ଏସ୍‌ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଯାହା ଖାକିକୁ କରିଛି ବଦନାମ।
ଆତ୍ମାହୁତି ଉଦ୍ୟମ କରିଥିବା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଦୁଦୁରାକୋଟ ଗ୍ରାମର ଶୈଳବାଳା ସାମଲଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ପବିତ୍ର ନାୟକ ଢେଙ୍କାନାଳ ରିଜର୍ଭ ପୋଲିସ ଲାଇନ୍‌ରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି। ସ୍ବାମୀ ବେଆଇନ ଭାବେ ଦ୍ୱିତୀୟ ବିବାହ କରିଛନ୍ତି। ଅଧିକାଂଶ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି। ଗତ ଡିସେମ୍ବର ୨୧ରେ ଶୈଳବାଳାଙ୍କୁ ପବିତ୍ର ମରଣାନ୍ତକ ଆକ୍ରମଣ କରିଥିଲେ। ସୂଚନା ପାଇ ବାଲିମୀ ଥାନାଧିକାରୀ ପହଞ୍ଚତ୍ ଏକ ଖଣ୍ଡା ଜବତ କରିବା ସହ ସ୍ବାମୀଙ୍କୁ ଥାନାକୁ ନେଇଯାଇଥିଲେ। ହେଲେ ପରେ ତାଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ତାଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଯାଇଛି। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରୁ ନ ଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି।
ପେଟ୍ରୋଲ ଢାଳିହୋଇ ଶରୀରରେ ନିଅଁା ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ମହିଳା କନଷ୍ଟେବଳମାନେ ଦୌଡ଼ି ଆସି ଶୈଳବାଳାଙ୍କୁ ଏଥିରୁ ନିବୃତ୍ତ କରାଇଥିଲେ। କାର୍ଯ୍ୟାଳୟରେ ପୋଲିସ ଅଧିକାରୀମାନେ ତାଙ୍କ ଅଭିଯୋଗ ଶୁଣିବା ସହ ବୁଝାଶୁଝା କରିଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର କୁହନ୍ତି, ମହିଳାଙ୍କ ଅଭିଯୋଗ ମିଳିଛି ା ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।

ଭରଣପୋଷଣ ପାଇଁ ୬୦୦୦ ଟଙ୍କା ଦେବେ
ନିର୍ଯାତନାର ଶିକାର ହୋଇଥିବା ଶୈଳବାଳାଙ୍କୁ ଭରଣପୋଷଣ ବାବଦକୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବାକୁ ସ୍ବାମୀ ପବିତ୍ର ସହମତି ଜଣାଇଛନ୍ତି। ପ୍ରତି ମାସ ୩ ତାରିଖ ସୁଦ୍ଧା ସେ ଏହି ଟଙ୍କା ଦେବେ। ଏସ୍‌ପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କୁ ବୁଝାଶୁଝା ପରେ ଟାଉନ ଥାନାକୁ ନିଆଯାଇଥିଲା। ସେଠାକୁ ସ୍ବାମୀ ପବିତ୍ରଙ୍କୁ ଡକାଯାଇ ଆପୋସ ଆଲୋଚନା କରାଯାଇଥିଲା। ମହିଳାଙ୍କ ପକ୍ଷରୁ କୋର୍ଟରେ ଭରଣପୋଷଣ ମାମଲା ଚାଲିଛି। ରାୟ ପ୍ରକାଶ ପାଇବା ଯାଏ ତାଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବାକୁ ପୋଲିସ କହିଥିଲା, ଯାହାକୁ ପବିତ୍ର ମାନିନେଇଛନ୍ତି। ଅଦାଲତ ରାୟକୁ ଉଭୟେ ସମ୍ମାନ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ତାତି ଶିଥିଳ

କାମାକ୍ଷାନଗର, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୭ଟି ଗ୍ରାମକୁ ନେଇ ଓଡ଼ିଶା ଥର୍ମାଲ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଓଟିପିସିଏଲ୍‌) ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌...

ବ୍ୟାଙ୍କ ଧର୍ମଘଟ: କାରବାର ପ୍ରଭାବିତ

ଢେଙ୍କାନାଳ ଅଫିସ,୧୮।୧୨ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ସର୍ବଭାରତୀୟସ୍ତରରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ) ଆହ୍ବାନରେ ଚାଲିଥିବା ୨ଦିନିଆ ଧର୍ମଘଟ...

ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ...

‘ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବା ଉଚିତ ନୁହେଁ’

ଢେଙ୍କାନାଳ ଅଫିସ,୨୨ା୧ – କୌଣସି ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଢେଙ୍କାନାଳ ଜିଲାକୁ ପରୀକ୍ଷାପର୍ବ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ...

କଳାର ସୌଦାଗର ସୁରସାର୍‌

ଭୁବନ, ୨୩।୧୦(ଡି.ଏନ.ଏ.) ହାତରେ ଚାମର ଧରିଲେ ସେ ପାଲଟିଯାଆନ୍ତି ପାଲାଗାୟକ। ରଙ୍ଗତୂଳୀ ଧରିଲେ ମାଟି ପ୍ରତିମାରେ ସଞ୍ଚରି ଉଠେ ଜୀବନ। ନାଟକ ପ୍ରଚ୍ଛଦପଟରେ ରହି କଳାକାରଙ୍କୁ...

ଜେଲ ଓ୍ବାର୍ଡରଙ୍କୁ ଚାପିଦେଲା ହାଇଓ୍ବା

କାମାକ୍ଷାନଗର,୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରିଡ଼ାମାଳି ଛକରେ ଶନିବାର ମଧ୍ୟାହ୍ନରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ...

ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରାଉ କଲେ ୩ ସଂଘର କର୍ମକର୍ତ୍ତା

ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ହସ୍ପିଟାଲରେ ଅଚାନକ ପହଞ୍ଚି ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲା ଓକିଲ ସଂଘ ବଣିକ ସଂଘ, ଖବରଦାତା ସଂଘ ଓ କିଛି ବୁଦ୍ଧିଜୀବୀ।...

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ...

Advertisement
Archives

Model This Week