ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତି। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ସତ।

ଲକ୍ଷ୍ନୌର ବିନୋଦ କୁମାର ପାଣ୍ଡେ ତାଙ୍କ ଘରର ଛାତ ଏବଂ ବଗିଚାରେ ସବୁ ପ୍ରକାର ପନିପରିବା ଚାଷ କରିଛନ୍ତି। ୩୦ ବର୍ଷ ଧରି ସେ ଏହା କରିଆସୁଛନ୍ତି। ଫଳରେ ତାଙ୍କୁ ବଜାରରୁ ଆଉ ପରିବା କିଣିବାକୁ ପଡୁନି। ଆଜିକାଲି ଟମାଟୋ ମହଙ୍ଗା ହେବା ମଧ୍ୟ ବିନୋଦଙ୍କ ଉପରେ ପ୍ରଭାବ ପକାଇ ନ ଥିଲା। କାରଣ ବିନୋଦ ତାଙ୍କ ଛାତରେ ବହୁ ସଂଖ୍ୟକ ଟମୋଟୋ ଲଗାଇଛନ୍ତି।

ଯଦିଓ ବିନୋଦ ଏକ କମ୍ପାନୀରେ କାମ କରନ୍ତି କିନ୍ତୁ ପନିପରିବା ଚାଷ କରିବା ହେତୁ ଲୋକମାନେ ତାଙ୍କୁ ‘ଲକ୍ଷ୍ନୌର ଭେଜିଟେବଲ ମ୍ୟାନ’ ବୋଲି ଡାକନ୍ତି। ସେ ଏକ ସାକ୍ଷାତକାରରେ ବିନୋଦ କହିଛନ୍ତି, ପିଲାଦିନରୁ ସେ ପରିବେଶକୁ ଭଲ ପାଉଥିଲେ। ୧୪ ବର୍ଷ ବୟସରେ ସେ ତାଙ୍କ ପିତାଙ୍କ ସହ ଏକ ଗୁଆ ବଗିଚା ରୋପଣ କରିଥିଲେ। ୧୯୯୪ରେ ଲକ୍ଷ୍ନୌକୁ ଆସି ଗୋମତି ନଗରରେ ଏକ ଘର ନେଇ ଏଠାରେ ଟମାଟୋ ଚାଷ କରିଥିଲେ।

ବିନୋଦଙ୍କ ପ୍ରବେଶ ଦ୍ୱାରରେ ପୁଦିନା ଏବଂ ଛୋଟ ଗୁଜୁରାତି ଗଛ ଲଗାଯାଇଛି। ସେହିପରି ତାଙ୍କ ବାଲକୋନୀରେ ବାଇଗଣ ଏବଂ ଲେମ୍ବୁ ଝୁଲୁଥିବାର ଦେଖିବାକୁ ପାଇବେ। ଯଦି ଆପଣ ଛାତକୁ ଯାଆନ୍ତି, ତେବେ ଆପଣ ତିନୋଟି କିସମର କଖାରୁ, ତାରୋଇ, କାକୁଡି, ସବୁଜ ଚିଲି, ରେଡ୍‌ ଚିଲି, ଲେମ୍ବୁ ଏବଂ ବାଇଗଣ ଫଳିଥିବା ଦେଖିବେ। ପୂର୍ବରୁ ଟମାଟୋ, ମୂଳା ସହିତ ଅନେକ ପନିପରିବା ଥିଲା। କିନ୍ତୁ ବର୍ତ୍ତମାନ ଅନେକ ସରିଯାଇଛି। ବିନୋଦ କହିଛନ୍ତି, ତାଙ୍କୁ କେବଳ ବଜାରରୁ ଆଳୁ ଏବଂ ପିଆଜ କିଣିବା ଆବଶ୍ୟକ। ସେ ଅନ୍ୟ କୌଣସି ପନିପରିବା କିଣନ୍ତି ନାହିଁ। ଏହା ମଧ୍ୟ କୁହାଯାଇଛି ଏଥର ସେ ଗୋଟିଏ ଟମାଟୋ ୨୫୦ ଗ୍ରାମର ବଢ଼ାଇଛନ୍ତି। ଆଖପାଖର ଲୋକଙ୍କୁ ସେ ଟମାଟୋ ବାଣ୍ଟିଥାନ୍ତି।

ବିନୋଦ କହିଛନ୍ତି, ସେ ଗତ ୩୦ ବର୍ଷ ଧରି ଏହି କାମ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ସରକାର ତାଙ୍କୁ ଅନେକ ଥର ସମ୍ମାନିତ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ତାଙ୍କର ପରିଶ୍ରମର ଫଳ ପାଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ଘର ଲକ୍ଷ୍ନୌରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟ କୁହାଯାଇଛି, ଯଦି କେହି ତାଲିମ ଆବଶ୍ୟକ କରନ୍ତି, ତେବେ ସେ ପନିପରିବା ବଢ଼ିବାରେ ମଧ୍ୟ ତାଲିମ ନେଇପାରିବେ। ଲକ୍ଷ୍ନୌର ଗୋମତି ନଗରର ବିନୟ ଖଣ୍ଡରେ ବିନୋଦ ପଞ୍ଚବଟୀ ପାର୍କ ନିକଟରେ ରୁହନ୍ତି। ସେ କହିଛନ୍ତି, ଯଦି ଜଳ ନିଷ୍କାସନ ଭଲ, ତେବେ ପନିପରିବା କିମ୍ବା କୌଣସି ଫୁଲ ଗଛ ଭଲ ବଢ଼େ। ଏହାକୁ ଧ୍ୟାନରେ ରଖି ସେ ପନିପରିବା ଚାଷ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?