ବ୍ଲାକ୍‌ମେଲିଂ ଯୋଗୁ ଆତ୍ମହତ୍ୟା

ଦଶରଥପୁର,୫ା୧(ଡି.ଏନ୍‌.ଏ.):ଦଶରଥପୁର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ା ସେମାନଙ୍କ ପ୍ରେମକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ଅନ୍ୟ ଜଣେ ଯୁବକ ଏହି ପ୍ରେମୀଯୁଗଳଙ୍କୁ ବ୍ଲାକ୍‌ମେଲିଂ କରିବା ଯୋଗୁ ସେମାନେ ଆମତ୍ହତ୍ୟା ପନ୍ଥା ଆପଣେଇ ନେଇ ଥିଲେ ବୋଲି ମୃତ ଯୁବକଙ୍କ ମା’ ମଞ୍ଜୁଲତା ଦାସ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରେମୀଯୁଗଳଙ୍କ ସମସ୍ୟାର ଫାଇଦା ଉଠାଇବାକୁ ଚେଷ୍ଟା କରି ସେମାନଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଯୁବକଙ୍କ ଗିରଫ ଦାବିରେ ଗ୍ରାମବାସୀ ଓ ମୃତ ଯୁବକଙ୍କ ପରିବାର ସଦସ୍ୟମାନେ ମଙ୍ଗଳବାର ଥାନା ଘେରାଉ କରିଥିଲେ ା ପୋଲିସ ଏ ସଂକ୍ରାନ୍ତରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।
ସୂଚନାଯୋଗ୍ୟ, ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଞ୍ଚାୟତ ଗଣପତିପାଟଣା ଗ୍ରାମର ଜଣେ ନାବାଳିକାଙ୍କ ସହ ସେହି ଗ୍ରାମର ପ୍ରତାପ ଦାସ(୨୧)ଙ୍କ ପ୍ରେମ ସମ୍ପର୍କ ଥିଲା ା ଦୁହେଁ ପରସ୍ପରକୁ ଭଲପାଉଥିଲେ। ମାତ୍ର ଉକ୍ତ ଗ୍ରାମର ପିଣ୍ଟୁଆ ନାମକ ଜଣେ ଯୁବକ ପ୍ରତାପଙ୍କ ମେଲ୍‌ ଆଇଡି ହ୍ୟାକ୍‌ କରି ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ଫଟୋ ଏବଂ ନାବାଳିକା ପ୍ରେମିକା ପ୍ରତାପଙ୍କ ପାଖକୁ ପଠାଇଥିବା କିଛି ବିଶେଷ ମୂହୁର୍ତ୍ତର ଫଟୋକୁ ହ୍ୟାକ୍‌ କରି ସେହି ପ୍ରେମିଯୁଗଳଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ସମ୍ପୃକ୍ତା ନାବାଳିକାଙ୍କୁ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ପିଣ୍ଟୁଆ ବାଧ୍ୟ କରୁଥିଲେ। ଯଦି ସମ୍ପର୍କ ନ ରଖିବ ମୋ ପାଖରେ ଥିବା ଫୋଟଗୁଡ଼ିକୁ ଭାଇରାଲ୍‌ କରିଦେବି ବୋଲି ସେ ଧମକ ଦେଇଆସୁଥିଲେ। ପ୍ରତାପ ଏ କଥା କିଛି ଦିନ ତଳେ ନିଜ ମାଆଙ୍କୁ କହିଥିଲେ ବୋଲି ମଞ୍ଜୁଲତା ମଙ୍ଗଳବାର ଏତାଲାରେ ଦର୍ଶାଇଛନ୍ତି ା ଭଏସ୍‌ ରେକର୍ଡରେ ସମ୍ପୃକ୍ତା ନାବାଳିକା ପିଣ୍ଟୁଆ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିବା କହିଥିଲେ ା ଏପରି କି ସେ ଆମ ଦୁହିଙ୍କ ମରିବା ପାଇଁ ଦାୟୀ ବୋଲି ପ୍ରତାପ ଏବଂ ତାଙ୍କ ପ୍ରେମିକା କହିଥିଲେ। ଆମ ଦୁହିଙ୍କ ସହ ଯାହାହେଲା ଆଉ କାହା ସହିତ ଏପରି ନ ହେଉ, ଆମ ସହ ପିଣ୍ଟୁଆ ଯେଉଁ କାମ କରିଛି ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଭଏସ୍‌ ରେକର୍ଡରେ ଏହି ପ୍ରେମୀଯୁଗଳ ଆକୁଳ ନିବେଦନ କରିଛନ୍ତି। ପିଣ୍ଟୁଆ ବିରୋଧରେ ବୟାନ ପରେ ବି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ରହିଥିଲା। ମାତ୍ର ମଙ୍ଗଳବାର ପ୍ରତାପଙ୍କ ମା’ଏତାଲା କରିବା ଏବଂ ଘଟଣା ଉପରେ ପିଣ୍ଟୁଆ ବିରୋଧରେ ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ନୋଟିସ୍‌ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି ା ଘଟଣା ସମ୍ପର୍କରେ ମଙ୍ଗଳପୁର ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଯାଜପୁର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଘଟଣାର ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ସତ୍ୟାସତ୍ୟ ଉନ୍ମୋଚନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?