Posted inଜାତୀୟ

୩୦ ଗୁଣ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୨୫।୫: ଜଳବାୟୁ ପରିବର୍ତ୍ତନ ଯୋଗୁ ତାତି ବଢ଼ୁଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଭାରତ ଓ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଗ୍ରୀଷ୍ମ ଲହର ପୂର୍ବାପେକ୍ଷା ପ୍ରାୟ ୩୦ ଗୁଣ ଅଧିକ ଅନୁଭୂତ ହୋଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ରୌଦ୍ରତାପରେ ଅତ୍ୟଧିକ ବୃଦ୍ଧି ପ୍ରାୟତଃ ପ୍ରତି ୩,୦୦୦ ବର୍ଷରେ ଥରେ ଅନୁଭୂତ ହୋଇଥାଏ। ବିଶ୍ୱ ଉତ୍ତାପୀକରଣର ପ୍ରଭାବ ଅନୁଧ୍ୟାନ କରୁଥିବା ଇମ୍ପେରିଆଲ କଲେଜ ଲଣ୍ଡନର ଗ୍ରନ୍ଥମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଫ୍ରେଡେରିକ୍‌ ଓଟୋ ଏହା କହିଛନ୍ତି। ଅନ୍ତର୍ଜାତୀୟ ସହଯୋଗ ସଂଗଠନ ଓ୍ବାଲର୍‌ଡ ଓ୍ବେଦର ଆଟ୍ରିବ୍ୟୁଶନ (ଡବ୍ଲ୍ୟୁଡବ୍ଲ୍ୟୁଏ) ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଉପରୋକ୍ତ ଆକଳନ କରାଯାଇଛି।
ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପରେ ଭାରତ ଓ ପାକିସ୍ତାନରେ ଅନୂ୍ୟନ ୯୦ ଲୋକଙ୍କ ଜୀବନ ଯାଇଥିବା ଆକଳନ କରାଯାଇଛି। ଉତ୍ତରପଶ୍ଚିମ ଭାରତ ଏବଂ ଦକ୍ଷିଣପୂର୍ବ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହରି ପ୍ରବାହିତ ହୋଇଥିଲା ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି। ମୃତ୍ୟୁସଂଖ୍ୟାକୁ ନେଇ କୌଣସି ସରକାରୀ ରେକର୍ଡ ନ ଥିବାବେଳେ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଅଧ୍ୟୟନ କରାଯାଇଛି। ବାହାରକୁ କାମରେ ଯାଉଥିବା ଲୋକେ ବିଶେଷ କରି ଦିନ ମଜୁରିଆ, ରାସ୍ତାରେ ବିକ୍ରି କରୁଥିବା ଛୋଟ ବ୍ୟବସାୟୀ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଏବଂ ଟ୍ରାଫିକ୍‌ ପୋଲିସ ହିଟ୍‌ ଓ୍ବେଭ୍‌କୁ ସର୍ବଧିକ ସାମ୍‌ନା କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଭିନ୍ନ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟରେ କୋଇଲା ଅଭାବ ଜନିତ ଦୀର୍ଘ ସମୟ ବିଜୁଳି କାଟ୍‌ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିପକାଇଥିଲା।
ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଭାରତରେ ଗତ ମାର୍ଚ୍ଚ ମାସ ସର୍ବାଧିକ ଉତ୍ତପ୍ତ ରେକର୍ଡ କରାଯାଇଥିଲା। ୧୨୨ ବର୍ଷ ମଧ୍ୟରେ କେବେ ଏଭଳି ଉତ୍ତାପ ଅନୁଭୂତ ହୋଇ ନ ଥିଲା। ଏପ୍ରିଲରେ ଉତ୍ତାପ ଆହୁରି ବୃଦ୍ଧି ପାଇଥିଲା। ଯଦିଓ ଭାରତ, ପାକିସ୍ତାନରେ ତାପମାତ୍ରା ବଢ଼ିବା ନୂଆ ନୁହେଁ, ତେବେ ଚଳିତ ବର୍ଷ ଏହା ସଅଳ ଆରମ୍ଭ ହୋଇ ଦୀର୍ଘଦିନ ରହିବା ଅସାଧାରଣ ଘଟଣା। ଚଳିତ ବର୍ଷ ମାର୍ଚ୍ଚରେ ଭାରତରେ ସ୍ବାଭାବିକଠାରୁ ୭୧ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ପାକିସ୍ତାନରେ ୬୨ ପ୍ରତିଶତ କମ୍‌ ବୃଷ୍ଟିପାତ ରେକର୍ଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ସଅଳ ଗ୍ରୀଷ୍ମ ଲହର ସାଙ୍ଗକୁ ବର୍ଷା ଅଭାବ ଯୋଗୁ ଭାରତରେ ଗହମ ଉତ୍ପାଦନ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ଭାରତ ସରକାର ଗହମ ରପ୍ତାନି ବନ୍ଦ କରିବାକୁ ଘୋଷଣା କରିଥିଲେ। ଭାରତ ରପ୍ତାନି ବନ୍ଦ କରିଦେବା ଯୋଗୁ ବିଶ୍ୱ ବଜାରରେ ଗହମ ଦାମ୍‌ ୬ ପ୍ରତିଶତ ବଢ଼ିଯାଇଛି। ଚଳିତ ବର୍ଷ ଭାରତ ରେକର୍ଡ ପରିମାଣ ୧୦ ନିୟୁତ ଟନ୍‌ ଗହମ ରପ୍ତାନି କରିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ତାହା ହୋଇଥିଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗହମ ଅଭାବକୁ ଭରଣା କରାଯାଇପାରିଥାନ୍ତା। ରପ୍ତାନି ବାତିଲ ଯୋଗୁ ବିଶ୍ୱ ବଜାରରେ ଗହମ ଦର ବଢ଼ିବା ସାଙ୍ଗକୁ ବିଶ୍ୱବ୍ୟାପୀ କ୍ଷୁଧିତ ସଂଖ୍ୟା ବୃଦ୍ଧି ପାଇଥିବା ପ୍ୟାରିସ ସୋର୍‌ବନ୍‌ ୟୁନିଭର୍ସିଟିର ପ୍ରଫେସର ରବର୍ଟ ଭୌଟାର୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ,୧୭।୧୧: ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ଅବସ୍ଥା ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନକୁ ପରବର୍ତ୍ତୀ...

କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ

ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି...

୪ ଘଣ୍ଟାର ବୈଠକ ପରେ ନିଷ୍ପତ୍ତି ହେଲା ସୋନିଆ ଧରିବେ ମଙ୍ଗ

ନୂଆଦିଲ୍ଲୀ,୧୩ା୩: ସଦ୍ୟ ଅନୁଷ୍ଠିତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ...

ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ରାଜ୍ୟପାଳ

ଶିଲଂ, ୬।୬: ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ପଡିଯାଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ। ସେ କହିଛନ୍ତି, କେଉଁ ଯୁଗରେ ପଶ୍ଚିମବଙ୍ଗ ପ୍ରସିଦ୍ଧ...

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ...

‘ଗତି ଶକ୍ତି’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୧୦: ଦେଶର ଅର୍ଥନୈତିକ କ୍ଷେତ୍ର ସହ ବହୁସ୍ତରୀୟ ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗତି ଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ...

ରାଜସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ: ଉଦୟପୁର ବନ୍ଦ ପାଇଁ ଭାଜପାର ଆହ୍ନାନ

ଉଦଦୟପୁର,୨୯।୬: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ କହ୍ନେୟା ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ୫୭ପ୍ରାର୍ଥୀଙ୍କ ତାଲିକା, ୪ମହିଳାଙ୍କୁ ବି ମିଳିଲା ଟିକେଟ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶୁକ୍ରବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ...

Advertisement
Archives

Model This Week