Posted inରାଜ୍ୟ

ୱେବ୍‌ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ଅଟକ

ଭୁବନେଶ୍ୱର,୪।୯(ବ୍ୟୁରୋ) : ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ଅପମାନଜନକ ଖବର ପ୍ରସାରଣ କରିବା ସହ ଧମକ ଦେଇ ବଟି ମାଗିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଫୋକସ୍‌ ପ୍ଲସ୍‌ ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଅଟକ ରଖିଛି। ଶୁକ୍ରବାର ସକାଳେ ଝାରପଡାସ୍ଥିତ ୱେବ୍‌ ପୋର୍ଟାଲ କାର୍ଯ୍ୟାଳୟରୁ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଏଥିସହ ସେଠାରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା ଚାଲିଥିବା ଥାନାଧିକାରୀ ବନିତା ମହାରଣା ସୂଚନା ଦେଇଛନ୍ତି। ଥାନାଧିକାରୀ କହିଛନ୍ତି, ବୁଧବାର ଦୂତୀଙ୍କ ଅଭିଯୋଗକ୍ରମେ ୱେବ୍‌ ଚ୍ୟାନେଲର ସମ୍ପାଦକ ସୁଧାଂଶୁଙ୍କ ସମେତ ରିପୋର୍ଟର ସ୍ମୃତିରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନାମରେ ଆଇପିସି ଦଫା ୨୦୨(ଏ), ୩୫୪(ଏ), ୩୮୫, ୫୦୬, ୫୦୯,୧୨୦(ବି)ରେ ମାମଲା (ନଂ.୧୦୬/୨୧) ରୁଜୁ ହୋଇଛି। ତଦନ୍ତରେ ପ୍ରମାଣ ମିଳିବାରୁ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଅଧିକ ତଥ୍ୟ ଯୋଗାଡ଼ କରୁଛି। ଅନ୍ୟତମ ଅଭିଯୁକ୍ତ ରିପୋର୍ଟର ସ୍ମୃତିରଞ୍ଜନ ଓ ସୂଚନା ଅଧିକାର କର୍ମୀ ପ୍ରଦୀପଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।
ଦୂତୀ ବୁଧବାର ଏକ ଖବରଦାତା ସମ୍ମିଳନୀ କରି କହିଥିଲେ, ୱେବ୍‌ ଚ୍ୟାନେଲ ରିପୋର୍ଟର ମୋ ଗାଁକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ମୋ ବିରୋଧରେ ମା’ ବାପାଙ୍କ ନିକଟରୁ କିଛି ତଥ୍ୟ ସଂଗ୍ରହ କରିଥିଲେ। ମୁଁ ଅଲିମ୍ପିକ୍ସ ପାଇଁ ଟୋକିଓରେ ଥିବା ସମୟରେ ସମ୍ପାଦକ ମୋ ନିକଟକୁ ଉକ୍ତ ଭିଡିଓ ପଠାଇ ଦେଖିବାକୁ କହିଥିଲେ। ଯେହେତୁ ମୋ ମା’ ଓ ବାପା ମୋ ବିରୋଧରେ କିଛି କଥା କହିଥିଲେ, ତାହାକୁ ଚ୍ୟାନେଲରେ ପ୍ରସାରଣ କରିବାକୁ ଧମକ ଦେଇ ମୋ ନିକଟରୁ ଅର୍ଥ ଦାବି କରିଥିଲେ। ମୁଁ ରାଜି ନ ହେବାରୁ ଗୋଟିଏ ପରେ ଗୋଟିଏ ଭିଡିଓ ପଠାଇ ମୋତେ ମାନସିକ ସ୍ତରରେ ଚାପଗ୍ରସ୍ତ କରିବା ସହ ମୋ ଚରିତ୍ର ସଂହାର କରି ସାମାଜିକ ଗଣମାଧ୍ୟମରେ ବଦନାମ କରିଥିଲେ। ସେହିପରି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକାରାତ୍ମକ ଟିପ୍ପଣୀ ଦେଇଥିଲେ ବୋଲି ଦୂତୀ କହିଥିଲେ। ଏହାଛଡା ମାନସମ୍ମାନରେ ହାନି ଘଟିବାରୁ ଉପରୋକ୍ତ ୩ ଜଣଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଛନ୍ତି ବୋଲି ସେ କହିଥିଲେ। ଯଦି ଆକ୍ରୋଶମୂଳକ ଭାବେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ନକାରାତ୍ମକ ଖବର ପରିବେଷଣ କରାଯାଏ ତେବେ ବାଧ୍ୟ ହୋଇ ସେ ଖେଳ ଛାଡିବେ ବୋଲି ଦୂତୀ ଖବରଦାତା ସମ୍ମିଳନୀରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri