Posted inଖେଳ

କଳିଙ୍ଗରେ ସମର କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର,୨୩ା୫, (ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକାଧିକ କ୍ରୀଡ଼ାର ସମର କ୍ୟାମ୍ପ ସୋମବାର ଉଦ୍‌ଯାପିତ ହୋଇଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପରେ ୫୦୦ରୁ ଅଧିକ ଶିଶୁ ଅଂଶଗ୍ରହଣ କରିଥିଲେ। ଫୁଟବଲ, ଆଥଲେଟିକ୍ସ, ଜୁଡୋ, ଭାରୋତ୍ତୋଳନ, ଭଲିବଲ୍‌, ବାସ୍କେଟ ବଲ୍‌, ଜିମ୍ନାଷ୍ଟିକ୍ସ ଓ କବାଡି ପରି ୮ଟି ବର୍ଗର ଖେଳରେ ଏହି ଶିଶୁ ମାନେ ଅଂଶଗ୍ରହଣ କରିଥିଲେ। ସ୍ପୋର୍ଟସ ହଷ୍ଟେଲର କୋଚ୍‌ ମାନେ ଯୁବ ଆଥଲେଟ ମାନଙ୍କ ପାଇଁ ମଜାଦାର ପ୍ରଶିକ୍ଷଣ ବ୍ୟବସ୍ଥା ଆପଣେଇ ଥିଲେ। ଶିଶୁ ମାନଙ୍କ ମଧ୍ୟରେ ଫିଟ୍‌ନେସ୍‌ ଓ ଜୀବନଶୈଳୀକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ କ୍ରୀଡା ସହ ପରିଚିତ କରାଇବା ଏହି କ୍ୟାମ୍ପର ମୁଖ୍ୟ ଲକ୍ଷ୍ୟ ରହିଥିଲା। କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ ବରଂ ସମସ୍ତ ଜିଲାରେ ଥିବା ସ୍ପୋଟର୍‌ସ ହଷ୍ଟେଲରେ ଏହି କ୍ୟାମ୍ପ ଅନୁଷ୍ଠିତ ହୋଇଛି। ଏହି କ୍ୟାମ୍ପଙ୍କୁ ନେଇ କେବଳ ଶିଶୁ ନୁହନ୍ତି ବରଂ ଅଭିଭାବକ ମଧ୍ୟ ଖୁସି ଜାହିର କରିଛନ୍ତି। ୯ ବର୍ଷୀୟ ବାଳକର ମା ମମତା ପ୍ରିୟଦର୍ଶିନୀ ଏହି ସମର କ୍ୟାମ୍ପକୁ ବେଶ ପସନ୍ଦ କରିଛନ୍ତି। ଗତବର୍ଷ ତାଙ୍କ ପୁଅ ହକି ଖେଳରେ ନିଜକୁ ପଞ୍ଜୀକୃତ କରିଥିବା ବେଳେ ଚଳିତ ବର୍ଷ ବାସ୍କେଟବଲ ଖେଳ ପାଇଁ ନାମ ପଞ୍ଜୀକରଣ କରିଛି। ପ୍ରତିବର୍ଷ ଭିନ୍ନ ଭିନ୍ନ ଖେଳ ଶିଖିବାକୁ ମିଳୁଥିବାରୁ ଏହା ଶିଶୁଙ୍କ ପାଇଁ ବେଶ ଲାଭଦାୟକ ବୋଲି ସେ କହିଛନ୍ତି। ଅନ୍‌ଲାଇନରେ ପଞ୍ଜୀକରଣ ହେଉଥିବା ବେଳେ ସମସ୍ତଙ୍କ ବ୍ୟବହାର ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା ବୋଲି ସେ କହିଛନ୍ତି। ଶିଶୁ ମାନଙ୍କ ପାଇଁ ନୂତନ ଖେଳ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ ଏହା ପ୍ରକୃଷ୍ଟ ସୁଯୋଗ ବୋଲି କହିଛନ୍ତି ଜୁଡୋ କୋଚ୍‌ ଗୀତାଞ୍ଜଳି ପଣ୍ଡା। ଜଣେ ପ୍ରଶିକ୍ଷକ ଭାବରେ ଅଧିକ ଶିଶୁଙ୍କୁ ଜୁଡୋ ପ୍ରତି ଆଗ୍ରହ ପ୍ରକାଶ କରୁଥିବାର ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି। ଏହି ଖେଳ କେବଳ ଫିଟ୍‌ ରଖି ନଥାଏ ବରଂ ଏହା ଆତ୍ମରକ୍ଷା କୌଶଳ ଶିଖାଇଥାଏ ବୋଲି କହିଛନ୍ତି ଗୀତାଞ୍ଜଳି। ଫୁଟବଲ ପାଇଁ ପଞ୍ଜୀକରଣ କରିଥିବା ଶ୍ରେୟାନ ମହାନ୍ତି ଏଠାକାର ବ୍ୟବସ୍ଥାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠିକାର ବ୍ୟବସ୍ଥା ଚମତ୍କାର ଥିବା ବେଳେ କୋଚ୍‌ ମାନେ ବେଶ ସହାୟତା କରିଥିଲେ। ଫୁଟବଲର ବେସିକ୍‌ ଡ୍ରିବଲିଂ, ଶୁଟିଂ ପରି ଟେକ୍‌ନିକ୍‌ ଶିଖିବାର ସୁଯୋଗ ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri