ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା ଛାତ୍ରୀ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିବା ଖବର ପାଇ ଗ୍ରାମର ତାଙ୍କ ପୁରୁଷ ବନ୍ଧୁ ଯୁକ୍ତ ୩ ଛାତ୍ର ଶଙ୍କର ପ୍ରଧାନ ମାନସିକ ଭାରସାମ୍ୟ ହରାଇ ଅପରାହ୍ନରେ ଗ୍ରାମ ନିକଟ ରଘୁନାଥପୁର ପାହାଡ଼ ସଂଲଗ୍ନ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପାଟପୁର ପୋଲିସ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ଉଭୟେ ଗୋଟିଏ କଲେଜରେ ପାଠ ପଢୁଥିବା ବେଳେ ଗତ କିଛି ବର୍ଷ ହେଲା ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଶଙ୍କର ତାଙ୍କ ମାତାପିତାଙ୍କ ଏକମାତ୍ର ପୁଅ ଥିବା ଜଣାପଡିଛି। ଛାତ୍ରୀ ଜଣକ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଖବର ପ୍ରଘଟ ହେବା ପରେ ଶଙ୍କର ବିଚଳିତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଭୟ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଛାତ୍ରୀଙ୍କ ମୃତଦେହ ଗାଁ ଶ୍ମଶାନରେ ସଂସ୍କାର କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?