ବୃତ୍ତିଗତ ଉଦ୍ୟମରୁ ସଫଳ ଉଦ୍ୟୋଗୀ

କଳା, ସଂସ୍କୃତି ଓ ସାହିତ୍ୟ ପରିବେଶରେ ବାଲ୍ୟଜୀବନ ବିତିଥିଲା। ବିଦ୍ୟାଳୟ ଶିକ୍ଷା ଆରମ୍ଭରୁ ସଙ୍ଗୀତ ପ୍ରତି ବେଶ୍‌ ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ବିଦ୍ୟା(ଶିକ୍ଷା) ଓ ବୃତ୍ତି(ସଙ୍ଗୀତ) ସମତାଳରେ ଜାରି ରହିଲା। ପରିଶେଷରେ ଉଚ୍ଚ ଶିକ୍ଷା ସହ କଳା, ସଂସ୍କୃତି ଓ ସଙ୍ଗୀତକୁ ବ୍ୟବସାୟରେ ରୂପଦେବା ସହ ଆରମ୍ଭ ହୋଇଥିଲା ବ୍ୟବସାୟିକ ଯାତ୍ରା। ଦୀର୍ଘ ବର୍ଷର ଅଭିଜ୍ଞତା ଓ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେହି ସଫଳ ବ୍ୟବସାୟୀ ତଥା ସିଦ୍ଧାର୍ଥ ଟିଭି ନେଟ୍‌ଓ୍ବର୍କର ଏମ୍‌ଡି ସୀତାରାମ ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ରଶ୍ନ : ଜୀବନର ପ୍ରଥମ ପର୍ଯ୍ୟାୟ କିପରି ଥିଲା?
ଉତ୍ତର: ପୁରୀରେ ମୋର ଜନ୍ମ ଏବଂ ସେଇଠି ମୋ’ ସ୍କୁଲ ଜୀବନ ବିତିଛି। ସେତେବେଳେ ପୁରୀରେ ସଙ୍ଗୀତ ଓ ନାଟକର ଏକ ସୁନ୍ଦର ବାତାବରଣ ଥିଲା। ଏପରି କି ନିୟମିତ ଶାସ୍ତ୍ରୀୟ ସଙ୍ଗୀତ, ଆଧୁନିକ ଗୀତ ଓ ଓଡ଼ିଶୀ ସଙ୍ଗୀତର ଆସର ସାଙ୍ଗକୁ ନାଟକ ବି ମଞ୍ଚସ୍ଥ ହେଉଥିଲା। ମୁଁ ମୋ ବାପାଙ୍କ ସହ ସେସବୁ ଅନୁଷ୍ଠାନକୁ ଯାଉଥିଲି। କ୍ରମଶଃ ମୋ ଭିତରେ ସଙ୍ଗୀତ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଆହୁରି ନିବିଡ଼ ହେଲା।
ପ୍ରଶ୍ନ : ବୃତ୍ତିଗତ ଜୀବନ କିପରି ଆରମ୍ଭ ହେଲା?
ଉତ୍ତର: ରେଭେନ୍‌ଶା କଲେଜରେ ପଢ଼ିବା ପାଇଁ ମୁଁ କଟକରେ ବାପାଙ୍କ ସାଥିରେ ଆସି ରହିଗଲି। ମୋର ବି.କମ୍‌.ର ପ୍ରଥମ ବର୍ଷରେ ହିଁ କମ୍ବଳ ଟାଣି ୧୯୮୧ରେ ଷ୍ଟୁଡିଓ ଆରମ୍ଭ କରିଥିଲି। ତା’ପରେ ମୋ ବାପା ସତ୍ୟନାରାୟଣ ଅଗ୍ରୱାଲଙ୍କ ଆଶୀର୍ବାଦ ନେଇ ୧୯୮୩ରେ ଜେଇ କ୍ୟାସେଟ୍‌ କମ୍ପାନୀ ପ୍ରତିଷ୍ଠା କଲି। ପ୍ରଥମ ଉଦ୍ୟମର ସଫଳତା ହିଁ ଆମକୁ ଆଗକୁ ବାଟ କଢ଼େଇ ନେଲା। ତା’ ପରେ ପରେ ଅନେକ ପାରମ୍ପରିକ ଗୀତ, ଗୀତିନାଟ୍ୟ, ଲୋକନାଟକ ଇତ୍ୟାଦିର କ୍ୟାସେଟ୍‌ ସବୁ ମୁକ୍ତିଲାଭ କରି ଜେଇ କ୍ୟାସେଟ୍‌ କମ୍ପାନୀକୁ ଏକ ପାରମ୍ପରିକ ସଂସ୍କୃତିସମ୍ପନ୍ନ କମ୍ପାନୀର ମାନ୍ୟତା ଓ ସମ୍ମାନ ଦେଲା।
ପ୍ରଶ୍ନ : ପରବର୍ତ୍ତୀ ବ୍ୟବସାୟିକ ଯାତ୍ରା ବିଷୟରେ କିଛି ସୂଚନା ଦେବେ କି?
ଉତ୍ତର: ଜେଇ କମ୍ପାନୀର ଅପାର ସଫଳତା ପରେ ଆମେ ୧୯୯୯ରେ ସାର୍ଥକ ମ୍ୟୁଜିକ ଆରମ୍ଭ କଲୁ। ମୋର ସହଧର୍ମିଣୀ ଗାୟିକା ନମିତା ଅଗ୍ରୱାଲଙ୍କ ସହଯୋଗକ୍ରମେ ଆମେ ଗୋଟିଏ ପରେ ଗୋଟିଏ ସଫଳତା ହାସଲକରି ଚାଲିଲୁ। ୨୦୧୦ରୁ ମ୍ୟୁଜିକ୍‌ କମ୍ପାନୀରୁ ଆମେ ଟିଭି ଜଗତରେ ପାଦଦେବା ସହ ସାର୍ଥକ ଟିଭି ଆରମ୍ଭ ହେଲା। ତା’ ସହ ସିନେମା ପ୍ରଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପ ଜାରି ରହିଛି।
ପ୍ରଶ୍ନ : ଆପଣ ଅନ୍ୟ କିଛି ବ୍ୟବସାୟ ନ କରି ମନୋରଞ୍ଜନ ଦୁନିଆକୁ ବାଛିଲେ କାହିଁକି?
ଉତ୍ତର: ଆରମ୍ଭରୁ କହିଛି, ପୁରୀରୁ ହିଁ ସଙ୍ଗୀତ, ନୃତ୍ୟ, ନାଟକ ପ୍ରତି ମୋର ଭଲ ପାଇବା ସୃଷ୍ଟି ହୋଇଥିଲା। ଯେତେବେଳେ ବ୍ୟବସାୟକୁ ବୃତ୍ତି କରିବାକୁ ନିଷ୍ପତ୍ତି ନେଲି, ତେଣୁ ଚାକିରି ନ କରି ମନୋରଞ୍ଜନକୁ ହିଁ ବାଛିଲି। ବିଶେଷକରି ସଙ୍ଗୀତ ପ୍ରତି ମୋର ଅସମ୍ଭବ ଦୁର୍ବଳତା କହିପାରନ୍ତି। ମୋ ଜୀବନ ହେଉଛି ସଙ୍ଗୀତ। ତେଣୁ ଏଇ ବୃତ୍ତିକୁ ବାଛିଲି।
ପ୍ରଶ୍ନ : ଏହି ବ୍ୟବସାୟରେ କି କି ଆହ୍ବାନ ଅଛି?
ଉତ୍ତର: ଆହ୍ବାନ ନ ଥାଇ ଜୀବନ ନାହିଁ, ସଫଳତା ପାଇବାକୁ ହେଲେ ସବୁବେଳେ ଆହ୍ବାନକୁ ସ୍ବୀକାର କରିବାକୁ ହେବ। ମନୋରଞ୍ଜନ ଦୁନିଆର ମାଧ୍ୟମ ବଦଳି ଚାଲିଛି। ପ୍ରତି ୧୦ବର୍ଷରେ ଶ୍ରୋତା ଓ ଦର୍ଶକଙ୍କ ରୁଚି ବି ବଦଳି ଚାଲିଛି। ଆମେ ରେକର୍ଡ ଓ କ୍ୟାସେଟ୍‌ ଯୁଗରୁ ଆସି ଆଜି ୟୁଟ୍ୟୁବ୍‌ ଯୁଗରେ ପହଞ୍ଚିଛେ। ଏଇ ପରିବର୍ତ୍ତନକୁ ମଧ୍ୟ ସ୍ବୀକାରକରି ନିଜକୁ ସେହି ଅନୁସାରେ ପ୍ରସ୍ତୁତକରି ରଖିବାକୁ ହେବ।
ପ୍ରଶ୍ନ: ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲର ଯାତ୍ରା ଏବେ କିଭଳି ରହିଛି?
ଉତ୍ତର: ସିଦ୍ଧାର୍ଥ ଟିଭି ନେଟ୍‌ୱର୍କର ଚାରୋଟି ଚ୍ୟାନେଲ ଏବେ କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ଗୋଲ୍ଡ ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଚ୍ୟାନେଲ। ଏଥିରେ ମେଗା ଧାରାବାହିକ, ସିନେମା, ପ୍ରତିଯୋଗିତାମୂଳକ ରିଆଲିଟି ଶୋ ଇତ୍ୟାଦି ପ୍ରସାରଣ ହେଉଛି।
ପ୍ରଶ୍ନ : ନୂତନ ପିଢ଼ିକୁ କି ସନ୍ଦେଶ ଦେବେ?
ଉତ୍ତର: ନୂଆ ପିଢ଼ି ବେଶ୍‌ ପ୍ରତିଭାବାନ୍‌। ସେମାନଙ୍କ ଭିତରେ ଖୁବ୍‌ ଉତ୍ସାହ ମଧ୍ୟ ଅଛି। କିନ୍ତୁ କେବଳ ଉତ୍ସାହ ଓ ଆବେଗ ନୁହେଁ, ବାସ୍ତବତା ପ୍ରତି ମଧ୍ୟ ସେମାନଙ୍କୁ ଧ୍ୟାନଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?