍ୟମରେ ଭାଷ୍ୟକାର ଜଗତରେ ପ୍ରବେଶ କରିବେ। ମୁଁ ନିଶ୍ଚିତ ଯେ ସେ ମଧ୍ୟ ଏଠାରେ ଭଲ ପ୍ରଦର୍ଶନ କରିବେ। ଶୁଭେଚ୍ଛା ଡିକେ।
ସୂଚନାଯୋଗ୍ୟ,ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁଇ ଜଣ ଭାରତୀୟ ଏବଂ ନ୍ୟୁଜିଲାଣ୍ଡର ସମୀକ୍ଷକଙ୍କୁ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଏହାର ଭାଷ୍ୟକାର ପ୍ୟାନେଲରେ ଅନ୍ତର୍ଭୁକ୍ତ କରିଛି। ନିରପେକ୍ଷ ସମୀକ୍ଷକ ଭାବରେ ଇଂଲଣ୍ଡର ନାସିର୍‌ ହୁସେନ ଏବଂ ମାଇକେଲ ଆର୍ଥଟନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri