Categories: ଖେଳ

ସୁମାରିଓ୍ବାଲା ତୃତୀୟ ଥର ନିର୍ବାଚିତ

ଗୁରୁଗ୍ରାମ: ଆଡିଲ ସୁମାରିଓ୍ବାଲ ଶନିବାର ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଥଲେଟିକ୍ସ ଫେଡେରେଶନ ଅଫ୍‌‌ ଇଣ୍ଡିଆ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କିମ୍ବଦନ୍ତୀ ଲଙ୍ଗଜମ୍ପ୍‌ର ଅଞ୍ଜୁ ବବି ଜର୍ଜ ସିନିୟର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଶନିବାର ଅନୁଷ୍ଠିତ ବାର୍ଷିକ ସାଧାରଣ ଅଧିବେଶନ (ଏଜିଏମ୍‌)ରେ ରବିନ୍ଦର ଚୌଧୁରୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ରବିନ୍ଦର ଦୀର୍ଘ ସମୟ ହେଲା ଏଏଫ୍‌ଆଇର ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି। ଅନ୍ୟ ପଦବୀଗୁଡ଼ିକ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ଛିଡ଼ା ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥିଲା। ସନନ୍ଦୀପ ମେହେଟା ସମ୍ପାଦକ ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ତାଙ୍କୁ ସିନିୟର ଯୁଗ୍ମ ସମ୍ପାଦକ କରାଯାଇଥିଲା। ମଧୁକାନ୍ତ ପାଠକ ନିର୍ଦ୍ୱନ୍ଦ୍ୱରେ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏଜିଏମ୍‌ରେ ୫ ଯୁଗ୍ମ ସମ୍ପାଦକ ଏବଂ ୮ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ନିର୍ବାଚିତ ହୋଇଥିଲେ।

Share