ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତି। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ସତ।

ଲକ୍ଷ୍ନୌର ବିନୋଦ କୁମାର ପାଣ୍ଡେ ତାଙ୍କ ଘରର ଛାତ ଏବଂ ବଗିଚାରେ ସବୁ ପ୍ରକାର ପନିପରିବା ଚାଷ କରିଛନ୍ତି। ୩୦ ବର୍ଷ ଧରି ସେ ଏହା କରିଆସୁଛନ୍ତି। ଫଳରେ ତାଙ୍କୁ ବଜାରରୁ ଆଉ ପରିବା କିଣିବାକୁ ପଡୁନି। ଆଜିକାଲି ଟମାଟୋ ମହଙ୍ଗା ହେବା ମଧ୍ୟ ବିନୋଦଙ୍କ ଉପରେ ପ୍ରଭାବ ପକାଇ ନ ଥିଲା। କାରଣ ବିନୋଦ ତାଙ୍କ ଛାତରେ ବହୁ ସଂଖ୍ୟକ ଟମୋଟୋ ଲଗାଇଛନ୍ତି।

ଯଦିଓ ବିନୋଦ ଏକ କମ୍ପାନୀରେ କାମ କରନ୍ତି କିନ୍ତୁ ପନିପରିବା ଚାଷ କରିବା ହେତୁ ଲୋକମାନେ ତାଙ୍କୁ ‘ଲକ୍ଷ୍ନୌର ଭେଜିଟେବଲ ମ୍ୟାନ’ ବୋଲି ଡାକନ୍ତି। ସେ ଏକ ସାକ୍ଷାତକାରରେ ବିନୋଦ କହିଛନ୍ତି, ପିଲାଦିନରୁ ସେ ପରିବେଶକୁ ଭଲ ପାଉଥିଲେ। ୧୪ ବର୍ଷ ବୟସରେ ସେ ତାଙ୍କ ପିତାଙ୍କ ସହ ଏକ ଗୁଆ ବଗିଚା ରୋପଣ କରିଥିଲେ। ୧୯୯୪ରେ ଲକ୍ଷ୍ନୌକୁ ଆସି ଗୋମତି ନଗରରେ ଏକ ଘର ନେଇ ଏଠାରେ ଟମାଟୋ ଚାଷ କରିଥିଲେ।

ବିନୋଦଙ୍କ ପ୍ରବେଶ ଦ୍ୱାରରେ ପୁଦିନା ଏବଂ ଛୋଟ ଗୁଜୁରାତି ଗଛ ଲଗାଯାଇଛି। ସେହିପରି ତାଙ୍କ ବାଲକୋନୀରେ ବାଇଗଣ ଏବଂ ଲେମ୍ବୁ ଝୁଲୁଥିବାର ଦେଖିବାକୁ ପାଇବେ। ଯଦି ଆପଣ ଛାତକୁ ଯାଆନ୍ତି, ତେବେ ଆପଣ ତିନୋଟି କିସମର କଖାରୁ, ତାରୋଇ, କାକୁଡି, ସବୁଜ ଚିଲି, ରେଡ୍‌ ଚିଲି, ଲେମ୍ବୁ ଏବଂ ବାଇଗଣ ଫଳିଥିବା ଦେଖିବେ। ପୂର୍ବରୁ ଟମାଟୋ, ମୂଳା ସହିତ ଅନେକ ପନିପରିବା ଥିଲା। କିନ୍ତୁ ବର୍ତ୍ତମାନ ଅନେକ ସରିଯାଇଛି। ବିନୋଦ କହିଛନ୍ତି, ତାଙ୍କୁ କେବଳ ବଜାରରୁ ଆଳୁ ଏବଂ ପିଆଜ କିଣିବା ଆବଶ୍ୟକ। ସେ ଅନ୍ୟ କୌଣସି ପନିପରିବା କିଣନ୍ତି ନାହିଁ। ଏହା ମଧ୍ୟ କୁହାଯାଇଛି ଏଥର ସେ ଗୋଟିଏ ଟମାଟୋ ୨୫୦ ଗ୍ରାମର ବଢ଼ାଇଛନ୍ତି। ଆଖପାଖର ଲୋକଙ୍କୁ ସେ ଟମାଟୋ ବାଣ୍ଟିଥାନ୍ତି।

ବିନୋଦ କହିଛନ୍ତି, ସେ ଗତ ୩୦ ବର୍ଷ ଧରି ଏହି କାମ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ସରକାର ତାଙ୍କୁ ଅନେକ ଥର ସମ୍ମାନିତ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ତାଙ୍କର ପରିଶ୍ରମର ଫଳ ପାଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ଘର ଲକ୍ଷ୍ନୌରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟ କୁହାଯାଇଛି, ଯଦି କେହି ତାଲିମ ଆବଶ୍ୟକ କରନ୍ତି, ତେବେ ସେ ପନିପରିବା ବଢ଼ିବାରେ ମଧ୍ୟ ତାଲିମ ନେଇପାରିବେ। ଲକ୍ଷ୍ନୌର ଗୋମତି ନଗରର ବିନୟ ଖଣ୍ଡରେ ବିନୋଦ ପଞ୍ଚବଟୀ ପାର୍କ ନିକଟରେ ରୁହନ୍ତି। ସେ କହିଛନ୍ତି, ଯଦି ଜଳ ନିଷ୍କାସନ ଭଲ, ତେବେ ପନିପରିବା କିମ୍ବା କୌଣସି ଫୁଲ ଗଛ ଭଲ ବଢ଼େ। ଏହାକୁ ଧ୍ୟାନରେ ରଖି ସେ ପନିପରିବା ଚାଷ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri