ଟିକା ନେବା ପରେ ଏଭଳି ଲକ୍ଷଣ ବିପଦର ସଙ୍କେତ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଟ୍ରେନରେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ଭଳି ଭାରତରେ ଦିଆ ଯାଉଥିବା କୋଭିଶିଲ୍ଡ ଟିକାରେ ମଧ୍ୟ ସମାନ ପ୍ରକାର ରକ୍ତ ଜମାଟ ଭଳି ଘଟଣା ଦେଖାଦେଉଥିବା ଜଣାପଡ଼ିଛି। ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ନେବା ଦ୍ୱାରା ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧିବା ଘଟଣା ବ୍ରଟେନ୍‌ରେ ମାର୍ଚ୍ଚ ୧୧ରେ ଜଣାପଡ଼ିଥିଲା। ଭାରତରେ ଦିଆଯାଉଥିବା କୋଭିଶିଲ୍ଡ ଟିକା ଦ୍ୱାରା ଏଭଳି ଘଟଣାର ୧୦ ଲକ୍ଷରେ ୦.୬୧ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟିକା ନେବାର ୨୦ ଦିନ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ସମସ୍ୟା ଦେଖାଦେଲେ ସମ୍ପୃକ୍ତ ଟିକାଦାନ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଟିକାନେବା ପରେ ୨୬ ଜଣଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥିବା ପ୍ରତିଷେଧକ ଟିକା ନେବା ସୃଷ୍ଟି ହେଉଥିବା ପ୍ରଭାବର ତଦାରଖ କରିବା ଲାଗି ଗଠନ ହୋଇଥିବା କମିଟି ଏଇଏଫ୍‌ଆଇ ପକ୍ଷରୁ କୁହାଯାଇଛି। ରକ୍ତ ଜମାଟ ବାନ୍ଧିବା, ଅଧିକ ସମୟ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା, ଦେଶରେ ଘୋଳାବିନ୍ଧା, ପେଟ ଯନ୍ତ୍ରଣା, ନିଶ୍ୱାସ ନେବାରେ ସମସ୍ୟା, ଦେଶରେ ଲାଲ୍‌ ରଙ୍ଗର ଦାଗ ସୃଷ୍ଟି ହେବା, ଅଧିକ ହାଲିଆ ଲାଗିବା, ଶରୀରର କୌଣସି ଅଙ୍ଗ କାମ କରିବା ବନ୍ଦ କରିଦେବା, ଆଖିକୁ ଧୂଆଳିଆଁ ଦେଖାଯିବା, କନଫ୍ୟୁଜନ-ଟିପ୍ରେଶନ ଅବା ମୁଡ୍‌ ସ୍ବିଙ୍ଗ୍‌ ଆଦି ସମସ୍ୟା କୋଭିଶିଲ୍ଡ ଟିକା ନେବା ପରେ କେତେକ କ୍ଷେତ୍ରରେ ଦେଖାଦେଇଥାଏ। କିନ୍ତୁ ଏଭଳି ସମସ୍ୟା ଅଧିକ ସମୟ ଲାଗି ରହିଲେ ଏହାକୁ ବିପଦର ସଙ୍କେତ ଧରି ନେବାକୁ ହେବ। ବିଳମ୍ବ ନକରି ଚିକିତ୍ସକଙ୍କ ସହିତ ପରାମର୍ଶ କରିବାକୁ ଏଇଏଫ୍‌ଆଇ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩୧ରେ ଏଇଏଫ୍‌ଆଇ ଦାଖଲ କରିଥିବା ରିପୋର୍ଟ ଅନୁସାରେ ଟିକାକରଣ ଅଭିଯାନ ପରେ ମାର୍ଚ୍ଚ ୨୯ ସୁଦ୍ଧା ପାର୍ଶ୍ୱପ୍ରତିକ୍ରିୟା ଏବଂ ମୃତ୍ୟୁ ହୋଇଥିବା ୬୧୭ ଘଟଣା ଘଟିଛି। ସେଥିମଧ୍ୟରୁ ଟିକାନେବା ପରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଛି। ୨୩୬ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri