Posted inଖେଳ

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ: ୮୪ ବର୍ଷ ପରେ ବି ଭାଙ୍ଗିନି

ଆଜି ଅର୍ଥାତ୍‌ ୨୩ ଅଗଷ୍ଟ ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୯୩୮ ମସିହାରେ ଏହି ଦିନ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ ଟେଷ୍ଟର ଗୋଟିଏ ଇନିଂସରେ ୯୦୦ ରନ କରିବାରେ ସଫଳତା ହାସଲ କରିଥିଲା। ଏହି ମ୍ୟାଚ ଓଭାଲରେ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଅଧିନାୟକ ୱାଲି ହାମଣ୍ଡ ୯୦୩/୩ ସ୍କୋରରେ ଇନିଂସ ଘୋଷଣା କରିଥିଲେ। ନଚେତ୍‌ ସେହି ଦିନ ଇଂରାଜୀ ଦଳ ୧୦୦୦ ରନ ମାର୍କ ଅତିକ୍ରମ କରିଥାନ୍ତେ। କାରଣ ଯେତେବେଳେ ଇଂଲଣ୍ଡ ଅଧିନାୟକ ହାମଣ୍ଡ ଇନିଂସ ଘୋଷଣା କରିଥିଲେ, ଜୋ ହାର୍ଡ଼ଷ୍ଟାଫ ୧୬୯ ରେ ଅପରାଜିତ ରହିଥିଲେ ଏବଂ ଇଂଲଣ୍ଡ ପାଖରେ ୩ ଉଇକେଟ ବାକି ଥିଲା। ଇଂଲଣ୍ଡ ପାଇଁ ଲେନ ହାଟନ ୩୬୪ ରନ ସ୍କୋର କରିଥିଲେ। ଇଂଲଣ୍ଡର ଏହି ରେକର୍ଡ ୫୯ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଲା। ୧୯୯୭ ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୯୫୨ ରନ ସ୍କୋର କରି ଏହି ରେକର୍ଡ ଭାଙ୍ଗିଥିଲା। ଟେଷ୍ଟ କ୍ରିକେଟରେ ଏହା ଏପର୍ଯ୍ୟନ୍ତ ସର୍ବାଧିକ ଇନିଂସ ସ୍କୋର କରିଛି। ୧୯୩୮ ମସିହାରେ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗସ୍ତରେ ଆସିଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ଟେଷ୍ଟ ସିରିଜର ଶେଷ ମ୍ୟାଚ ଅଗଷ୍ଟ ୨୦ ରୁ ଓଭାଲରେ ଖେଳାଯାଇଥିଲା। ସିରିଜର ପ୍ରଥମ ୨ ଟେଷ୍ଟ ଡ୍ର ହୋଇଥିବାବେଳେ ତୃତୀୟ ମ୍ୟାଚ ବାତିଲ ହୋଇଥିଲା। ହେଡିଙ୍ଗଲିରେ ଚତୁର୍ଥ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ହୋଇଥିଲା। ଏଭଳି ପରିସ୍ଥିତିରେ ଇଂଲଣ୍ଡ ପାଇଁ ଓଭାଲ ଟେଷ୍ଟ ଜିତିବା ଆବଶ୍ୟକ ଥିଲା।
ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଦିନର ଖେଳ ଶେଷ ହେଲା ବେଳକୁ ଇଂଲଣ୍ଡ ସ୍କୋର ୧ ଉଇକେଟ ହରାଇ ୩୪୭ ରନ କରିଥିଲା। ହାଟନ (୧୬୦) ଏବଂ ଲେଲ୍ୟାଣ୍ଡ (୧୫୬) ଅପରାଜିତ ଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଇଂଲଣ୍ଡ ସ୍କୋରବୋର୍ଡରେ ୬୩୪ ରନ ରଖିଥିଲା ଏବଂ ମାତ୍ର ୫ ଉଇକେଟ ଯାଇଥିଲା। ୨୨ ବର୍ଷୀୟ ହାଟନ ୩୦୦ରେ ଅପରାଜିତ ରହିଥିଲେ। ତୃତୀୟ ଦିନରେ ମଧ୍ୟ ସମସ୍ତ ଆଖି ହାଟନ ଉପରେ ଥିଲା। ସେ ଡନ ବ୍ରାଡମ୍ୟାନ ଆଶେସରେ ସର୍ବାଧିକ ୩୩୪ ସ୍କୋର ଏବଂ ତା’ପରେ ନିଜ ଅଧିନାୟକ ହାମଣ୍ଡଙ୍କ ସ୍କୋର ୩୩୬ ରନକୁ ପଛରେ ପକାଇ ସେ ୮୬୭ ବଲରେ ୩୬୪ ରନ ସ୍କୋର କରିଥିଲେ। ଏହି ଇନିଂସରେ ହାଟନ ୩୫ ଚୌକା ମାରିଥିଲେ। ଏକ ସମୟରେ ଲାଗୁଥିଲା ଯେ ଟେଷ୍ଟ ଇନିଂସରେ ୧୦୦୦ ରନ ପୂରଣ କରିବାରେ ଇଂଲଣ୍ଡ ପ୍ରଥମ ଦଳ ହେବ। କିନ୍ତୁ ଅଧିନାୟକ ହାମଣ୍ଡ ୯୦୩/୭ ରେ ଇନିଂସ ଘୋଷଣା କରିଥିଲେ। ତେବେ ସେତେବେଳକୁ ଇଂଲଣ୍ଡ ୯୦୦ ରନ ସ୍କୋର କରିବାରେ ପ୍ରଥମ ଦଳ ହୋଇପାରିଥିଲା।
ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ଗୋଟିଏ ତ୍ରିଗୁଣ ଶତକ, ଦୁଇ ଶତକ ଏବଂ ଅର୍ଦ୍ଧଶତକ ହାସଲ କରାଯାଇଥିଲା। ଅଷ୍ଟ୍ରେଲିଆ ପାଇଁ ରନ ପାହାଡ ପଛରେ ଗୋଡ଼ାଇବା ସହଜ ନ ଥିଲା। କାରଣ ଏହି ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଅଧିନାୟକ ଡନ ବ୍ରାଡମ୍ୟାନ ଆହତ କାରଣରୁ ବ୍ୟାଟିଂ କରିବାକୁ ମଧ୍ୟ ଆସି ନଥିଲେ। ଅଷ୍ଟ୍ରେଲିଆର ଦଳ ପ୍ରଥମ ଇନିଂସରେ ମାତ୍ର ୨୦୧ ରନରେ ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏବେ ଅଷ୍ଟ୍ରେଲିଆ ଫଲୋଅନ ଖେଳିବା ପାଇଁ ପଡିଆକୁ ଓହ୍ଲାଇ ଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆ ଦଳ ୧୨୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ମାର୍କ ଅତିକ୍ରମ କରିପାରି ନ ଥିଲେ ଏବଂ ଭ୍ରମଣକାରୀ ଦଳ ଗୋଟିଏ ଇନିଂସ ଏବଂ ୫୭୯ ରନ୍‌ରେ ମ୍ୟାଚ ହାରିଥିଲେ। ଏହା ସହିତ ୫ଟି ଟେଷ୍ଟର ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା । ଆଜି ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ ଇତିହାସରେ କୌଣସି ଦଳ ଇନିଂସ ଏବଂ ଏତେ ବଡ଼ ବ୍ୟବଧାନରେ ହାରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା

କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri