Posted inଖେଳ

ସୁଖଜିତଙ୍କ ଡବଲ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର (ସ୍ପୋଟର୍‌ସ ବ୍ୟୁରୋ)/ରାଉରକେଲା ଅଫିସ୍‌,୧୧ା୩: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ। ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇଥିବା ଭାରତ ବିଶ୍ୱ ଚାମ୍ପିୟନ୍‌ ଜର୍ମାନୀକୁ ସମସ୍ତ ବିଭାଗରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ସୁଖଜିତ ସିଂ ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ହରମନ୍‌ପ୍ରୀତ ସିଂ ଗୋଟିଏ ଗୋଲ ଦେଇଥିଲେ। ଜର୍ମାନୀ ପକ୍ଷରୁ କୌଫମାନ୍‌ ପଲ୍‌ ଫିଲିପ ଓ ଷ୍ଟ୍ରୁଥୋଫ୍‌ ମାଇକେଲ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମ୍ୟାଚ ଆରମ୍ଭରୁ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଜର୍ମାନୀ ଘନଘନ ଆକ୍ରମଣ କରିଥିଲା। ତେବେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିବା ସହିତ ଆକ୍ରମଣକୁ ଜୋରଦାର କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାକୁ କିଛି ସେକେଣ୍ଡ ରହିଥିବା ବେଳେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକୂ ହରମନ୍‌ପ୍ରୀତ୍‌ ସିଂ। ଭାରତ ୧-୦ରେ ଆଗୁଆ ଥିତ୍ବା ବେଳେ ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟରେ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ ସୁଖଜିତ ସିଂ। ସମାନ କ୍ୱାର୍ଟରର ୪୨ ତମ ମିନିଟରେ ସୁଖଜିତ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୩-୦ ରେ ଆଗୁଆ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ହେବାକୁ ଏକ ମିନିଟ ରହିଥିବା ବେଳେ ଜର୍ମାନୀ ପକ୍ଷରୁ ୪୪ ତମ ମିନିଟରେ କୌଫମାନ୍‌ ପଲ୍‌ ଫିଲିପ୍‌ ଗୋଲ୍‌ ପରିଶୋଧ କରିଥିଲେ। ଅନ୍ତିମ କ୍ୱାର୍ଟରର ୫୭ ତମ ମିନିଟରେ ଷ୍ଟ୍ରୁଥୋଫ୍‌ ମାଇକେଲ ଏକ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଶନିବାର ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍‌କୁ ଚାମ୍ପିୟନ୍‌ କରିପାରନ୍ତି ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୧।୧: ହକି ବିଶ୍ୱକପ୍‌ ୨୦୨୩ ଆରମ୍ଭ ଜାନୁୟାରୀ ୧୩ ଶୁକ୍ରବାରଠାରୁ ହେବାକୁ ଯାଉଛି। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଭାରତରେ ଖେଳାଯାଉଛି। ଏଣୁ ଭାରତୀୟ ଟିମ୍‌...

ବୋପାନ୍ନା-କୁଲହଫ୍‌ ଫାଇନାଲରେ

ଦୋହା, ୧୦ା୧ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଏଠାରେ ଚାଲିଥବା ୧,୪୬୫,୨୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କାତାର ଓପନ...

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଟାରୌବା,୨୯ା୭:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ବ୍ରାଏନ ଲାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌...

ବିସିସିଆଇ ନିକଟରେ ରୋହିତ-କୋହଲି ଫାଟ୍‌

ଲଣ୍ଡନ,୧୪।୭- ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଫାଟ୍‌ ସମ୍ପର୍କରେ ପ୍ରବଳ ଆଲୋଚନା ଚାଲିଛି। ଭାରତୀୟ ଦଳ ବହୁଳ...

ପୂର୍ବତନ ରଣଜୀ କ୍ରିକେଟରଙ୍କୁ ହତ୍ୟା ଅଭିଯୋଗରେ ପୁଅଙ୍କୁ ଗିରଫ କଲା ପୋଲିସ

ଥିରୁଭାନନ୍ତପୁରମ, ୧୧।୬-  ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କର ନିଜ ବାସବଭନରେ ମୃତ୍ୟୁ ଘଟିଛି। ମାତ୍ର ତାଙ୍କ ମୃତ୍ୟୁ ସହ ଜଡ଼ିତ ଥିବା ଅଭିଯୋଗରେ...

ବୃହତ୍‌ ବିଜୟ ସହ ଖୋଲିଲା ପଏଣ୍ଟ ଖାତା

ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍‌ରେ ବିରାଟ...

୨୦ ବଲରେ ଅର୍ଦ୍ଧଶତକ ହାସଲ କଲେ ଷ୍ଟୋଇନିସ

ଦୁବାଇ, ୨୦।୯: ଆଇପିଏଲ୍‌ ୧୩ତମ ସଂସ୍କରଣର ୨ୟ ମ୍ୟାଚ୍‌ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ...

Advertisement
Archives

Model This Week