ପୁଅର ମୃତ୍ୟୁ ପରେ ସ୍ତ୍ରୀଙ୍କୁୁ ଡାହାଣୀ କହି ତଡ଼ିଦେଲେ

ବାରିପଦା ଅଫିସ,୧୫।୫: ଶିଶୁ ପୁତ୍ରର ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଡାହାଣୀ ସନ୍ଦେହରେ ସ୍ବାମୀ ଘରୁ ବାହାର କରିଦେବା ଚର୍ଚ୍ଚାର ବିଷୟ ହୋଇଛି। ମୃତ ଶିଶୁକୁ ଧରି ମା’ ରାସ୍ତା କଡ଼ରେ ବସି ରହିଥିଲେ। ଦୀର୍ଘ ୧୪ଘଣ୍ଟା ପରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ବୈଠକ ବସି ଅନ୍ତିମ ସଂସ୍କାର କରାଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂଭରଞ୍ଜ ଜିଲା ଶରତ ଥାନା ଅଧୀନ ଦେବାନବାହାଳୀ ପଞ୍ଚାୟତ ଲାଉଡିହା ଗ୍ରାମରେ। ସୂଚନା ଅନୁଯାୟୀ, ଶୁକ୍ରବାର ରାଇମୁନୀ ତୁବିତ ତାଙ୍କ ୮ବର୍ଷର ପୁଅ ଶ୍ରୀରାମଙ୍କୁ ଧରି ବାପଘର ଗଁା ଦୁଇପଡ଼ା ଲାଦୁସାହିକୁ ଯାଇଥିଲେ। ସେଠାରେ ପୁଅର ପେଟବ୍ୟଥା ହେବାରୁ ବାପ ଘର ଲୋକେ ନିକଟସ୍ଥ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ନ କରାଇ ସ୍ବର୍ଗରଥ ଯୋଗେ ମୃତଦେହକୁ ଲାଉଡିହା ଗ୍ରାମକୁ ଆଣିଥିଲେ। ପୁଅର ମୃତଦେହ ଦେଖିବା ପରେ ସ୍ବାମୀ କୁଶୁ ତୁବିତ ସ୍ତ୍ରୀଙ୍କୁ ଡାହାଣୀ ଆଖ୍ୟା ଦେଇ ଘରୁ ବାହାର କରିଦେଇଥିଲେ। ମୃତ ଶିଶୁକୁ ଧରି ରାଇମୁନୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଗାଁ ମଶାଣିରେ ଶେଷକୃତ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri