Categories: ଖେଳ

ସୁଦୀପ ଡୋପିଂ କଣ୍ଟ୍ରୋଲ ଅଫିସର ନିଯୁକ୍ତ

ଭୁବନେଶ୍ୱର, ୫ା୯ (ସ୍ପୋଟର୍‌ସ ବ୍ୟୁରୋ)-କିଟ୍‌ ୟୁନିଭର୍ସିଟି, କିମ୍ସ ପ୍ରଫେସର ସୁଦୀପ ଶତପଥୀ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-ଓ୍ବେଷ୍ଟ ୨୦୨୦ ପାଇଁ ମେଡିକାଲ ପ୍ରତିନିଧି ଦଳରେ ଡୋପିଂ କଣ୍ଟ୍ରୋଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଏହି ଇଭେଣ୍ଟ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ କାତାରର ଦୋହାରେ ଅନୁଷ୍ଠିତ ହେବ। ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି)ରେ ସ୍ପୋଟର୍‌ସ ମେଡିଶିନରେ ଡିପ୍ଲୋମା ହାସଲ କରିଥିବା ସୁଦୀପ ଏହା ପୂର୍ବରୁ ରିଓ ଅଲିମ୍ପିକ୍ସ ଓ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରେ ଜଣେ ସ୍ପୋଟର୍‌ସ ମେଡିସନ ଡାକ୍ତର ଭାବେ କାର୍ଯ୍ୟ କରିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ) ୨୦୧୫ରେ ସଚିନ ତେନ୍ଦୁଲକରଙ୍କ ମାଲିକାନାରେ ଥିବା କେରଳ ବ୍ଳାଷ୍ଟର୍ସ ଏଫ୍‌ସିର ଜଣେ ଟିମ୍‌ ଡାକ୍ତର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ସୁଦୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share