୫୦ ପରିବାରକୁ କର୍ମ ସଂସ୍ଥାନ ଯୋଗାଇଛନ୍ତି ସୁମନ୍ତ

ରାଜକନିକା, ୩୧ା୧(ଡି.ଏନ.ଏ.): ଉଦ୍ୟମ ଥିଲେ ସଫଳତା ମିଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ନମତରା ପଞ୍ଚାୟତର ସୁମନ୍ତ ଦାସ। ଏବେ ସେ ଜଣେ ସଫଳ ଉଦ୍ୟୋଗପତି। ତାଙ୍କ ଚେଷ୍ଟାରେ ବହୁ ପରିବାର ବିଭିନ୍ନ କ୍ଷେତ୍ରରେ କର୍ମ ସଂସ୍ଥାନ ପାଇଛନ୍ତି।
ଦିନ ଥିଲା ସୁମନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଥିଲା ଯେ ବହୁ କଷ୍ଟରେ ମାଟ୍ରିକ ପାସ୍‌ କରିଥିଲେ। ପରେ ସେ ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀରେ ନାମ ଲେଖାଇଥିଲେ। ପରେ ଉଚ୍ଚତର ଶିକ୍ଷା ପାଇଁ ସେ କୋଲକାତାରେ ବାଣିଜ୍ୟ ବିଭାଗରେ ଯୁକ୍ତ ୩ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ହେଲେ ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ପାଠପଢାରେ ଡୋରି ବନ୍ଧା ହେଲା। ପୁଅ ଚାକିରି କରି ଦି ପଇସା ରୋଜଗାର କରୁ ବୋଲି ତାଙ୍କ ବାପା ଆଶାବାନ୍ଧି ଥିଲେ। ହେଲେ ପରିବାରର ଆର୍ଥିକ ଅନଟନ ଏଥିରେ ପ୍ରତିବନ୍ଧକ ସାଜିଥିଲା। ଶେଷରେ କିଛି ଟଙ୍କା କରଜ ନେଇ ସେ ମୁମ୍ବାଇ ଚାଲି ଯାଇଥିଲେ। ନିଜର ଗୁଜୁରାଣ ମେଣ୍ଟାଇବାକୁ ଗୋଟିଏ ହୋଟେଲରେ ଚାକିରି କଲେ। ସେଠାରେ ତାଙ୍କ ମନ ମାନିଲା ନାହିଁ। କିଛି ଟଙ୍କା ସଞ୍ଚୟ କରି ସେ ଅଧିକ ରୋଜଗାର ଆଶାରେ ଆଫ୍ରିକା ଚାଲି ଯାଇଥିଲେ। ନିଜକୁ ଆତ୍ମ ନିର୍ଭରଶୀଳ କିପରି କରାଯାଇ ପାରିବ ସେଠାକାର ଲୋକଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଭଲ ରୋଜଗାର କରିବା ପରେ ସେ ଆଫ୍ରିକାରେ ଏକ ହୋଟେଲ ନିର୍ମାଣ କରି ପାରିଥିଲେ। ଏବେ ସେ ନିଜ ଜନ୍ମମାଟିକୁ ଫେରି ଆସିଛନ୍ତି। ସେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହି ଚାଷୀମାନଙ୍କଠାରୁ ପ୍ରାୟ ୯୦ ଏକର ଚାଷଜମି ଲିଜ୍‌ ନେଇ ୫୦ରୁ ଅଧିକ ଗରିବ ପରିବାରକୁ ଚଳାଉଛନ୍ତି। ସଫଳ ଉଦ୍ୟୋଗୀ ଭାବେ ସେ ରାଜକନିକା, ଆଳି ଓ ବିଞ୍ଝାରପୁର ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ନିଜ ପୁଅକୁ ସେ ଗୋରୁ ଫାର୍ମ ହାଉସ୍‌ରେ ନିଯୁକ୍ତି ଦେଇଛନ୍ତି। ସେ ଭାରତୀୟ ଗୋବଂଶର ସୁରକ୍ଷା ପାଇଁ ହରିଆନାରୁ ଷଣ୍ଢ ଆଣି ବ୍ରିଡିଂ ମାଧ୍ୟମରେ ଭଲ ବାଛୁରୀ କିପରି ଜନ୍ମନେବ ସେ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଗୋରୁ ମୂତ୍ର ସହିତ ବିଭିନ୍ନ ସାମଗ୍ରୀ ମିଶାଇ ସାର ପ୍ରସ୍ତୁତ କରି ଜମିରେ ପକାଇ ବିଭିନ୍ନ ପନିପରିବା ଉତ୍ପାଦନ କରୁଛନ୍ତି। ଗାଈ ଚାଷ କରି କ୍ଷୀରକୁ ବାହାରକୁ ପଠାଉଛନ୍ତି। ସେହିପରି ପୋଖରୀ ଖୋଳି ମାଛ ଯାଆଁଳ ଉପତ୍ାଦନ କରୁଛନ୍ତି। ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ୧ ହଜାର ୟୁକାଲିପଟାସ, ଶାଳ, ପିଆଶାଳ ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି କରିଛନ୍ତି। ପଶ୍ଚିମକନିକା ଅଞ୍ଚଳରେ ସେ ୧୨ଟି ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ଫାର୍ମ ହାଉସକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଆସି ମାଗଣାରେ ପ୍ରଶିକ୍ଷଣ ଦେଉଥିବା ସୁମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?