Categories: ଖେଳ

ସୁମୋ ରେସ୍‌ଲରଙ୍କ ମୃତ୍ୟୁ

ଟୋକିଓ, ୧।୫ (ଏପି): ଜାପାନର ଜଣେ ସୁମୋ ରେସ୍‌ଲର ମିତ୍‌ସୁକି ଆମାନୋଙ୍କ ୨୮ବର୍ଷ ବୟସରେ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୬ରେ ଏକ ଟୁର୍ନାମେଣ୍ଟରେ ବାଉଟ୍‌ ବେଳେ ପ୍ରତିପକ୍ଷ ଯୋଦ୍ଧା ତାଙ୍କୁ ତଳେ କଚାଡ଼ି ପକାଇ ଦେଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ବହୁ ସମୟ ଧରି ତଳେ ପଡ଼ି ରହିଥିଲେ। ଘଟଣାସ୍ଥଳରେ ଆଶୁ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଚିକିତ୍ସକ ଦଳ ଆସିବାରେ ବିଳମ୍ବ ଘଟିଥିଲା। ଘଟଣାର ଏକ ମାସ ପରେ ଶ୍ୱାସ ପ୍ରକ୍ରିୟାରେ ସମସ୍ୟା ଦେଖାଦେବାରୁ ଗତ ବୁଧବାର ତାଙ୍କର ପ୍ରାଣହାନି ଘଟିଛି। ଜାପାନ ସୁମୋ ଆସୋସିଏଶନ ଶୁକ୍ରବାର କହିଛି ମିତ୍‌ସୁକିଙ୍କ ମୃତ୍ୟୁ ଇଞ୍ଜୁରି ଅବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

Share