Posted inଖେଳ

ସୁମିତ୍‌ଙ୍କୁ ଅଲିମ୍ପିକ କୋଟା

ସୋଫିଆ (ବୁଲଗେରିଆ), ୮ା୫ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୧୨୫ କେଜି ଶ୍ରେଣୀର ଫାଇନାଲରେ ପ୍ରବେଶ କରିବା ଦ୍ୱାରା ସୁମିତ୍‌ ମଲିକ ଭାରତର ଚତୁର୍ଥ ଫ୍ରିଷ୍ଟାଇଲ ପୁରୁଷ ରେସ୍‌ଲର ଭାବେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଅନ୍ୟ ୩ ରେସ୍‌ଲର ହେଲେ ରବି ଡାହିୟା (୫୭କେଜି), ବଜରଙ୍ଗ ପୁନିଆ(୬୫କେଜି) ଓ ଦୀପ ପୁନିଆ(୬୮କେଜି)। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ୨୮ ବର୍ଷୀୟ ସୁମିତ୍‌ ପ୍ରଥମ ଥର ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ଫାଇନାଲିଷ୍ଟ ଟୋକିଓ ଗେମ୍ସ ପାଇଁ ଆପେ ଯୋଗ୍ୟତା ଅର୍ଜନ କରିବେ। ସୁମିତ୍‌ ସେମିଫାଇନାଲରେ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭେନେଜୁଏଲାର ଜୋସ୍‌ ଡାନିଲ ଡିଆଜ୍‌ ରବର୍ଟିଙ୍କ ବିପକ୍ଷରେ ୫-୦ରେ ବିଜୟ ହାସଲ କରିଥିଲେ। ଅନ୍ୟପକ୍ଷରେ ଅମିତ ଧନକର (୭୪କେଜି) ଓ ସତ୍ୟର୍ତ୍ତ କାଡିୟାନ (୯୭କେଜି) ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ପରାଜିତ ହୋଇ କୋଟା ହାସଲ କରିବାରେ ବିଫଳ ହୋଇଛନ୍ତି।

ସେମିଫାଇନାଲରେ ସୀମା
ମହିଳା ବିଭାଗରେ ସେମିଫାଇନାଲରେ ପ୍ରବେଶ ସହ ସୀମା ବିସ୍‌ଲା ଟୋକିଓ ଗେମ୍ସ ପାଇଁ ତାଙ୍କ ଆଶାକୁ ଉଜ୍ଜୀବିତ କରି ରଖିଛନ୍ତି। ନିଶା ଓ ପୂଜା କିନ୍ତୁ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ୫୦ କେଜି କାଟାଗୋରି ସେମିଫାଇନାଲ ପ୍ରବେଶ ପଥରେ ସୀମା ମାତ୍ର ଦୁଇ ପଏଣ୍ଟ ହରାଇଥିଲେ। ଟୋକିଓ ଗେମ୍ସରେ ସ୍ଥାନ ପାଇବାକୁ ହେଲେ ତାଙ୍କୁ ବର୍ତ୍ତମାନ ପୋଲାଣ୍ଡର ଆନ୍ନା ଲୁକାସିକାଙ୍କୁ ପରାସ୍ତ କରିବାକୁ ପଡ଼ିବ। ନିକଟରେ ଅଲମାଟିଠାରେ ଏସିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଜିତିଥିବା ସୀମା କ୍ୱାର୍ଟରଫାଇନାଲରେ ବେଲାରୁଷର ଆନାସ୍ତାସିଆ ୟାନୋତାଭାଙ୍କୁ ୮-୦ରେ ହରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri