Posted inଖେଳ

ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ

ୟୁଏଇ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି ନ ଥିଲେ। କେବଳ ପ୍ରଶଂସକମାନେ ଏଥିରେ ରାଗି ନ ଥିଲେ, ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ମଧ୍ୟ ରାଗି ଯାଇଥିଲେ। ଗେଲଙ୍କ ସେପ୍ଟେମ୍ବର ୨୧ରେ ଗେଲ୍‌ ନିଜର ୪୨ତମ ଜନ୍ମଦିନ ପାଳନ କରୁଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଆଶା କରିଥିଲେ ଯେ ସିକ୍ସର୍‌ କିଙ୍ଗ ଗେଲ୍‌ ନିଶ୍ଚିତ ଭାବରେ ଏହି ମ୍ୟାଚ ଖେଳିବେ। କିନ୍ତୁ ଟସ ଜିତିବା ପରେ ଯେତେବେଳେ ଅଧିନାୟକ କେ.ଏଲ ରାହୁଲ ଦଳର ୪ ଜଣ ବିଦେଶୀ ଖେଳାଳିଙ୍କୁ ନାମିତ କରିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ଗାଭାସ୍କର ଏବଂ ପିଟରସନ୍‌ ତାଙ୍କୁ ନ ଖେଳାଇବାକୁ ଦେଇ ଦଳର ମ୍ୟାନେଜ୍‌ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଆଇପିଏଲ ୨୦୨୧ର ପ୍ରଥମାର୍ଦ୍ଧରେ ପଞ୍ଜାବ କିଙ୍ଗସ ପାଇଁ ଗେଲ ସମସ୍ତ ୮ଟି ମ୍ୟାଚ ଖେଳିଥିଲେ। ସେ ହାରାହାରି ୨୫ରେ ୧୭୮ ରନ ସ୍କୋର କରିଥିଲେ। କିନ୍ତୁ ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ-ବିରାଟ ଲଢେଇ: ଟସ୍‌ ଜିତିଲା ସିଏସ୍‌କେ

ମୁମ୍ବାଇ,୨୫।୪: ଆଇପିଏଲ୍‌ର ୨୦୨୧ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ହେଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

କ୍ରିକେଟ୍‌ ଜଗତ ପାଇଁ ଦୁଃଖଦ ଖବର: ଚାଲିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୬।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍‌ ଟେଡ ଡେକ୍ସଟରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଆକ୍ରମକ...

ଏସିଆନ ଗେମ୍ସର ଷଷ୍ଠ ଦିନ: ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଲା ଭାରତ

ହାଙ୍ଗଝୋ,୨୯।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଷଷ୍ଠ ଦିନରେ ଶୁଟିଂରେ ଭାରତ ଦୁଇଟି ପଦକ ପାଇଛି। ୫୦...

ସେମିଫାଇନାଲରୁ ବିଦାୟ ନେଲେ ସେନ୍‌

କାଉନ୍‌ସିଲ ବ୍ଲଫ୍ସ(ୟୁଏସ୍‌),୧୬ା୭: ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସରୁ ଭାରତର ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା...

ମ୍ୟାଚ୍‌ରେ ଇଞ୍ଜୁରି ପରେ ରଗ୍‌ବୀ ଖେଳାଳିଙ୍କ ମୃତ୍ୟୁ

ନ୍ୟୁକ୍ୟାସେଲ (ଅଷ୍ଟ୍ରେଲିଆ), ୧୨ା୯ (ଏପି)- ରବିବାର ଖେଳାଯାଇଥିବା ଏକ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇ ଜଣେ ସ୍ବଳ୍ପ ବୟସ୍କ ରଗ୍‌ବୀ ଲିଗ୍‌ ଖେଳାଳି ଜୋଏଲ ଡାର୍କଙ୍କ...

ଫାଙ୍କା ଷ୍ଟାଡିୟମରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ବର୍ଡରଙ୍କ ନାପସନ୍ଦ

ମେଲବୋର୍ନ, ୧୪।୪(ପି.ଟି.)- କୋଭିଡ୍‌-୧୯ ମହାମାରୀ କାରଣରୁ ଏବେ ସାରା ବିଶ୍ୱର କ୍ରୀଡ଼ା ସ୍ଥାଣୁ ହୋଇଯାଇଛି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ...

ଗମ୍ଭୀରଙ୍କୁ କଡ଼ା ଜବାବ ଦେଲେ ଆଫ୍ରିଦି

ନୂଆଦିଲ୍ଲୀ,୭।୯: ଏସିଆ କପ ୨୦୨୩ ପାଲେକେଲ୍‌ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ...

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ...

Advertisement
Archives

Model This Week