ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ ଚାଇନା ଓ ରୁଷିଆର ଯୁଦ୍ଧବିମାନ ଉଡ଼ିଛି। ଜାପାନ ସାଗର ଓ ପୂର୍ବ ଚାଇନା ସାଗର ଉପରେ ଚାଇନା ଏବଂ ରୁଷିଆର ପ୍ରାୟ ୮ ଯୁଦ୍ଧ ଜାହାଜ ୧୩ ଘଣ୍ଟା ମିଳିତ ପାଟ୍ରୋଲିଂ କରିଥିଲେ। ତେବେ ମସ୍କୋ ଓ ବେଜିଂର ଜଏଣ୍ଟ ଫ୍ଲାଇଟ୍‌ ଆଞ୍ଚଳିକ ଏୟାରସ୍ପେସ୍‌ ସୀମା ଉଲ୍ଲଂଘନ କରି ନ ଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ଏହାକୁ ମିଶାଇ ଗତ ନଭେମ୍ବରଠାରୁ ଚତୁର୍ଥ ଥର ପାଇଁ ଜାପାନ ନିକଟରେ ରୁଷିଆ ଓ ଚାଇନାର ମିଳିତ ଯୁଦ୍ଧବିମାନ ଉଡ଼ାଣ ହୋଇଥିବା ଲକ୍ଷ୍ୟ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ କିଶି କହିଛନ୍ତି, ଦୁଇ ଚାଇନିଜ୍‌ ଏବଂ ଦୁଇ ରୁଷୀୟ ବମ୍ବର୍ସ ଜାପାନ ସାଗରରୁ ପୂର୍ବ ଚାଇନା ସାଗର ଆଡ଼କୁ ମିଳିତ ଉଡ଼ାଣ ଭରିଥିଲେ। ଏହା ପରେ ଆଉ ୪ ବିମାନ ପୂର୍ବ ଚାଇନା ସାଗରରୁ ପ୍ରଶାନ୍ତ ମହାସାଗର ଆଡ଼କୁ ଯାଇଥିଲା। ଏଥିସହ ଗୋଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ଏକ ରୁଷୀୟ ବିମାନ ମଧ୍ୟ ଜାପାନରେ ଉଡ଼ିଛି। ଏପରିି କରି ଚାଇନା ଓ ରୁଷିଆ ଉସୁକାଇଲା ଭଳି କାମ କରୁଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଜାପାନ ନିକଟରେ ଉଡ଼ିଥିବା ଚାଇନା ଓ ରୁଷିଆ ଯୁଦ୍ଧଜାହାଜ କୋରିଆ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (କୋରିଆ ଏଡିଆଇଜେଡ୍‌)ରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏଥିଯୋଗୁ କୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ କୋରିଆ ସେନା ତୁରନ୍ତ ପ୍ରସ୍ତୁତ ହେବା ସହ ନିଜ ଯୁଦ୍ଧବିମାନକୁ ନିୟୋଜିତ କରିଥିଲା। ଏଡିଆଇଜେଡ୍‌ ବାବଦରେ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ବ୍ୟାଖ୍ୟା କରାଯାଇନାହିଁ କିମ୍ବା କୌଣସି ଅନ୍ତର୍ଜାତୀୟ ସଙ୍ଗଠନ ଏହାକୁ ନିୟନ୍ତ୍ରଣ କରେ ନାହିଁ। ମସ୍କୋ କୋରିଆ ଏଡିଆଇଜେଡ୍‌କୁ ମାନି ନ ଥାଏ। ସେହିପରି ଏଡିଆଇଜେଡ୍‌ କୌଣସି ଆଞ୍ଚଳିକ ବାୟୁସୀମା ନୁହେଁ ଏବଂ ସବୁ ଦେଶ ମୁକ୍ତଭାବେ ତାହାକୁ ବ୍ୟବହାର କରିପାରିବେ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୧୨ କିଲୋମିଟର ଯାତ୍ରା କରନ୍ତି ପିତା

କାବୁଲ,୬।୧୨: ଆଫଗାନିସ୍ତାନରେ ଏବେ ଝିଅ ଓ ମହିଳାଙ୍କ ପ୍ରତି ଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଏହାର ଉଦାହରଣ ହେଉଛନ୍ତି ମିୟା ଖାଁ। ଏବେ ସମସ୍ତେ ତାଙ୍କୁ...

ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ...

ଇନ୍ଧନ ଟ୍ୟାଙ୍କର ଲୁଟୁଥିବା ସମୟରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୬୦ରୁ ଅଧିକ ଲୋକ…

ମେକ୍ସିକୋ ସିଟି,୧୫।୧୨: ଉତ୍ତର ହାଇତିରେ ଏକ ଇନ୍ଧନ ପରିବହନକାରୀ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ...

ତଓ୍ବାଙ୍ଗ ପ୍ରସଙ୍ଗରେ ଭାରତର କାର୍ଯ୍ୟକୁ ପ୍ରଶଂସା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ନିକଟରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରହଣ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ପୃଥିବୀ ଭଳି ପାଣି ଥିବା ଦୁଇ ଗ୍ରହର ସନ୍ଧାନ, ଜୀବନର ଆଶା…

ଓ୍ବାଶିଂଟନ,୧୮।୧୨ : ପ୍ରଥମ ଥର ପାଇଁ ନାସାର ବୈଜ୍ଞାନିକମାନେ ଏହିପରି ଦୁଇଟି ବାହ୍ୟ ଗ୍ରହ(ଏକ୍ସପ୍ଲାନେଟ) ପାଇଛନ୍ତି, ଯେଉଁଥିରେ ପ୍ରଚୁର ପରିମାଣର ପାଣି ଥିବାର ସମ୍ଭାବନା ଥିବା...

ସିରିଆ ମିଲିଟାରି ଶିବିରକୁ ଏୟାର ଷ୍ଟ୍ରାଇକ୍‌

ଡାମାସ୍କସ୍‌,୮।୩: ସିରିଆ ମିଲିଟାରି ଶିବିର ଉପରକୁ ଇସ୍ରାଏଲ ଆକାଶ ମାର୍ଗରୁ ମିଶାଇଲ୍‌ ଆକ୍ରମଣ କରିଛି। ଫଳରେ ୨ଜଣ ନାଗରିକ ପ୍ରାଣ ହରାଇଛନ୍ତି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ...

Advertisement
Archives

Model This Week