ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଦର୍ଶାଇଛନ୍ତି, ଅଭୟାରଣ୍ୟରେ ସୋସେଙ୍ଗ ଓ ସୁନାବେଡା ପଞ୍ଚାୟତର ଛୋଟବଡ ୫୨ଟି ଗାଁରହିଛି। ଏହିସବୁ ଗାଁକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ବନ ବିଭାଗ ଦ୍ୱାରା ଅଙ୍କୁଶ ଲଗାଯାଇଥିବାରୁ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।

ଫଳରେ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅଡାର ଗାଁଠାରେ ୨ଟି ନାଳ ପୋଲ ଭାଙ୍ଗିଯାଇଛି। ବର୍ଷାଦିନ ଆସିବା ପୂର୍ବରୁ ଏହାର ମରାମତି ନ କଲେ ମୁଖ୍ୟମନ୍ତ୍ରୀ ବସ୍‌ସେବା ବାଧାପ୍ରାପ୍ତ ହେବ। ସୁନାବେଡା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉ। ଅନୁରୂପ ଭାବେ ଚଳିତ ଖରିଫ ଚାଷ ପାଇଁ ଚାଷୀମାନେ ୫୦କି.ମି. କୋମନା ଯାଇ ଧାନବିହନ ଆଣିବା କଷ୍ଟକର ହୋଇପଡୁଛି । ଅଭୟାରଣ୍ୟରେ କାର୍ଯ୍ୟ କରୁଥିବା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଦ୍ୱାରା ଅଭୟାରଣ୍ୟ ଭିତରେ ବାସ କରୁଥିବା ଚାଷୀଙ୍କୁ ବିହନ ଯୋଗାଇ ଦେଲେ ଚାଷୀ ସୁବିଧାରେ ବିହନ ପାଇପାରିବେ ବୋଲି ଦାବି କରିଛନ୍ତି। ଏହିସବୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ସୁନାବେଡା ସରପଞ୍ଚ ରଜନୀ ଜଗତ, ପୂର୍ବତନ ସରପଞ୍ଚ ତିଲସିଂ ଝାଙ୍କର, ନାଏବ ସରପଞ୍ଚ ଭାଉରାମ ମାଝି, ଯୁବରାଜ ଛତ୍ରିଆ, କଲିରାମ ସୁଆର, ବିଶ୍ରାମ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ଗଞ୍ଜାମ ପୋଲିସ, ମାନବିକତାର ଆଲୋକ ଜଳାଇଲେ ଏସ୍‌ପି

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର କରାଳ ବିଭୀଷିକାରେ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା ସବୁକିଛି ଛଡ଼ାଇ ନେଇ ଅନେକ ପରିବାରଙ୍କୁ ନିଃସହାୟ କରିଦେଇଛି। ଏଭଳି…

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଶତାଧିକ କୋଟିର ପ୍ରକଳ୍ପ ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ୫ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ…

କିଡ୍‌ନୀ ରୋଗ ନେଲା ଆଉ ଜଣଙ୍କ ଜୀବନ, ଚିକିତ୍ସାରେ ସର୍ବସ୍ବାନ୍ତ ବସୁଦେବଙ୍କ ପରିବାର

ଅମରପାଲି,୬ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଆଉ ଜଣେ ବ୍ୟକ୍ତିଙ୍କ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…

ବକ୍ସ ଅଫିସରେ ଧମାଲ କଲା ‘ରାମାୟଣ’, ରିଲିଜର ପ୍ରଥମ ଦିନରେ କଲା ୭ ବଡ଼ ରେକର୍ଡ

ମୁମ୍ବାଇ,୬।୧୧: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’ ମୁଭି ବକ୍ସ ଅଫିସରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ…

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?