Posted inଖେଳ

ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ ପଦବୀ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାନ କ୍ରିକେଟର ସୁନୀଲ ଗାଭାସ୍କର ଏହି ପ୍ରସଙ୍ଗରେ କହିଛନ୍ତି, ଅଧିନାୟକ ପଦ ସମ୍ଭାଳିବା ପାଇଁ କେଏଲ୍‌ ରାହୁଲଙ୍କ ପାଖରେ ଯୋଗ୍ୟତା ରହିଛି। ତାଙ୍କୁ ଭାବି ଅଧିନାୟକ ଭାବେ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ସ୍ପୋଟ୍ସ ତକ୍‌ ସହ ବାର୍ତ୍ତାଳାପରେ ଗାଭାସ୍କର କହିଛନ୍ତି, ବିସିସିଆଇ ଆଗାମୀ ଦିନ କଥା ଭାବିବା ଭଲ କଥା। ଭବିଷ୍ୟତ ବିଷୟରେ ଚିନ୍ତା କରିବା ମହତ୍ୱପୂର୍ଣ୍ଣ। ଯଦି ଭାରତ ନୂଆ ଅଧିନାୟକଙ୍କୁ ପ୍ରସ୍ତୁତ କରିବା ବିଷୟରେ ଚିନ୍ତା କରୁଛି ତେବେ କେଏଲ୍‌ ରାହୁଲଙ୍କ ବିଷୟରେ ଚିନ୍ତା କରାଯାଉ। ସେ ଭଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡରେ ମଧ୍ୟ ସେ ବହୁତ ବ୍ୟାଟିଂ କରିଛନ୍ତି। ତାଙ୍କୁ ଉପ ଅଧିନାୟକ କରାଯାଇପାରେ।

କେଏଲ୍‌ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି। ଅଧିନାୟକ ପଦର ଚାପ ସେ ବ୍ୟାଟିଂ ଉପରେ ପଡ଼ିବାକୁ ଦେଇ ନାହାନ୍ତି। ଏଣୁ ତାଙ୍କ ବିଷୟରେ ଚିନ୍ତା କରାଯାଇପାରେ ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୬।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌। ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ...

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ...

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର...

ଦଳ ୨୭-୦ ଗୋଲରେ ଜିତିବାରୁ ବିଦା ହେଲେ କୋଚ୍‌

ତୁସକାନି,୧୮।୧୧- ଇଟାଲୀରେ ଶନିବାର ଖେଳାଯାଇଥିବା ୧୮ ବର୍ଷରୁ କମ୍‌ ବୟସ ବର୍ଗର ଏକ ମ୍ୟାଚ୍‌ରେ ୨୭-୦ ଗୋଲର ବୃହତ୍‌ ବ୍ୟବଧାନରେ ଜିତିବା ପରେ ବିଜୟୀ ଦଳର...

ଟିଭି ପରଦାରେ ଡେବ୍ୟୁ କରିବେ ଧୋନୀ

କ୍ରିକେଟରେ ସଫଳ ରହିବା ପରେ ଏବେ ଟିଭି ପରଦାରେ ନଜର ଆସିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଭାରତୀୟ ସେନା...

ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଚେସ୍‌: ଭାରତ- ୟୁରୋପ୍‌ ମ୍ୟାଚ୍‌ ଡ୍ର

ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍‌ଲାଇନ ନେଶନ୍ସ କପ୍‌ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍‌ରେ ୟୁରୋପକୁ...

ଆଇପିଏଲ୍‌କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା...

ଭାରତ ବିପକ୍ଷରେ ମାକ୍ସଓ୍ବେଲ୍‌ଙ୍କ ଅର୍ଦ୍ଧଶତକ: ପଞ୍ଜାବ କୋଚ୍‌ କହିଲେ ଏହା ଏକ ଅପରାଧ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) କିଙ୍ଗସ ଏକାଦଶ ପଞ୍ଜାବର ବ୍ୟାଟିଂ କୋଚ ୱାସିମ ଜାଫର୍‌ ମଜାଳିଆ ଟୁଇଟ୍‌ କରିଛନ୍ତି। ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ...

Advertisement
Archives

Model This Week