ସଫଳ ରଣନୀତିକାର

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଚମ୍ବିତ କରିଛି। ଦେଶର ବିଭିନ୍ନ ଭାଗରେ କ୍ଷୀଣ ଦେଖାଯାଉଥିବା କଂଗ୍ରେସକୁ ଭାଜପା ଅତି ନୂ୍ୟନ ଦୃଷ୍ଟିରେ ଦେଖୁଥିବା ବେଳେ ଅଚାନକ ଏହି ପୁରାତନ ଜାତୀୟ ଦଳର ବିଜୟ ଏହାର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଦେଇଛି। ଏହାର ଶ୍ରେୟ ନେବାକୁ ବଡ଼ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। କିନ୍ତୁ ତାରକା ପ୍ରଚାରକ ନ ଥାଇ ଯିଏ ସମାନ ସ୍ତରର ଶ୍ରେୟ ପାଇବାର ହକ୍‌ଦାର ହୋଇଛନ୍ତି, ସେ ହେଉଛନ୍ତି ସୁନୀଲ କାନୁଗୋଲୁ। କଂଗ୍ରେସ ତାଙ୍କୁ ଗତବର୍ଷ ମାର୍ଚ୍ଚରେ ପୋଲ୍‌ ଷ୍ଟ୍ରାଟେଜିଷ୍ଟ ଭାବେ ନିଯୁକ୍ତ କରିଥିଲା। ସ୍ବଳ୍ପଭାଷୀ ଏହି ବ୍ୟକ୍ତି ଅନ୍ୟତମ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମିଶି ମଧ୍ୟ କାମ କରିଥିଲେ। କିନ୍ତୁ ଏକାକୀ ନିଜ କମ୍ପାନୀ ‘ମାଇଣ୍ଡ୍‌ଶେୟାର ଆନାଲିଟିକ୍ସ ସର୍ଭିସ’ ଜରିଆରେ କର୍ନାଟକରେ କଂଗ୍ରେସକୁ ବିପୁଳ ବିଜୟ ଦେଇଥିବାରୁ ତାଙ୍କ ପରାମର୍ଶ ନେବାକୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ହାଇଁପାଇଁ ହେଲେଣି।
କର୍ନାଟକର ବାଲାରି (ପୂର୍ବରୁ ବେଲାରି) ଜିଲାରେ ଏହି ୪୦ ବର୍ଷୀୟ ଯୁବପ୍ରତିଭାଙ୍କ ଜନ୍ମ। ସ୍ଥାନୀୟ ଅଞ୍ଚଳରୁ ପ୍ରାରମ୍ଭିକ ଶିକ୍ଷା ଶେଷ କରିବା ପରେ ସେ ଚେନ୍ନାଇରେ ପାଠ ପଢ଼ିଥିଲେ। ଇଞ୍ଜିନିୟରିଂ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇ ଏମ୍‌ଏସ୍‌ ଇନ୍‌ ଫାଇନାନ୍ସ ଏବଂ ଏମ୍‌ବିଏରେ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୯ରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କ ବିଷୟରେ କର୍ପୋରେଟ୍‌ ଆଫାୟାର୍ସ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୁନୀଲ ଏସ୍‌ଆର୍‌ ଇଣ୍ଡିପେଣ୍ଡେଣ୍ଟ ଫିସରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଏସ୍‌ଆର୍‌ ନାଚୁରୋ ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ବ୍ରେନ୍‌ଷ୍ଟର୍ମ ଇନୋଭେଶନ ଆଣ୍ଡ୍‌ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ୍‌ ନାମକ ୩ଟି କମ୍ପାନୀରେ ନିର୍ଦ୍ଦେଶକ ପଦରେ ରହି କାମ କରିଥିଲେ। ପରବର୍ତ୍ତୀ ସମୟରେ ସେଗୁଡ଼ିକ ବନ୍ଦ ହୋଇଯାଇଥିଲା। ସେ ମଧ୍ୟ ମ୍ୟାକିନ୍‌ସେ ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ ତୁଲାଇଥିଲେ। ସମ୍ଭବତଃ ସେହିଠାରେ ସେ ଲୋକଲୋଚନଠାରୁ ଦୂରେଇ ରହିବାର ଅଭ୍ୟାସ କରି ନିଜ ବ୍ୟକ୍ତିଗତ ମତ ଦେବାକୁ ଉଚିତ ମଣି ନ ଥିଲେ। ତେବେ ସୁନୀଲଙ୍କ ରାଜନୈତିକ ବ୍ୟାପାର ସହ ସମ୍ବନ୍ଧର ସମୟକୁ ଦେଖିଲେ ୨୦୧୪ ପୂର୍ବରୁ ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି କାମ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ୨୦୧୪ରେ ନିର୍ବାଚନ ଅଭିଯାନ ସଂକ୍ରାନ୍ତ ଦାୟିତ୍ୱ ହାତକୁ ନେଇଥିଲେ। ସଂଯୋଗବଶତଃ ଉଭୟ ପୁଣି ମିଶିଯାଇ ନିର୍ବାଚନ ସକାଶେ ବିଭିନ୍ନ ପ୍ରକାର ରଣନୀତି ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାନ୍ତ ଭାଜପାଠାରୁ ଛିନ୍ନ ହୋଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ କାମ କରିଥିଲେ ମଧ୍ୟ ସୁନୀଲ ଭାଜପା ସହିତ ରହିଥିଲେ। ୨୦୧୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ୨୦୧୬ ଅକ୍ଟୋବରରେ ପ୍ରଶାନ୍ତ କିଶୋରଙ୍କୁ ଟକ୍କର ଦେବା ଭଳି ଏକ ପରାମର୍ଶ କମ୍ପାନୀ ଗଠନ ଲାଗି ଭାଜପା ତାଙ୍କୁ ଦାୟିତ୍ୱ ଦେଇଥିଲା। ଏହା ପରେ ସେ ସହଯୋଗୀ ରଣନୀତିକାର ହିମାଂଶୁ ସିଂ ଓ ଜଣେ ଗୁଜରାଟୀ ବ୍ୟବସାୟୀଙ୍କ ସହ ମିଶି ଆସୋସିଏଶନ ଅଫ୍‌ ବ୍ରିଲିଆଣ୍ଟ ମାଇଣ୍ଡସ୍‌ (ଏବିଏମ୍‌) ଗଢ଼ିଥିଲେ। ସୁନୀଲ କାନୁଗୋଲୁ ମଧ୍ୟ ୨୦୧୬ରେ ଡିଏମ୍‌କେ ପାଇଁ ‘ନାମାକୁ ନାମି’ ଅଭିଯାନର ନକ୍ସା ଆଙ୍କିଥିଲେ। କିନ୍ତୁ ତାହା ଡିଏମ୍‌କେ ପାଇଁ ବିଜୟ ଆଣିଦେଇ ନ ଥିଲା। ଫେବୃୟାରୀ ୨୦୧୮ ଯାଏ ସେ ମଧ୍ୟ ଭାଜପା ନେତା ଅମିତ ଶାହାଙ୍କ ଘନିଷ୍ଠ ଥିଲେ ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ କର୍ନାଟକ ବିଧାନସଭା ନିର୍ବାଚନ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଆକସ୍ମିକ ଭାବେ ୨୦୧୮ରେ ଦକ୍ଷିଣ ଭାରତ ରାଜ୍ୟରେ ଭାଜପାର ବିଜୟରେ ତାଙ୍କ ରଣନୀତି କାମ କରିଥିଲା ବୋଲି କୁହାଯାଇଥିଲା।
ରାଜନୀତି ରଣନୀତିକାର କାହା ପାଖରେ ସର୍ବକାଳୀନ ରହି ନ ଥିବା ଭଳି ମନେ ହୋଇଥାଏ। ପ୍ରଶାନ୍ତ କିଶୋରଙ୍କ କ୍ଷେତ୍ରରେ ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ସେହି କ୍ରମରେ ଲକ୍ଷ୍ୟ କଲେ ୨୦୨୧ରେ ସୁନୀଲଙ୍କୁ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଭେଟି ତାଙ୍କ ଦ୍ୱାରା ଗଠିତ ମାଇଣ୍ଡଶେୟାର ଆନାଲିଟିକ୍ସ ସେବାର ସହାୟତା ମାଗିଥିଲେ। ମେ’ ୨୦୨୨ରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୦୨୪ ନିର୍ବାଚନ ସକାଶେ ଗଢ଼ିଥିବା ନିର୍ବାଚନୀ ଟାସ୍କଫୋର୍ସରେ ତାଙ୍କୁ ଜଣେ ସଦସ୍ୟ ରଖିଥିଲେ। ଏହି ଟାସ୍କଫୋର୍ସରେ ବରିଷ୍ଠ ନେତା ପି. ଚିଦାମ୍ବରମ୍‌, ମୁକୁଲ ଓ୍ବାସନିକ୍‌, ଜୟରାମ ରମେଶ, କେ.ସି. ବେଣୁଗୋପାଳ, ଅଜୟ ମାକେନ୍‌, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରଣଦୀପ ସିଂ ସୂର୍ଯ୍ୟଓ୍ବୋଲା ଅନ୍ୟ ସଦସ୍ୟ ଥିଲେ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ କର୍ନାଟକ ବିଧାନସଭା ନିର୍ବାଚନ ବିଜୟ ଲାଗି କରାଯାଇଥିବା ରଣନୀତି ବିଷୟରେ ସୁନୀଲ କେବଳ କଂଗ୍ରେସର ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳ ଓ କର୍ନାଟକ ଦାୟିତ୍ୱରେ ଥିବା ରାଜ୍ୟ ସଭା ସଦସ୍ୟ ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ସହ ମତ ବିନିମୟ କରୁଥିଲେ। ଅତି ନୀରବତାର ସହ ସେ ତୃଣମୂଳସ୍ତରରୁ ମିଳୁଥିବା ମନ୍ତବ୍ୟକୁ ଶୁଣିବା ସହ ସର୍ଭେ କାମରେ ମନପ୍ରାଣ ଦେଇଥିଲେ। ଭାଜପାର ଗତିରୋଧ କରିବା ଲାଗି ସେ ଦିନକୁ ୨୦ ଘଣ୍ଟା କାମ କରୁଥିଲେ ବୋଲି କୁହାଯାଉଛି। କର୍ନାଟକରେ କଂଗ୍ରେସର ବିଜୟ ପାଇଁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଅବଦାନ ରହିଛି। ତେବେ ଏହି ଯାତ୍ରା ଲାଗି ରାହୁଲଙ୍କୁ କୌଶଳ ଦେଇଥିବା ବ୍ୟକ୍ତି ମଧ୍ୟ ଥିଲେ ସୁନୀଲ। କର୍ନାଟକରେ ପଦଯାତ୍ରା ବେଳେ ମୃତ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କ ମାତାଙ୍କୁ ରାହୁଲ ଭେଟିବା ଥିଲା ସୁନୀଲଙ୍କ ମାନସସନ୍ତାନ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ନିଜର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲେ ମଧ୍ୟ ଅନ୍‌ଲାଇନ୍‌ରେ ଲୋକଙ୍କ ନିକଟରେ କିଭଳି ପହଞ୍ଚତ୍ ହେବ ତାହାର ବାଟ ସେ ତିଆରି କରିଥିଲେ।
ସୁନୀଲଙ୍କ ଭଲ ଗୁଣ ହେଲା ସେ ତାଙ୍କ ବନ୍ଧୁମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସିଥାଆନ୍ତି। ଅନ୍ୟପକ୍ଷରେ ସାଙ୍ଗମାନେ ତାଙ୍କୁ ଜଣେ ‘ଫୁଡି’ ବୋଲି ଅଭିହିତ କରି ‘ମିଲିଟାଣ୍ଟ ମିଟ୍‌ ଇଟର’ ଭାବେ ଆଖ୍ୟା ଦେଇଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri