ଆବାସ ସାତସପନକୁ କ୍ୟାନ୍‌ସର କରୁଛି କଲବଲ

ଆଳି,୧୪ା୯(ଡି.ଏନ.ଏ.): ଆବାସ ଗୃହ ସାତସପନ ପାଲଟିଥିବା ବେଳେ କ୍ୟାନସର ରୋଗ କରୁଛି କଲବଲ। ଘରଟିଏ ନ ଥିବାରୁ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଏବେ ବାଧକ ସାଜିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସହିରା ଗଁାରେ। ଗ୍ରାମର ବଳରାମ ସାହୁଙ୍କ ପରିବାରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବଳରାମଙ୍କର ଘର ନ ଥିବାରୁ ପରିବାର ସହ ଗ୍ରାମ କ୍ଲବ ଘରେ ରହଛନ୍ତି। ତାଙ୍କ ପତ୍ନୀ ମଞ୍ଜୁଲତା କର୍କଟ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବଳରାମଙ୍କ ପରିବାର କହିଲେ, ପତ୍ନୀ ମଞ୍ଜୁଲତା, ଝିଅ ସୋନାଲି ଓ ପୁଅ ପ୍ରୟାସ। ବଳରାମ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଯାହା ରୋଜଗାର କରୁଥିଲେ ସେଥିରେ ହସଖୁସିରେ ସଂସାର ଚାଲିଥିଲା। ହସଖୁସିର ଏହି ପରିବାର ଉପରକୁ ମାଡି ଆସିଥିଲା ଗୋଟିଏ ପରେ ଗୋଟିଏ ବିପଦ। ୨୦୧୯ ଏପ୍ରିଲରେ ହୋଇଥିବା ବାତ୍ୟା ଫନିରେ ବଳରାମଙ୍କ ପରିବାର ରହୁଥିବା ଘରଟି ଭାଙ୍ଗି ଯାଇଥିଲା। ପରେ ସେମାନେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ତତ୍କାଳୀନ ଜିଲାପାଳ ସମର୍ଥ ବର୍ମା ସେହି ସମୟରେ ତାଙ୍କ ଘର ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରକୁ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୩ ବର୍ଷ ବିତି ଯାଇଥିବା ବେଳେ ତାଙ୍କୁ ଆବାସଟିଏ ମିଳି ନ ଥିବାରୁ ସେ ବିଭିନ୍ନ ଲୋକଙ୍କ ଘରେ ଆଶ୍ରୟ ନେବା ପରେ ଦୀର୍ଘଦିନ ହେବ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। ଅପରପକ୍ଷରେ ବଳରାମଙ୍କ ପତ୍ନୀ ମଞ୍ଜୁଲତା ଦୀର୍ଘ ଦୁଇବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ବଳରାମ ପତ୍ନୀ ମଞ୍ଜୁଲତାଙ୍କୁ ଭଲ କରିବା ନିମନ୍ତେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଋଣ କରି ଅପରେଶନ କରାଇଛନ୍ତି। ମଞ୍ଜୁଲତା ଅପରେଶନ ହେବା ପରେ ଏବେ ପ୍ରତି ମାସ ଚେକଅପ ହେବାକୁ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହି ଟଙ୍କା ଯୋଗାଡ଼ କରିବା ବଳରାମଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଅପରପକ୍ଷରେ ପୁଅ ଓ ଝିଅ ବିଦ୍ୟାଳୟରେ ପାଠ ପଢ଼ୁଥିବା ସେମାନଙ୍କ ଖର୍ଚ୍ଚ ଉଠାଇବା ବଳରାମଙ୍କ ପାଇଁ କଷ୍ଟକର ହୋଇପଡିଛି। ବଳରାମଙ୍କୁ ଦିନେ କାମ ମିଳିଲେ ଦିନେ ନାହିଁ। ଏଭଳି ଅବସ୍ଥାରେ ବଳରାମ ଦିନ ଅତିବାହିତ କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଓ ଚିକିତ୍ସା ନିମନ୍ତେ ଅର୍ଥ ସହାୟତା କରିବାକୁ ବଳରାମ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri