Posted inଖେଳ

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ: ୮୪ ବର୍ଷ ପରେ ବି ଭାଙ୍ଗିନି

ଆଜି ଅର୍ଥାତ୍‌ ୨୩ ଅଗଷ୍ଟ ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୯୩୮ ମସିହାରେ ଏହି ଦିନ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ ଟେଷ୍ଟର ଗୋଟିଏ ଇନିଂସରେ ୯୦୦ ରନ କରିବାରେ ସଫଳତା ହାସଲ କରିଥିଲା। ଏହି ମ୍ୟାଚ ଓଭାଲରେ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଅଧିନାୟକ ୱାଲି ହାମଣ୍ଡ ୯୦୩/୩ ସ୍କୋରରେ ଇନିଂସ ଘୋଷଣା କରିଥିଲେ। ନଚେତ୍‌ ସେହି ଦିନ ଇଂରାଜୀ ଦଳ ୧୦୦୦ ରନ ମାର୍କ ଅତିକ୍ରମ କରିଥାନ୍ତେ। କାରଣ ଯେତେବେଳେ ଇଂଲଣ୍ଡ ଅଧିନାୟକ ହାମଣ୍ଡ ଇନିଂସ ଘୋଷଣା କରିଥିଲେ, ଜୋ ହାର୍ଡ଼ଷ୍ଟାଫ ୧୬୯ ରେ ଅପରାଜିତ ରହିଥିଲେ ଏବଂ ଇଂଲଣ୍ଡ ପାଖରେ ୩ ଉଇକେଟ ବାକି ଥିଲା। ଇଂଲଣ୍ଡ ପାଇଁ ଲେନ ହାଟନ ୩୬୪ ରନ ସ୍କୋର କରିଥିଲେ। ଇଂଲଣ୍ଡର ଏହି ରେକର୍ଡ ୫୯ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଲା। ୧୯୯୭ ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୯୫୨ ରନ ସ୍କୋର କରି ଏହି ରେକର୍ଡ ଭାଙ୍ଗିଥିଲା। ଟେଷ୍ଟ କ୍ରିକେଟରେ ଏହା ଏପର୍ଯ୍ୟନ୍ତ ସର୍ବାଧିକ ଇନିଂସ ସ୍କୋର କରିଛି। ୧୯୩୮ ମସିହାରେ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗସ୍ତରେ ଆସିଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ୫ ଟେଷ୍ଟ ସିରିଜର ଶେଷ ମ୍ୟାଚ ଅଗଷ୍ଟ ୨୦ ରୁ ଓଭାଲରେ ଖେଳାଯାଇଥିଲା। ସିରିଜର ପ୍ରଥମ ୨ ଟେଷ୍ଟ ଡ୍ର ହୋଇଥିବାବେଳେ ତୃତୀୟ ମ୍ୟାଚ ବାତିଲ ହୋଇଥିଲା। ହେଡିଙ୍ଗଲିରେ ଚତୁର୍ଥ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ହୋଇଥିଲା। ଏଭଳି ପରିସ୍ଥିତିରେ ଇଂଲଣ୍ଡ ପାଇଁ ଓଭାଲ ଟେଷ୍ଟ ଜିତିବା ଆବଶ୍ୟକ ଥିଲା।
ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଦିନର ଖେଳ ଶେଷ ହେଲା ବେଳକୁ ଇଂଲଣ୍ଡ ସ୍କୋର ୧ ଉଇକେଟ ହରାଇ ୩୪୭ ରନ କରିଥିଲା। ହାଟନ (୧୬୦) ଏବଂ ଲେଲ୍ୟାଣ୍ଡ (୧୫୬) ଅପରାଜିତ ଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଇଂଲଣ୍ଡ ସ୍କୋରବୋର୍ଡରେ ୬୩୪ ରନ ରଖିଥିଲା ଏବଂ ମାତ୍ର ୫ ଉଇକେଟ ଯାଇଥିଲା। ୨୨ ବର୍ଷୀୟ ହାଟନ ୩୦୦ରେ ଅପରାଜିତ ରହିଥିଲେ। ତୃତୀୟ ଦିନରେ ମଧ୍ୟ ସମସ୍ତ ଆଖି ହାଟନ ଉପରେ ଥିଲା। ସେ ଡନ ବ୍ରାଡମ୍ୟାନ ଆଶେସରେ ସର୍ବାଧିକ ୩୩୪ ସ୍କୋର ଏବଂ ତା’ପରେ ନିଜ ଅଧିନାୟକ ହାମଣ୍ଡଙ୍କ ସ୍କୋର ୩୩୬ ରନକୁ ପଛରେ ପକାଇ ସେ ୮୬୭ ବଲରେ ୩୬୪ ରନ ସ୍କୋର କରିଥିଲେ। ଏହି ଇନିଂସରେ ହାଟନ ୩୫ ଚୌକା ମାରିଥିଲେ। ଏକ ସମୟରେ ଲାଗୁଥିଲା ଯେ ଟେଷ୍ଟ ଇନିଂସରେ ୧୦୦୦ ରନ ପୂରଣ କରିବାରେ ଇଂଲଣ୍ଡ ପ୍ରଥମ ଦଳ ହେବ। କିନ୍ତୁ ଅଧିନାୟକ ହାମଣ୍ଡ ୯୦୩/୭ ରେ ଇନିଂସ ଘୋଷଣା କରିଥିଲେ। ତେବେ ସେତେବେଳକୁ ଇଂଲଣ୍ଡ ୯୦୦ ରନ ସ୍କୋର କରିବାରେ ପ୍ରଥମ ଦଳ ହୋଇପାରିଥିଲା।
ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ଗୋଟିଏ ତ୍ରିଗୁଣ ଶତକ, ଦୁଇ ଶତକ ଏବଂ ଅର୍ଦ୍ଧଶତକ ହାସଲ କରାଯାଇଥିଲା। ଅଷ୍ଟ୍ରେଲିଆ ପାଇଁ ରନ ପାହାଡ ପଛରେ ଗୋଡ଼ାଇବା ସହଜ ନ ଥିଲା। କାରଣ ଏହି ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଅଧିନାୟକ ଡନ ବ୍ରାଡମ୍ୟାନ ଆହତ କାରଣରୁ ବ୍ୟାଟିଂ କରିବାକୁ ମଧ୍ୟ ଆସି ନଥିଲେ। ଅଷ୍ଟ୍ରେଲିଆର ଦଳ ପ୍ରଥମ ଇନିଂସରେ ମାତ୍ର ୨୦୧ ରନରେ ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏବେ ଅଷ୍ଟ୍ରେଲିଆ ଫଲୋଅନ ଖେଳିବା ପାଇଁ ପଡିଆକୁ ଓହ୍ଲାଇ ଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆ ଦଳ ୧୨୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ମାର୍କ ଅତିକ୍ରମ କରିପାରି ନ ଥିଲେ ଏବଂ ଭ୍ରମଣକାରୀ ଦଳ ଗୋଟିଏ ଇନିଂସ ଏବଂ ୫୭୯ ରନ୍‌ରେ ମ୍ୟାଚ ହାରିଥିଲେ। ଏହା ସହିତ ୫ଟି ଟେଷ୍ଟର ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା । ଆଜି ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ ଇତିହାସରେ କୌଣସି ଦଳ ଇନିଂସ ଏବଂ ଏତେ ବଡ଼ ବ୍ୟବଧାନରେ ହାରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?