Odisha Elections 2024

ହଠାତ୍‌ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଭେଟିବାକୁ ପହଞ୍ଚିଲେ ଓବାମା

ଲଣ୍ଡନ,୧୯।୩: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ଏକ ଅତ୍ୟାଧୁନିକ ବିଷୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇ ରହଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପ୍ରଥମ ଭାରତୀୟ ମୂଳବାସିନ୍ଦା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବାର୍ତ୍ତାଳାପ ସମ୍ପର୍କରେ ସୁନକଙ୍କ କାର୍ଯ୍ୟାଳୟ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ସୁନକ ଏବଂ ଓବାମାଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ବ୍ୟତୀତ ଉଭୟଙ୍କ ମଧ୍ୟରେ ଅନ୍ୟାନ୍ୟ ଅନେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦୁଇ ଶକ୍ତିଶାଳୀ ନେତା ବୋଧହୁଏ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି। ଉଭୟ ନେତା ଖବରଦାତାମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ଏବଂ ହସି ହସି ଭିତରକୁ ଯାଇଥିଲେ। ସୁନକଙ୍କ ମୁଖପାତ୍ର କହିଛନ୍ତି ଯେ ଓବାମା ସୌଜନ୍ୟମୂଳକ ପରିଦର୍ଶନ କରିବାକୁ ଆସିଛନ୍ତି। ଓବାମା, ୬୨ବର୍ଷିୟ ଆମେରିକୀୟ ଡେମୋକ୍ରାଟ, ତାଙ୍କ ଫାଉଣ୍ଡେଶନ କାମ ପାଇଁ ଲଣ୍ଡନରେ ପହଞ୍ଚିଥିଲେ। ବିବୃତ୍ତି ଅନୁଯାୟୀ, ଏଆଇ ବ୍ୟତୀତ ସୁନକ ଏବଂ ଓବାମାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri