ଏସ୍‌ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଯାହା ଖାକିକୁ କରିଛି ବଦନାମ।
ଆତ୍ମାହୁତି ଉଦ୍ୟମ କରିଥିବା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଦୁଦୁରାକୋଟ ଗ୍ରାମର ଶୈଳବାଳା ସାମଲଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ପବିତ୍ର ନାୟକ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ୍‌ରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି। ସ୍ବାମୀ ବେଆଇନ ଭାବେ ଦ୍ୱିତୀୟ ବିବାହ କରିଛନ୍ତି। ଅଧିକାଂଶ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି। ଗତ ଡିସେମ୍ବର ୨୧ରେ ଶୈଳବାଳାଙ୍କୁ ପବିତ୍ର ମରଣାନ୍ତକ ଆକ୍ରମଣ କରିଥିଲେ। ସୂଚନା ପାଇ ବାଲିମୀ ଥାନାଧିକାରୀ ପହଞ୍ଚତ୍ ଏକ ଖଣ୍ଡା ଜବତ କରିବା ସହ ସ୍ବାମୀଙ୍କୁ ଥାନାକୁ ନେଇଯାଇଥିଲେ। ହେଲେ ପରେ ତାଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ତାଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଯାଇଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରୁ ନ ଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି।
ପେଟ୍ରୋଲ ଢାଳିହୋଇ ଶରୀରରେ ନିଅଁା ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ମହିଳା କନଷ୍ଟେବଳମାନେ ଦୌଡ଼ି ଆସି ଶୈଳବାଳାଙ୍କୁ ଏଥିରୁ ନିବୃତ୍ତ କରାଇଥିଲେ। କାର୍ଯ୍ୟାଳୟରେ ପୋଲିସ ଅଧିକାରୀମାନେ ତାଙ୍କ ଅଭିଯୋଗ ଶୁଣିବା ସହ ବୁଝାଶୁଝା କରିଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର କୁହନ୍ତି, ମହିଳାଙ୍କ ଅଭିଯୋଗ ମିଳିଛି ା ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।

ଭରଣପୋଷଣ ପାଇଁ ୬୦୦୦ ଟଙ୍କା ଦେବେ
ନିର୍ଯାତନାର ଶିକାର ହୋଇଥିବା ଶୈଳବାଳାଙ୍କୁ ଭରଣପୋଷଣ ବାବଦକୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବାକୁ ସ୍ବାମୀ ପବିତ୍ର ସହମତି ଜଣାଇଛନ୍ତି। ପ୍ରତି ମାସ ୩ ତାରିଖ ସୁଦ୍ଧା ସେ ଏହି ଟଙ୍କା ଦେବେ। ଏସ୍‌ପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କୁ ବୁଝାଶୁଝା ପରେ ଟାଉନ ଥାନାକୁ ନିଆଯାଇଥିଲା। ସେଠାକୁ ସ୍ବାମୀ ପବିତ୍ରଙ୍କୁ ଡକାଯାଇ ଆପୋସ ଆଲୋଚନା କରାଯାଇଥିଲା। ମହିଳାଙ୍କ ପକ୍ଷରୁ କୋର୍ଟରେ ଭରଣପୋଷଣ ମାମଲା ଚାଲିଛି। ରାୟ ପ୍ରକାଶ ପାଇବା ଯାଏ ତାଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବାକୁ ପୋଲିସ କହିଥିଲା, ଯାହାକୁ ପବିତ୍ର ମାନିନେଇଛନ୍ତି। ଅଦାଲତ ରାୟକୁ ଉଭୟେ ସମ୍ମାନ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri