Odisha Elections 2024

ହାର୍‌ ନ ମାନିବାଯାଏ ସଫଳ

୯ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ଆଲବମ୍‌ ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତ୍ରୀ ଦେବଯାନୀ ଦେଘୁରିଆ। ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ପାଇଁ ଏକ ଅଲଗା ଆକର୍ଷଣ ତାଙ୍କୁ ଟାଣି ଆଣିଥିଲା ଓଲିଉଡ୍‌କୁ। ଓଡ଼ିଆ ଚଳଚ୍ଚିତ୍ର ରସିକ ନାଗର, ରଙ୍ଗିଲା ଟୋକା, ଅଜାତଶତ୍ରୁ, ଇନ୍ଦ୍ରଜାଲ, ସମପାଜୁର ରଘୁ ଆଦିରେ ସେ ଅଭିନୟ ଛାପ ଛାଡ଼ିଛନ୍ତି। ସେହିପରି ୩୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି। ରିଲିଜ୍‌ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଉଦଣ୍ଡି ସୀତା’ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ଆଶାରେ ସେ ଅଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ସୀତା’ ଚଳଚ୍ଚିତ୍ରକୁ ନେଇ କେତେ ଏକ୍ସାଇଟମେଣ୍ଟ ଅଛି?
-ଏହି ଚଳଚ୍ଚିତ୍ର ମହିଳାକୈନ୍ଦ୍ରିକ। ‘ଉଦଣ୍ଡି ସୀତା’ ନାମ ସହିତ ସମସ୍ତେ ଆଗରୁ ପରିଚିତ। ଏହା ଏକ ନାମ ନୁହେଁ ତ ଓଲିଉଡ୍‌ ପାଇଁ ଏକ ବ୍ରାଣ୍ଡ। ନାମ ପୁରୁଣା କିନ୍ତୁ କାହାଣୀ ନୂଆ। ଚାଷୀଭାଇମାନଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମିତ। ବହୁତ ଗର୍ବ ଅନୁଭବ କରୁଛି ଯେ, ମୁଁ ଗୋଟିଏ ଅରିଜିନାଲ କଣ୍ଟେଣ୍ଟରେ କାମ କରିଛି। ଦର୍ଶକ ବର୍ତ୍ତମାନ ଓଡ଼ିଶା ମାଟିର କଥା ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଘରେ ଘରେ କାହାଣୀ ରହିଛି। କୋଣ ଅନୁକୋଣରେ ସୌନ୍ଦର୍ଯ୍ୟ ଭରି ରହିଛି। ଲୋକଙ୍କର ଆଶା, ବିଶ୍ୱାସ ପୁଣି ଥରେ ଆସିଲାଣି। ଓଲିଉଡରେ ସମୟ ସହିତ ସବୁକିଛି ଅପ୍‌ଗ୍ରେଡ୍‌ ହେବା ଦରକାର। ସେହି ହିସାବରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାରୁ ମୁଁ ଭାବୁଛି ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ।
‘ଉଦଣ୍ଡି ସୀତା’ ସିନେପ୍ରମୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଆପଣଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ସେତିକି ସଫଳତା ପାଇପାରିବ?
-ସେ କାହାଣୀ ସ୍ତ୍ରୀ, ସ୍ବାମୀଙ୍କର ଥିଲା। ଏହି କାହାଣୀ ବାପା, ଝିଅଙ୍କ କଥା। ତାହା ପୁଣି ଚାଷୀ ଭାଇଙ୍କ କଥା। ଆମେ ସମସ୍ତେ ଚେଷ୍ଟା କରିଛୁ ଉଦଣ୍ଡି ସୀତାର ନଁାଟାକୁ କେବେ ତଳେ ପକାଇଦେବୁନି। ବିଶେଷକରି ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଟାଇଟଲକୁ ଜଷ୍ଟିସ୍‌ ଦେବା ପାଇଁ ବହୁତ ଚେଷ୍ଟା କରିଛନ୍ତି। ଆଶା, ବିଶ୍ୱାସ ଅଛି ଏହି ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ।
ଗ୍ରାମାଞ୍ଚଳରେ ପ୍ରେକ୍ଷାଳୟ ନାହିଁ। ଏହି ଚଳଚ୍ଚିତ୍ର କିଭଳି ଚାଷୀମାନଙ୍କ ପାଖେ ପହଞ୍ଚିପାରିବ ସେ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କିଛି ଯୋଜନା ଅଛି?
– ବର୍ତ୍ତମାନ ସମୟରେ ଡିଜିଟାଲରେ ଅନେକ ପ୍ରଚାର ପ୍ରସାର ହୋଇପାରୁଛି। କେହି ଜଣେ ବି ଯଦି ଏହାକୁ ଦେଖୁଛନ୍ତି, ଆଉ ତାଙ୍କୁ ଭଲ ଲାଗୁଛି ସେ ଏହାକୁ ଆଉ ୧୦ଜଣଙ୍କୁ ଦେଖାଇବେ। ଚଳଚ୍ଚିତ୍ରର ଟ୍ରେଲର ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି। ଏହାକୁ ଅନେକେ ପ୍ରଶଂସା କରିଛନ୍ତି। ଏହି ମାଧ୍ୟମରେ ଏହା ଚାଷୀଭାଇଙ୍କ ପାଖରେ ମଧ୍ୟ ପହଞ୍ଚିପାରିବ ବୋଲି ମୋର ଆଶା। ଏହା ବ୍ୟତୀତ ପ୍ରଯୋଜନା ସଂସ୍ଥା ପକ୍ଷରୁ ମଧ୍ୟ ଯୋଜନା କରାଯାଇଛି କିଭଳି ଏହା ଚାଷୀଭାଇଙ୍କଠାରେ ପହଞ୍ଚିପାରିବ। ମୋର ଇଚ୍ଛା କି ସେମାନେ ଆସି ପ୍ରେକ୍ଷାଳୟରେ ବସି ଦେଖନ୍ତୁ।
ପାଇଁ ମ୍ୟୁଜିକ୍‌ ଭିଡିଓ ଅଧିକ କରିଛନ୍ତି ନା ଚଳଚ୍ଚିତ୍ରରେ ସୁଯୋଗ ବେଶି ମିଳିନି?
– ଫିଲ୍ମରୁ ସୁଯୋଗ କାହିଁକି ବେଶି ଆସିନି ତାହା ତ ମୋ ହାତରେ ନାହିଁ। କିନ୍ତୁ ମ୍ୟୁଜିକ ଭିଡିଓରୁ ହିଁ ପ୍ରାୟ ଅଭିନେତ୍ରୀ, ଅଭିନେତା ଚଳଚ୍ଚିତ୍ର ଜଗତକୁ ଯାଆନ୍ତି। ଆଗରୁ ଆଲବମ୍‌ ବେଶି ହେଉଥିଲା। ଚଳଚ୍ଚିତ୍ର କମ୍‌ ହେଉଥିଲା। ତାହା ଭିତରେ ବି ଚଳଚ୍ଚିତ୍ର କରିଛି। ମୋର ପ୍ରାୟ ଆଲବମ୍‌ ହିଟ୍‌ ହୋଇଛି। ସେଥିପାଇଁ ଦର୍ଶକଙ୍କୁ ଲାଗୁଥିବ ମୁଁ ଅଧିକ ଆଲବମ୍‌ କରିଛି।
ଧରି ଇଣ୍ଡଷ୍ଟ୍ରିକୁ ଆସିଲେଣି। ଆପଣ ଭାବୁଛନ୍ତି କି ନବାଗତାମାନେ ଆସି ଯେତିକି ସଫଳତା ପାଇଲେଣି ସେ ତୁଳନାରେ ପଛରେ ରହିଯାଇଛନ୍ତି?
-ହଁ, ଏହା ସତକଥା। ମୁଁ ଜାଣିନି ସଫଳତା ବା ବିଫଳତା ପ୍ରକୃତରେ କାହା ପାଇଁ କ’ଣ। ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ, ହାର ମାନିନ ସେ ପର୍ଯ୍ୟନ୍ତ ତୁମେ ସଫଳ। ଯେଉଁଦିନ ମୁଁ ଚେଷ୍ଟା କରିବା ବନ୍ଦ କରିଦେବି ସେଦିନଠୁ ମୋର ବିଫଳତା ଆରମ୍ଭ ହେବ। କର୍ମକୁ କେବେ ଛାଡ଼ିନି। ଆତ୍ମବିଶ୍ୱାସ ରହିଛି। ଭଲ କାମ କରିବାକୁ ସବୁବେଳେ ଚେଷ୍ଟା କରିଛି। ସେଥିପାଇଁ ସିନେମା ଜଗତରେ ତିଷ୍ଠିକି ଅଛି।
ଚଳଚ୍ଚିତ୍ର କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ବି କରିଛନ୍ତି। କେଉଁଟା ଅଧିକ ସୁହାଇଛି?
-ଘର ସବୁବେଳେ ନିଜର। ଘରେ ଯେତିକି ଆରାମ ଲାଗେ, ଆମକୁ ବାହାରେ ସେତିକି ଲାଗେନି। ଠିକ୍‌ ସେଭଳି ବାହାରୁ ଯେତେ ବି ଅଫର୍‌ ମିଳୁ ଓଡ଼ିଶାରେ ଗୋଟିଏ ବି ଚଳଚ୍ଚିତ୍ର କଲେ ଶାନ୍ତି ମିଳେ। ଏଠି ଯେଉଁ ସଂଘର୍ଷ କରିଛି, ଏହି ଇଣ୍ଡଷ୍ଟ୍ରି ମୋତେ ଯାହା ଦେଇଛି, ଯେଉଁ ପରିଚୟ ମୋଠି ଆଜି ଅଛି ତାକୁ ନେଇ ମୁଁ ବହୁତ ଖୁସି। ଓଡ଼ିଶା ଇଣ୍ଡଷ୍ଟ୍ରି ପ୍ରତି ଭଲପାଇବା ଅଛି। ମୁଁ ବେଙ୍ଗଲୀ ଝିଅ ହୋଇପାରେ କିନ୍ତୁ ଜନ୍ମିଛି, ବଢ଼ିଛି, ପଢ଼ିଛି, ସବୁ କିଛି ଶିଖିଛି ଏଇଠି।
ଅଭୁଲା ସ୍ମୃତି ?
– ଥରେ ଶୁଟିଂ ସେଟ୍‌ରେ ଗୋଟେ ମାଙ୍କଡ଼ ଆସି ମୋ କୋଳରେ ବସିଥିଲା। ମୁଁ ବହୁତ ଡରିଯାଇଥିଲି। ଯାହା କି ମୁଁ କେବେ ବି ଭୁଲିବିନି। ସେମିତି ଏକ ସ୍ପେଶାଲ ମୋମେଣ୍ଟ ହେଉଛି, ରଙ୍ଗିଲା ଟୋକା ଫିଲ୍ମର ରିଲିଜ ପରେ ବ୍ରହ୍ମପୁରର ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲି। ମୋ ପଛେ ପଛେ ୨୦ଜଣ ପରିକ୍ରମା କରୁଥିଲେ। ମୁଁ ବାହାରିବା ପରେ ହଠାତ୍‌ ମୋ ସାମ୍ନାରେ ପୂରା ଭିଡ଼ ଜମି ଯାଇଥିଲା। ଗାଡ଼ି ଚଳାଚଳ ହୋଇପାରିଲା ନାହିଁ। ପୋଲିସ ଆସି ଭିଡ଼ ଭାଙ୍ଗିଥିଲା, ଯାହା ମୋ ପାଇଁ ଏକ ବ୍ଲେସିଙ୍ଗ୍‌ର କଥା ଥିଲା।
ସମୟରେ କ’ଣ କରନ୍ତି?
-ଖାଇବାକୁ ବହୁତ ପସନ୍ଦ। ତେଣୁ ନୂଆ କିଛି ଖାଦ୍ୟ ବନାଇ ଖାଏ। ମୋ ପେଟ୍‌ ସହ ଖେଳିବାକୁ ଭଲ ଲାଗେ। ସାଙ୍ଗମାନଙ୍କ ସହ ଲଙ୍ଗ ଡ୍ରାଇଭ୍‌ରେ ଯାଏ।
କିଭଳି ସାମ୍ନା କରନ୍ତି?
-ଯେତେବେଳେ ନୂଆ ଆସିଥିଲି ଅସୁବିଧା ହେଉଥିଲା। ଚିନ୍ତା ହେଉଥିଲା। ଯେହେତୁ ମୁଁ ବହୁତ ଇମୋଶନାଲ୍‌। କିନ୍ତୁ ସମୟ ସହିତ ସବୁ ଠିକ୍‌ ହୋଇଗଲା।
ଅଛନ୍ତି?
-ନା।
ଖାଇବାକୁ ବେଶି ପସନ୍ଦ କରନ୍ତି?
-କ୍ଷୀର ଭାତ, ଆଳୁ ପୋସ୍ତ
ପ୍ରିୟ ରଙ୍ଗ?
-କଳା, ଲାଲ୍‌।
ସିନେମାର ପ୍ରିୟ ଅଭିନେତ୍ରୀ, ଅଭିନେତା?
– ଅପରାଜିତା ମହାନ୍ତି, ମିହିର ଦାସ।

-ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri