ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଓଡ଼ିଶା ଭଳି ଅପେକ୍ଷାକୃତ ଶାନ୍ତିପ୍ରିୟ ରାଜ୍ୟରେ ବର୍ଷକୁ ବର୍ଷ ଆପରାଧିକ ମାମଲା, ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ଏଥିରେ ବିଶେଷତଃ ବେକାର ଯୁବତୀଯୁବକ, ଛାତ୍ରୀଛାତ୍ର ଓ ଚାଷୀମାନେ ସାମିଲ ହେଉଛନ୍ତି। ବିଧାୟକ ମୋହନ ଚରଣ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟରେ ୫ ବର୍ଷରେ ୧୭୬୫ ଆତ୍ମହତ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ୨୦୧୬ରେ ଆତ୍ମହତ୍ୟା ସଂଖ୍ୟା ୩୮୮୪ ରହିଥିବାବେଳେ ୨୦୨୧ରେ ତାହା ବୃଦ୍ଧି ପାଇ ୫୬୪୯ରେ ପହଞ୍ଚିଛି।
ଅନ୍ୟପକ୍ଷେ ଏହି ୫ ବର୍ଷରେ ଅର୍ଥାତ୍ ୨୦୧୬ରୁ ୨୦୨୧ ମଧ୍ୟରେ ସମୁଦାୟ ୨୮,୨୯୪ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ୫ ବର୍ଷରେ କଟକ ଜିଲାରେ ସର୍ବାଧିକ ୩୩୨୫ ଆତ୍ମହତ୍ୟା ମାମଲା ରହିଥିବାବେଳେ ଦ୍ୱିତୀୟରେ ସମ୍ବଲପୁର ଜିଲାରେ ୨୮୦୨ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ କେଉଁ ବର୍ଗରୁ କେତେ ବ୍ୟକ୍ତି କେଉଁ ଧରଣର ଅପରାଧର ଶିକାର ହୋଇଛନ୍ତି ସେସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ମିଶ୍ର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ଚାଷୀ ଓ ଚାଷ ସଙ୍କଟରେ ବୋଲି ଅନେକେ କ୍ଷୋଭ ପ୍ରକାଶ କରିଆସୁଛନ୍ତି। ଗତ କିଛିବର୍ଷ ହେଲା ଚାଷ ସରକାରୀସ୍ତରରେ ପ୍ରାଥମିକତା ହରାଇ ବସିଥିବା ବେଳେ ବିଶ୍ୱତାପନ ଜନିତ ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ଚାଷୀ ଭୋଗି ଆସୁଛନ୍ତି। ମରୁଡ଼ି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମେତ ରୋଗ ପୋକ ଦାଉରେ ରାଜ୍ୟର ଚାଷୀମାନେ ଫସଲ ହରାଇ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାରଙ୍କ ଯୋଜନାବଦ୍ଧ ପଦକ୍ଷେପ ସତ୍ତ୍ବେ ବ୍ୟାଙ୍କ ଓ ସମବାୟ ସମିତି ଚାଷୀଙ୍କୁ ଆବଶ୍ୟକ ଋଣ ଦେବାରେ ବିଫଳ ହେଉଛନ୍ତି। ଫଳରେ କୃଷକମାନେ ଚଢ଼ା ସୁଧରେ ମହାଜନ, ଏସ୍ଏଚ୍ଜି ଓ ମାଇକ୍ରୋ ଫାଇନାନ୍ସ ଋଣ ଆଣୁଛନ୍ତି। ଏଭଳି ସ୍ଥଳେ ଫସଲହାନିକୁ ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି, ଯାହାର ଉଦାହରଣ ବିଗତ ଦିନରେ ଅନେକ ଦେଖିବାକୁ ମିଳିଛି।
ସେହିପରି ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧିର ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ବାକ୍ଷର କରାଯାଉଛି। ହେଲେ ଶିଳ୍ପ ଅନୁପାତରେ ସ୍ଥାନୀୟ ନିଯୁକ୍ତି ମିଳୁ ନାହିଁ। ରାଜ୍ୟ ବାହାରର ଠିକାସଂସ୍ଥା ଜରିଆରେ ଶିଳ୍ପ କାରଖାନାରେ ଅଣଓଡିଆ ନିଯୁକ୍ତି ଅଧିକ ହେଉଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ବେକାର ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସରକାରୀ କିମ୍ବା ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ହାତଗଣତି ରହୁଛି। ଫଳରେ ନିଯୁକ୍ତିରୁ ବଞ୍ଚତ୍ତ ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କ ମଧ୍ୟରୁ କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପନ୍ଥା ଆପଣାଉଥିବା ନଜିର ରହୁଛି। ଏଭଳି ଅନେକ କାରଣରୁ ରାଜ୍ୟରେ ୨୦୧୬ରେ ୩୮୮୪, ୨୦୧୭ରେ ୪୧୫୧, ୨୦୧୮ରେ ୪୪୪୭, ୨୦୧୯ରେ ୪୬୩୬, ୨୦୨୦ରେ ୫୪୮୨ ଓ ୨୦୨୧ରେ ୫୬୪୯ ଜଣ ଆତ୍ମହତ୍ୟା କରିଥିବା ମାମଲା ରୁଜୁ ହୋଇଛି।
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…
ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?
ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍ପିଜି…
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ
ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…
Archives

