ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ ଚାଇନା ଓ ରୁଷିଆର ଯୁଦ୍ଧବିମାନ ଉଡ଼ିଛି। ଜାପାନ ସାଗର ଓ ପୂର୍ବ ଚାଇନା ସାଗର ଉପରେ ଚାଇନା ଏବଂ ରୁଷିଆର ପ୍ରାୟ ୮ ଯୁଦ୍ଧ ଜାହାଜ ୧୩ ଘଣ୍ଟା ମିଳିତ ପାଟ୍ରୋଲିଂ କରିଥିଲେ। ତେବେ ମସ୍କୋ ଓ ବେଜିଂର ଜଏଣ୍ଟ ଫ୍ଲାଇଟ୍‌ ଆଞ୍ଚଳିକ ଏୟାରସ୍ପେସ୍‌ ସୀମା ଉଲ୍ଲଂଘନ କରି ନ ଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏହାକୁ ମିଶାଇ ଗତ ନଭେମ୍ବରଠାରୁ ଚତୁର୍ଥ ଥର ପାଇଁ ଜାପାନ ନିକଟରେ ରୁଷିଆ ଓ ଚାଇନାର ମିଳିତ ଯୁଦ୍ଧବିମାନ ଉଡ଼ାଣ ହୋଇଥିବା ଲକ୍ଷ୍ୟ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ କିଶି କହିଛନ୍ତି, ଦୁଇ ଚାଇନିଜ୍‌ ଏବଂ ଦୁଇ ରୁଷୀୟ ବମ୍ବର୍ସ ଜାପାନ ସାଗରରୁ ପୂର୍ବ ଚାଇନା ସାଗର ଆଡ଼କୁ ମିଳିତ ଉଡ଼ାଣ ଭରିଥିଲେ। ଏହା ପରେ ଆଉ ୪ ବିମାନ ପୂର୍ବ ଚାଇନା ସାଗରରୁ ପ୍ରଶାନ୍ତ ମହାସାଗର ଆଡ଼କୁ ଯାଇଥିଲା। ଏଥିସହ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଏକ ରୁଷୀୟ ବିମାନ ମଧ୍ୟ ଜାପାନରେ ଉଡ଼ିଛି। ଏପରିି କରି ଚାଇନା ଓ ରୁଷିଆ ଉସୁକାଇଲା ଭଳି କାମ କରୁଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଜାପାନ ନିକଟରେ ଉଡ଼ିଥିବା ଚାଇନା ଓ ରୁଷିଆ ଯୁଦ୍ଧଜାହାଜ କୋରିଆ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (କୋରିଆ ଏଡିଆଇଜେଡ୍‌)ରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏଥିଯୋଗୁ କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ କୋରିଆ ସେନା ତୁରନ୍ତ ପ୍ରସ୍ତୁତ ହେବା ସହ ନିଜ ଯୁଦ୍ଧବିମାନକୁ ନିୟୋଜିତ କରିଥିଲା। ଏଡିଆଇଜେଡ୍‌ ବାବଦରେ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ବ୍ୟାଖ୍ୟା କରାଯାଇନାହିଁ କିମ୍ବା କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ଏହାକୁ ନିୟନ୍ତ୍ରଣ କରେ ନାହିଁ। ମସ୍କୋ କୋରିଆ ଏଡିଆଇଜେଡ୍‌କୁ ମାନି ନ ଥାଏ। ସେହିପରି ଏଡିଆଇଜେଡ୍‌ କୌଣସି ଆଞ୍ଚଳିକ ବାୟୁସୀମା ନୁହେଁ ଏବଂ ସବୁ ଦେଶ ମୁକ୍ତଭାବେ ତାହାକୁ ବ୍ୟବହାର କରିପାରିବେ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri