ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ ପ୍ରେମର ନାମକୁ ଅମର କରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରେମୀଯୁଗଳ ଘରୁ ପଳାୟନ କରି ଏହି ଗାଁରେ ଆଶ୍ରୟ ନିଅନ୍ତି। କହିରଖୁଛୁ କି, ଏହି ଗାଁର ଲୋକମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଅନ୍ତି।

ଭାରତରେ ପ୍ରେମ ବିବାହକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇ ନାହିଁ। କେବଳ ଏତିକି ନୁହେଁ, ଅନେକ ଲୋକ ଏହାକୁ ଖରାପ ଦୃଷ୍ଟିରେ ମଧ୍ୟ ନିଅନ୍ତି। ବିଶେଷକରି ଅନ୍ୟ ଧର୍ମର କିମ୍ବା ଅନ୍ୟ ଜାତିର ବ୍ୟକ୍ତିଙ୍କୁ ବିବାହ କଲେ ସେହି ସ୍ଥାନରେ ବିତର୍କ ଆରମ୍ଭ ହୋଇଯାଏ। ଏହିପରି ବିବାହ ବେଳେବେଳେ ସାମାଜିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡେ ।
କିନ୍ତୁ ପ୍ରେମ ବିବାହ ଦୁନିଆର ଅନେକ ଦେଶରେ ସାଧାରଣ ହୋଇଗଲାଣି । କିନ୍ତୁ ପ୍ରେମ ବିବାହ ଭାରତରେ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ। ତେବେ ଭାରତର ବିଭିନ୍ନ ମହାନଗରରେ ପ୍ରେମ ବିବାହର ଧାରା ଆରମ୍ଭ ହୋଇ ସାରିଛି। କିନ୍ତୁ ବେଳେବେଳେ ଏପରି ମଧ୍ୟ ଘଟେ ଯେ ଯେତେବେଳେ ପରିବାର ସଦସ୍ୟ ରାଜି ହୁଅନ୍ତି ନାହିଁ, ସେତେବେଳେ ଯେଉଁମାନେ ପରସ୍ପରକୁ ଭଲ ପାଆନ୍ତି ସେମାନେ ଘରୁ ପଳାଇ ବିବାହ କରନ୍ତି। ଯେତେବେଳେ ସେମାନେ ଘରୁ ପଳାନ୍ତି, ସେତେବେଳେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନ ଖୋଜିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମୀମାନଙ୍କୁ ଆଶ୍ରୟ ଦିଆଯାଏ।

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଆଯାଏ। ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର। ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି । ସେମାନଙ୍କୁ ଏଠାରେ ମୁଣ୍ଡ ଗୁୟ୍ଜିବା ପାଇଁ ଘର ଦିଆଯିବା ସହ ଖାଦ୍ୟପାନୀୟର ମଧ୍ୟ ବ୍ୟବସ୍ଥା କରାଯାଏ।

ଏହି ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ, ଯଦି ସେମାନେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ନ ଦିଅନ୍ତି, ତେବେ ଭଗବାନ ସେମାନଙ୍କ ଉପରେ ରାଗିଯିବେ। ବିଶ୍ୱାସ ଅନୁଯାୟୀ ପାଣ୍ଡବମାନେ ଏହି ଗାଁକୁ ଆଶ୍ରୟ ନେବାକୁ ଆସିଥିଲେ। ତା’ପରେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇଲେ। ସେମାନଙ୍କୁ ଖୋଜି ଖୋଜି କୌରବମାଦେ ଯେତେବେଳେ ସେଠାରେ ପହଞ୍ଚିଲେ ଶାଙ୍ଗଚୁଲା ମହାଦେବ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ। ମହାଦେବ କହିଥିଲେ ଯେ, ଯିଏ ତାଙ୍କର ଶରଣକୁ ଆସେ, ସେ ତାଙ୍କୁ ସୁରକ୍ଷା ଦେବ।

ଏହି ବିଶ୍ୱାସ ଆଧାରରେ ଆଜି ମଧ୍ୟ ଏଠାରେ ଆଶ୍ରୟ ନେଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି। ଏହି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏଠାରେ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଉଛି। କେବଳ ଏତିକି ନୁହେଁ, ଏହି ଗାଁରେ ପୋଲିସର ପ୍ରବେଶ ନିଷେଧ ରହିଛି। ଏତିସହ ଗାଁରେ କୌଣସି ଅସ୍ତ୍ରଶସ୍ତ୍ର ପରିବହନ ମଧ୍ୟ ନିଷେଧ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?