Posted inଜାତୀୟ

୩୦ ଗୁଣ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୨୫।୫: ଜଳବାୟୁ ପରିବର୍ତ୍ତନ ଯୋଗୁ ତାତି ବଢ଼ୁଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଭାରତ ଓ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଗ୍ରୀଷ୍ମ ଲହର ପୂର୍ବାପେକ୍ଷା ପ୍ରାୟ ୩୦ ଗୁଣ ଅଧିକ ଅନୁଭୂତ ହୋଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ରୌଦ୍ରତାପରେ ଅତ୍ୟଧିକ ବୃଦ୍ଧି ପ୍ରାୟତଃ ପ୍ରତି ୩,୦୦୦ ବର୍ଷରେ ଥରେ ଅନୁଭୂତ ହୋଇଥାଏ। ବିଶ୍ୱ ଉତ୍ତାପୀକରଣର ପ୍ରଭାବ ଅନୁଧ୍ୟାନ କରୁଥିବା ଇମ୍ପେରିଆଲ କଲେଜ ଲଣ୍ଡନର ଗ୍ରନ୍ଥମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଫ୍ରେଡେରିକ୍‌ ଓଟୋ ଏହା କହିଛନ୍ତି। ଅନ୍ତର୍ଜାତୀୟ ସହଯୋଗ ସଂଗଠନ ଓ୍ବାଲର୍‌ଡ ଓ୍ବେଦର ଆଟ୍ରିବ୍ୟୁଶନ (ଡବ୍ଲ୍ୟୁଡବ୍ଲ୍ୟୁଏ) ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଉପରୋକ୍ତ ଆକଳନ କରାଯାଇଛି।
ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପରେ ଭାରତ ଓ ପାକିସ୍ତାନରେ ଅନୂ୍ୟନ ୯୦ ଲୋକଙ୍କ ଜୀବନ ଯାଇଥିବା ଆକଳନ କରାଯାଇଛି। ଉତ୍ତରପଶ୍ଚିମ ଭାରତ ଏବଂ ଦକ୍ଷିଣପୂର୍ବ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହରି ପ୍ରବାହିତ ହୋଇଥିଲା ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି। ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସରକାରୀ ରେକର୍ଡ ନ ଥିବାବେଳେ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଅଧ୍ୟୟନ କରାଯାଇଛି। ବାହାରକୁ କାମରେ ଯାଉଥିବା ଲୋକେ ବିଶେଷ କରି ଦିନ ମଜୁରିଆ, ରାସ୍ତାରେ ବିକ୍ରି କରୁଥିବା ଛୋଟ ବ୍ୟବସାୟୀ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଏବଂ ଟ୍ରାଫିକ୍‌ ପୋଲିସ ହିଟ୍‌ ଓ୍ବେଭ୍‌କୁ ସର୍ବଧିକ ସାମ୍‌ନା କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଭିନ୍ନ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟରେ କୋଇଲା ଅଭାବ ଜନିତ ଦୀର୍ଘ ସମୟ ବିଜୁଳି କାଟ୍‌ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିପକାଇଥିଲା।
ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଭାରତରେ ଗତ ମାର୍ଚ୍ଚ ମାସ ସର୍ବାଧିକ ଉତ୍ତପ୍ତ ରେକର୍ଡ କରାଯାଇଥିଲା। ୧୨୨ ବର୍ଷ ମଧ୍ୟରେ କେବେ ଏଭଳି ଉତ୍ତାପ ଅନୁଭୂତ ହୋଇ ନ ଥିଲା। ଏପ୍ରିଲରେ ଉତ୍ତାପ ଆହୁରି ବୃଦ୍ଧି ପାଇଥିଲା। ଯଦିଓ ଭାରତ, ପାକିସ୍ତାନରେ ତାପମାତ୍ରା ବଢ଼ିବା ନୂଆ ନୁହେଁ, ତେବେ ଚଳିତ ବର୍ଷ ଏହା ସଅଳ ଆରମ୍ଭ ହୋଇ ଦୀର୍ଘଦିନ ରହିବା ଅସାଧାରଣ ଘଟଣା। ଚଳିତ ବର୍ଷ ମାର୍ଚ୍ଚରେ ଭାରତରେ ସ୍ବାଭାବିକଠାରୁ ୭୧ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ପାକିସ୍ତାନରେ ୬୨ ପ୍ରତିଶତ କମ୍‌ ବୃଷ୍ଟିପାତ ରେକର୍ଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ସଅଳ ଗ୍ରୀଷ୍ମ ଲହର ସାଙ୍ଗକୁ ବର୍ଷା ଅଭାବ ଯୋଗୁ ଭାରତରେ ଗହମ ଉତ୍ପାଦନ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ଭାରତ ସରକାର ଗହମ ରପ୍ତାନି ବନ୍ଦ କରିବାକୁ ଘୋଷଣା କରିଥିଲେ। ଭାରତ ରପ୍ତାନି ବନ୍ଦ କରିଦେବା ଯୋଗୁ ବିଶ୍ୱ ବଜାରରେ ଗହମ ଦାମ୍‌ ୬ ପ୍ରତିଶତ ବଢ଼ିଯାଇଛି। ଚଳିତ ବର୍ଷ ଭାରତ ରେକର୍ଡ ପରିମାଣ ୧୦ ନିୟୁତ ଟନ୍‌ ଗହମ ରପ୍ତାନି କରିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ତାହା ହୋଇଥିଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗହମ ଅଭାବକୁ ଭରଣା କରାଯାଇପାରିଥାନ୍ତା। ରପ୍ତାନି ବାତିଲ ଯୋଗୁ ବିଶ୍ୱ ବଜାରରେ ଗହମ ଦର ବଢ଼ିବା ସାଙ୍ଗକୁ ବିଶ୍ୱବ୍ୟାପୀ କ୍ଷୁଧିତ ସଂଖ୍ୟା ବୃଦ୍ଧି ପାଇଥିବା ପ୍ୟାରିସ ସୋର୍‌ବନ୍‌ ୟୁନିଭର୍ସିଟିର ପ୍ରଫେସର ରବର୍ଟ ଭୌଟାର୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri