ସମ୍ମେଟିଭ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଉନି: ଦ୍ୱନ୍ଦ୍ୱରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୫।୫: ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପାଇଁ କରାଯାଇଥିବା ସମ୍ମେଟିଭ-୨ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଛାତ୍ରଛାତ୍ର ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି। ଫଳରେ ଚଳିତ ଶିକ୍ଷା ବର୍ଷରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀଛାତ୍ର ଗୋଟିଏ ଶ୍ରେଣୀରେ ବସି ପାଠ ପଢୁଛନ୍ତି। ଗଣ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଫଳ ମେ ୧୦ତାରିଖ ସୁଦ୍ଧା ପ୍ରକାଶ ପାଇ ନ ଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲି ନୀତି ଓ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିିିଛନ୍ତି ା ମୟୂରଭଞ୍ଜ ଜିଲାରେ ଥିବା ୬୧୦ହାଇସ୍କୁଲର ୩୫ହଜାର ୨୫୨ଛାତ୍ରୀଛାତ୍ର ନବମ ଶ୍ରେଣୀର ସମ୍ମେଟିଭ-୨ ପରୀକ୍ଷା ଦେଇଛନ୍ତି ା ଏପ୍ରିଲ ୨୧ତାରିଖରେ ଉକ୍ତ ପରୀକ୍ଷା ଶେଷ ହୋଇଛି। ଇତି ମଧ୍ୟରେ ୨୩ଦିନ ବିତିଯାଇଥିଲେ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ା ଫଳରେ ନବମ ଶ୍ରେଣୀର ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ବର୍ତ୍ତମାନ ସେମାନେ କେଉଁ ଶ୍ରେଣୀରେ ବସି ପାଠ ପଢ଼ିବେ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌ ଯୋଗୁ ପ୍ରଥମରୁ ନବମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଦୁଇ ବର୍ଷର ପୁରୁଣା ପାଠ ମଧ୍ୟ ପଢ଼ା ଯାଉଛି। ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ପ୍ରଥମରୁ ନବମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଶ୍ରେଣୀ ପଦୋନ୍ନତି, ଆଡ୍‌ମିଶନ ଓ ରି-ଆଡମିଶନ ପ୍ରକ୍ରିୟାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୦ରୁ ୩୦ ତାରିଖ ସୁଦ୍ଧା ଉପରୋକ୍ତ ସମସ୍ତ କାର୍ଯ୍ୟ ଶେଷ କରି ମଇ ୧ତାରିଖଠାରୁ ନୂତନ ବର୍ଷର ଶିକ୍ଷା ପଦ୍ଧତି, ପାଠ୍ୟକ୍ରମ ଓ ଶିକ୍ଷାଦାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମେ୧ରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି କୁହାଯାଇଛି।
ନେଇ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସ୍ବର୍ଣ୍ଣପ୍ରିୟା ମହାପାତ୍ର କୁହନ୍ତି, ଶ୍ରେଣୀ ଉତ୍ତୀର୍ଣ୍ଣରେ ବିଳମ୍ବ ଯୋଗୁ ଶିକ୍ଷା ଗ୍ରହଣରେ ବାଧା ଉପୁଜିଛି। ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରା ନ ଗଲେ ଦଶମ ଶିକ୍ଷାଦାନ ଗ୍ରହଣ ସମ୍ପୂର୍ଣ୍ଣ ହେବାରେ ସମସ୍ୟା ଉପୁଜିବ। ବନସ୍ଥଳୀ ବିଦ୍ୟାପୀଠ ବଡ଼ଯୋଡ଼ର ଛାତ୍ର ସୁନୀଲ ନାଏକ କୁହନ୍ତି, ଦଶମ ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥିବା ବେଳେ ବିଭାଗୀୟ ଅବହେଳାକୁ ନେଇ ମୁଁ ଚିନ୍ତିତ ଅଛି। ଗଣ ଶିକ୍ଷା ବିଭାଗ ପକ୍ଷରୁ ୧ମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଯେଉଁଭଳି ଭାବେ ଚିନ୍ତା କରୁଛନ୍ତି, ଦଶମ ଶ୍ରେଣୀ ପିଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଭବିଷ୍ୟତ ସହିତ ଖେଳୁଛନ୍ତି ା ମେ ୨୦ରୁ ଦଶମ ଶ୍ରେଣୀ ସମ୍ମେଟିଭ-୨ ମୂଲ୍ୟାୟନ ପାଇଁ ଅଧିକାଂଶ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଥିବାରୁ ଦଶମ ଶ୍ରେଣୀ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଅଭିଭାବକ ଶୁକଦେବ ନାଏକ ଓ ମହେଶ ପାତ୍ର କହିଛନ୍ତି। ଉଭୟ ବିଭାଗର ତାଳମେଳ ଓ ବିଳମ୍ବିତ ପଦକ୍ଷେପ ପାଇଁ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରୁଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ନବ କିଶୋର ଗିରିଙ୍କୁ ପଚାରିବାରୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ବାରିପଦା ସହରକୁ ପଶିଆସିଛି ଦନ୍ତା

ବାରିପଦା ଅଫିସ,୨୪ା୮: ଶିମିଳିପାଳ ଜାତୀୟ ଉଦ୍ୟାନରୁ ବାଟବଣା ହୋଇଥିବା ଏକ ଦନ୍ତାହାତୀ ସୋମବାର ସକାଳେ ବାରିପଦା ସହରରେ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ସହର ମୁର୍ଗାବାଡ଼ି...

ପ୍ରାର୍ଥନା ବେଳେ ଚେତାଶୂନ୍ୟ ହେଲେ ୫ ଛାତ୍ରୀ

ଖୁଣ୍ଟା,୪ା୧୦(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପ୍ରାର୍ଥନା କରୁଥିବା ବେଳେ ୫ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା...

ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା

ଠାକୁରମୁଣ୍ଡା,୨୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ...

ଶୂନ୍ୟ ମୃତ୍ୟୁ ସପ୍ତାହରେ ୪ ଜୀବନ ଗଲା

ବାରିପଦା ଅଫିସ,୧୧।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପରିବହନ ଓ ପୋଲିସ ପ୍ରଶାସନ...

ସାହିତ୍ୟ ଆସରରେ ୪ ସାରସ୍ବତ ସାଧକ ସମ୍ବର୍ଦ୍ଧିତ

ବାରିପଦା ଅଫିସ,୩୧।୭: ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା...

ଜୋର୍‌ ଧରିଲା ସରକାର ମୋତେ ରୋଜଗାର ଦିଅ ନାରା

ବାରିପଦା ଅଫିସ, ୨୪ା୨- ଜିଲାକୁ ବେକାରମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଗଲା। ହେଲେ କିଛି ବି ଫଳପ୍ରଦ ହେଲା ନାହିଁ।...

Advertisement
Archives

Model This Week