Posted inଫୁରସତ

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା ଉପରୁ ପଡ଼ିବାର ଆଶଙ୍କା କମ୍‌ ଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ଟ୍ରାଇ ସାଇକେଲ ଅଛି, ଯାହାକୁ ଛୋଟ ପିଲା ଚଲାଇବା ଅସମ୍ଭବ। ବଡ଼ ଲୋକ ବି ଏହାକୁ ଚଲାଇବାକୁ ଡ଼ରିବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲ। ଏହା ଏତେ ଉଚ୍ଚା ଯେ, ଏହାର ସମ୍ପୂର୍ଣ୍ଣ ଉଚ୍ଚତାକୁ ଦେଖିଲେ ବେକ ଭାଙ୍ଗିଗଲା ଭଳି ଲାଗିବ। ଏହାର ଉଚ୍ଚତା ୪୧ ଫୁଟ୍‌ ୭ଇଞ୍ଚ ହୋଇଥିବାବେଳେ ଲମ୍ବ ୩୭ ଫୁଟ୍‌ ୪ ଇଞ୍ଚ ଓ ଚକଗୁଡିକର ବ୍ୟାସ ୧୭ ଫୁଟ୍‌। ଏହି ଟ୍ରାଇ ସାଇକେଲ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲର ମାନ୍ୟତା ପାଇଛି। ହାଇଦ୍ରାବାଦର କେ. ସୁଧାକର ନାମକ ବ୍ୟକ୍ତି ଏହାକୁ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ୨୦୦୫, ଜୁଲାଇ ୧ ତାରିଖରେ ସେ ଏହାକୁ ବାହାଦୁରପୁରରେ ୫୦ ମିଟର ଯାଏ ଚଲାଇଥିଲେ। ଏହି ସାଇକେଲ ବାଦ୍‌ କେ. ସୁଧାକର ଅନେକ ଅଜବ ଓ ବିରାଟକାୟ କାର୍‌ ତିଆରି ପାଇଁ ମଧ୍ୟ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?