Posted inଖେଳ

କ୍ରିକେଟ୍‌ ପଡିଆରେ ଘଟିଲା ଏମିତି ବିରଳ ଘଟଣା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୯: କ୍ରିକେଟ ପଡିଆରେ ବେଳେବେଳେ ଏକ ଛୋଟ ଭୁଲ ଦଳ ଏବଂ ଖେଳାଳିଙ୍କ ଉପରେ ଭାରୀ ପଡିଯାଏ। କେଣ୍ଟ ଏବଂ ସମମରସେଟ ମଧ୍ୟରେ ଭାଇଟାଲିଟି ବ୍ଲାଷ୍ଟର ଟାଇଟଲ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେତେବେଳେ ବାଉଣ୍ଡ୍ରି ଲାଇନ୍‌ରେ ଫିଲ୍ଡରଙ୍କ କ୍ଲିନ କ୍ୟାଚ ସତ୍ତ୍ୱେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ନ ଥିଲେ ଏବଂ ଅପରପକ୍ଷେ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କ ଆକାଉଣ୍ଟରେ ୬ ରନ ଯୋଡିଥିଲେ। ଭାଇଟାଲିଟି ବ୍ଲାଷ୍ଟର ଫାଇନାଲରେ କେଣ୍ଟ ସମରସେଟ ଆଗରେ ଜିତିବା ପାଇଁ ୨୦ ଓଭରରେ ୧୬୮ ରନ ଟାର୍ଗେଟ୍‌ ଦେଇଥିଲା। ଏହାକୁ ପଛରେ ପକାଇ ସମରସେଟ୍‌ ୧୦ ଓଭରରେ ୭୧ ରନ ସଂଗ୍ରହ କରି ୩ ଉଇକେଟ ହରାଇଥିଲା।
ସମରସେଟର ଇନିଂସର ଏକାଦଶ ଓଭର ବୋଲିଂ କରିବାକୁ କେଣ୍ଟ ପକ୍ଷରୁ ଜୋ ଡେନଲୀ ଆସିଥିଲେ। ୱିଲ ସ୍ମିଡ ଷ୍ଟ୍ରାଇକ୍‌ରେ ଥିଲେ। ଡେନଲୀଙ୍କ ପ୍ରଥମ ବଲରୁ ଗୋଟିଏ ବି ରନ ଆସି ନ ଥିଲା। କିନ୍ତୁ ତାଙ୍କର ଦ୍ୱିତୀୟ ବଲ ସ୍ମିଡ ମିଡଉଇକେଟ ଆଡକୁ ଖେଳିଥିଲ। କିନ୍ତୁ ବଲ ବ୍ୟାଟ ଉପରେ ସମ୍ପୂର୍ଣ୍ଣ ଭାବେ ଆସି ନ ଥିଲା ଏବଂ ମିଡୱିକେଟରେ ଫିଲ୍ଡିଂ କରୁଥିବା ଜୋର୍ଡାନ କକ୍ସ ଆଡକୁ ଗଲା । କକ୍ସ କୌଣସି ଭୁଲ ନ କରି ଏକ ଚମତ୍କାର କ୍ୟାଚ ନେଇଥିଲେ। କିନ୍ତୁ ତା’ପରେ ଏପରି କିଛି ଘଟିଗଲା ଯାହା ପୁରା ଖେଳକୁ ବଦଳାଇଦେଲା। ଯେତେବେଳେ କକ୍ସ କ୍ୟାଚ ନେଇଥିଲେ, ସେହି ସମୟରେ ସାଥୀ ଫିଲ୍ଡର ଡାନିଏଲ ବେଲ ମଧ୍ୟ କ୍ୟାଚ ଧରିବା ପାଇଁ ଡ୍ରାଇଭ୍‌ ମାରିଥିଲେ। କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ କକ୍ସ ସହିତ ମୁହାଁମୁହିଁ ହୋଇ ବାଉଣ୍ଡ୍ରି ଦଉଡି ସଂସ୍ପର୍ଶରେ ଆସିଥିଲେ। ଏହା ପରେ, କ୍ୟାଚ ସଠିକ ଭାବରେ ଧରାଯାଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ, ତୃତୀୟ ଅମ୍ପାୟାରଙ୍କୁ ପଚରା ଯାଇଥିଲା। ଭିଡିଓ ରିପ୍ଲେରେ ମଧ୍ୟ ଏହା ସ୍ପଷ୍ଟ ହୋଇନାହିଁ। ଏହା ପରେ ମ୍ୟାଚ ରେଫରି ଏବଂ ଚତୁର୍ଥ ଅମ୍ପାୟାରଙ୍କ ସହାୟତା ମଧ୍ୟ ନିଆଯାଇଥିଲା। ଭିଡିଓ ରିପ୍ଲାଏରେ ଦର୍ଶାଯାଇଛି ଯେ କକ୍ସ କ୍ୟାଚ୍‌ ଧରିଛନ୍ତି। କିନ୍ତୁ ସେ ନିଜ ଶରୀରକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରି ନ ଥିଲେ। ଏହି ସମୟରେ ସାଥୀ ଖେଳାଳି ଡାନିଏଲ ମଧ୍ୟ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯେତେବେଳେ ଦୁହେଁ ସଂସ୍ପର୍ଶରେ ଆସିଲେ, ସେତେବେଳେ ଡାନିଏଲଙ୍କ ଗୋଡ ସୀମା ରେଖାକୁ ଧକ୍କା ଦେଇଥିଲା। ଏହି କାରଣରୁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ ଦେବା ପରିବର୍ତ୍ତେ ଅମ୍ପାୟାର ଏହାକୁ ୬ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri