Posted inରାଜ୍ୟ

ୱେବ୍‌ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ଅଟକ

ଭୁବନେଶ୍ୱର,୪।୯(ବ୍ୟୁରୋ) : ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ଅପମାନଜନକ ଖବର ପ୍ରସାରଣ କରିବା ସହ ଧମକ ଦେଇ ବଟି ମାଗିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଫୋକସ୍‌ ପ୍ଲସ୍‌ ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଅଟକ ରଖିଛି। ଶୁକ୍ରବାର ସକାଳେ ଝାରପଡାସ୍ଥିତ ୱେବ୍‌ ପୋର୍ଟାଲ କାର୍ଯ୍ୟାଳୟରୁ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଏଥିସହ ସେଠାରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା ଚାଲିଥିବା ଥାନାଧିକାରୀ ବନିତା ମହାରଣା ସୂଚନା ଦେଇଛନ୍ତି। ଥାନାଧିକାରୀ କହିଛନ୍ତି, ବୁଧବାର ଦୂତୀଙ୍କ ଅଭିଯୋଗକ୍ରମେ ୱେବ୍‌ ଚ୍ୟାନେଲର ସମ୍ପାଦକ ସୁଧାଂଶୁଙ୍କ ସମେତ ରିପୋର୍ଟର ସ୍ମୃତିରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ନାମରେ ଆଇପିସି ଦଫା ୨୦୨(ଏ), ୩୫୪(ଏ), ୩୮୫, ୫୦୬, ୫୦୯,୧୨୦(ବି)ରେ ମାମଲା (ନଂ.୧୦୬/୨୧) ରୁଜୁ ହୋଇଛି। ତଦନ୍ତରେ ପ୍ରମାଣ ମିଳିବାରୁ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଅଧିକ ତଥ୍ୟ ଯୋଗାଡ଼ କରୁଛି। ଅନ୍ୟତମ ଅଭିଯୁକ୍ତ ରିପୋର୍ଟର ସ୍ମୃତିରଞ୍ଜନ ଓ ସୂଚନା ଅଧିକାର କର୍ମୀ ପ୍ରଦୀପଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।
ଦୂତୀ ବୁଧବାର ଏକ ଖବରଦାତା ସମ୍ମିଳନୀ କରି କହିଥିଲେ, ୱେବ୍‌ ଚ୍ୟାନେଲ ରିପୋର୍ଟର ମୋ ଗାଁକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ମୋ ବିରୋଧରେ ମା’ ବାପାଙ୍କ ନିକଟରୁ କିଛି ତଥ୍ୟ ସଂଗ୍ରହ କରିଥିଲେ। ମୁଁ ଅଲିମ୍ପିକ୍ସ ପାଇଁ ଟୋକିଓରେ ଥିବା ସମୟରେ ସମ୍ପାଦକ ମୋ ନିକଟକୁ ଉକ୍ତ ଭିଡିଓ ପଠାଇ ଦେଖିବାକୁ କହିଥିଲେ। ଯେହେତୁ ମୋ ମା’ ଓ ବାପା ମୋ ବିରୋଧରେ କିଛି କଥା କହିଥିଲେ, ତାହାକୁ ଚ୍ୟାନେଲରେ ପ୍ରସାରଣ କରିବାକୁ ଧମକ ଦେଇ ମୋ ନିକଟରୁ ଅର୍ଥ ଦାବି କରିଥିଲେ। ମୁଁ ରାଜି ନ ହେବାରୁ ଗୋଟିଏ ପରେ ଗୋଟିଏ ଭିଡିଓ ପଠାଇ ମୋତେ ମାନସିକ ସ୍ତରରେ ଚାପଗ୍ରସ୍ତ କରିବା ସହ ମୋ ଚରିତ୍ର ସଂହାର କରି ସାମାଜିକ ଗଣମାଧ୍ୟମରେ ବଦନାମ କରିଥିଲେ। ସେହିପରି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକାରାତ୍ମକ ଟିପ୍ପଣୀ ଦେଇଥିଲେ ବୋଲି ଦୂତୀ କହିଥିଲେ। ଏହାଛଡା ମାନସମ୍ମାନରେ ହାନି ଘଟିବାରୁ ଉପରୋକ୍ତ ୩ ଜଣଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଛନ୍ତି ବୋଲି ସେ କହିଥିଲେ। ଯଦି ଆକ୍ରୋଶମୂଳକ ଭାବେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ନକାରାତ୍ମକ ଖବର ପରିବେଷଣ କରାଯାଏ ତେବେ ବାଧ୍ୟ ହୋଇ ସେ ଖେଳ ଛାଡିବେ ବୋଲି ଦୂତୀ ଖବରଦାତା ସମ୍ମିଳନୀରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?