କଠିନ ଅଧ୍ୟବସାୟରୁ ସଫଳତା

ପାଞ୍ଚ ଦଶନ୍ଧି ତଳେ ଭୁବନେଶ୍ୱର କହିଲେ ହାତଗଣତି କିଛି ବଜାର ଓ ଅଞ୍ଚଳକୁ ବୁଝାଉଥିଲା। ୧୯୭୦ ମସିହାରେ ଜଣେ ସଫଳ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବର୍ଗତ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ। ସେତେବେଳେ ସେ ଆରମ୍ଭ କରିଥିବା ତୃପ୍ତି ପେଟ୍ରୋଲ ପମ୍ପ୍‌ ଆଜି ଏକ ବୃହତ୍‌ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି। ବାପାଙ୍କ ପଦାଙ୍କ ଅନୁସରଣ କରି ତୃପ୍ତି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌କୁ ସଫଳତାର ଶୀର୍ଷକୁ ନେଇପାରିଛନ୍ତି ତାଙ୍କ ସୁପୁତ୍ର ତଥା ଏହାର ପରିଚାଳନା ନିର୍ଦ୍ଦେଶକ ଇଂ. ବଦ୍ରି ନାରାୟଣ ସାମନ୍ତରାୟ।

ଅଟୋ ଉଦ୍ୟୋଗକୁ ମହାମାରୀ କିପରି ପ୍ରଭାବିତ କରିଛି?
୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରୁ ନଭେମ୍ବର ପର୍ଯ୍ୟନ୍ତ କରୋନା ଓ କାରବାରକୁ ନେଇ ଚିନ୍ତିତ ଥିଲୁ। ମହାମାରୀ ଯୋଗୁ ଦେଶର ଅଟୋ ଶିଳ୍ପ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିଲା। ଉତ୍ପାଦନରୁ ନେଇ ସେବା ଯୋଗାଣ ପର୍ଯ୍ୟନ୍ତ ସବୁ ଠିକ୍‌ ହେଲେ କାରବାର ଚାଲେ। ବ୍ୟାଙ୍କ ପ୍ରିମିୟମ୍‌, କର୍ମଚାରୀଙ୍କ ଦରମା, ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟ ଓ ସର୍ଭିସ୍‌ ପଏଣ୍ଟର ଭଡ଼ା ଭଳି ଅନେକ କଥା ରହିଛି। ମହାମାରୀ ବେଳେ ସେ ସବୁର ସମାଧାନ ପାଇଁ ସଂସ୍ଥା କଠିନ ସମୟ ଦେଇ ଗତି କରିଛି।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କ’ଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି?
ଗତବର୍ଷର କ୍ଷତିକୁ ଭରଣା କରିବା ପାଇଁ ଚଳିତବର୍ଷ ବଜାର ବ୍ୟବସ୍ଥାକୁ ଆହୁରି ଅତ୍ୟାଧୁନିକ ଓ ବ୍ୟାପକ କରାଯିବ। ଭୁବନେଶ୍ୱର ସମେତ ଅନୁଗୋଳ ଓ ସମ୍ବଲପୁରରେ ସଂସ୍ଥାର ନୂଆ ଶାଖା, ଶୋ’ରୁମ୍‌ ଏବଂ ସର୍ଭିସ ଷ୍ଟେଶନ ଖୋଲିବା ପାଇଁ ଯୋଜନା ରହିଛି। ଚଳିତ ବର୍ଷରୁ ଆମେ କୃଷି ଜାତୀୟ ବ୍ୟବସାୟରେ ପଦାର୍ପଣ ପାଇଁ ଯୋଜନା କରିଛୁ। ସାରା ଓଡ଼ିଶା ଏପରି କି ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆମ ଗ୍ରାହକ ଓ ସଂସ୍ଥାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେହି ପରିଚୟ ଓ ଗ୍ରାହକ ସମ୍ପର୍କକୁ ନେଇ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ମହାମାରୀ ସମୟରେ କର୍ମଚାରୀମାନେ କିଭଳି ପ୍ରଭାବିତ ହୋଇଥିଲେ?
ତୃପ୍ତି ଗ୍ରୁପ ହେଉଛି ୫୦ ବର୍ଷର ସଂସ୍ଥା। ମୋ ବାପାଙ୍କ ସାଙ୍ଗରେ କାମ କରୁଥିବା କର୍ମଚାରୀ ଆଜି ବି ମୋ ସହ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସଂସ୍ଥା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜଡ଼ିତ। ମହାମାରୀ ବେଳେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଦେଇଥିଲି।

ଚଳିତ ବଜେଟକୁ କିପରି ଦେଖୁଛନ୍ତି?
ଏହି ବଜେଟ ଅଟୋ ଶିଳ୍ପର ଆଧୁନିକୀକରଣରେ ସହାୟକ ହେବ। ନୂଆ ମାନଦଣ୍ଡ ହିସାବରେ କାରବାର ମଧ୍ୟ ସହଜ ହେବ ବୋଲି ଆଶା ରହିଛି। ସରକାରଙ୍କ ନିୟମ ଏବଂ ଗ୍ରାହକଙ୍କ ପସନ୍ଦ ଓ ଚାହିଦାକୁ ନେଇ ବ୍ୟବସାୟ କରିବା ଆମର ମୂଳଲକ୍ଷ୍ୟ।

ରାଜ୍ୟର ଅଟୋ ଉଦ୍ୟୋଗକୁ କିପରି ଦେଖୁଛନ୍ତି?
ବ୍ୟବସାୟ କାହାକୁ ଅନୁସରଣ କରି କରାଯାଏ ନାହିଁ। ବଜାର ଚାହିଦା ଓ ଗ୍ରାହକଙ୍କ ବିଶ୍ୱାସକୁ ନେଇ ବିକ୍ରି ପରବର୍ତ୍ତୀ ସେବା ଦେବା ଆମର ଲକ୍ଷ୍ୟ। ସେବା ଦେଲେ ସଫଳତା ମିଳେ ଆଉ ଯେଉଁମାନେ ସେବା ଦେବେ ନାହିଁ ସେମାନେ ଅନ୍ୟକୁ ଅଙ୍ଗୁଳି ଦେଖାଇବେ। ପ୍ରକୃତ ବ୍ୟବସାୟୀ କାହା ସହ ପ୍ରତିଦ୍ୱନ୍ଦ୍ୱିତା ନ କରି ନିଜ ବ୍ୟବସ୍ଥା ଓ ବ୍ୟବସାୟର ମାନବୃଦ୍ଧି ପାଇଁ ଦିନରାତି କଠିନ ଅଧ୍ୟବସାୟ କରି ସଫଳତା ପାଇବାକୁ ଚେଷ୍ଟା କରନ୍ତି।

ସଫଳତା ପାଇଁ କାହାକୁ ଶ୍ରେୟ ଦେବେ?
ଗୋଟିଏ ସଂସ୍ଥାର ସଫଳତା ସମସ୍ତଙ୍କୁ ନେଇ ଏବଂ ସମସ୍ତ ପାଇଁ ମିଳିଥାଏ। ମୋ ବାପା, ମା’ଙ୍କ ଆଶୀର୍ବାଦ ଓ ସହଧର୍ମିଣୀଙ୍କ ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇପାରିଛି। ପ୍ରଭୁ ଜଗନ୍ନାଥଙ୍କ କୃପା, ତୃପ୍ତି ଗ୍ରୁପକୁ ଭଲ ପାଉଥିବା ଅଗଣିତ ଗ୍ରାହକ, କର୍ମଚାରୀଙ୍କ ନିଷ୍ଠାପରତା ସହ ପରିଶ୍ରମ ଓ ସୁସମ୍ପର୍କ ଏହି ସଫଳତା ଆଣିଦେଇଛି ବୋଲି ମୁଁ ଅନୁଭବ କରିଥାଏ।

ତୃପ୍ତି ଗ୍ରୁପ୍‌ରେ ପରିଚଳାନା ଅନୁଭୂତି କେମିତି ରହିଛି?
୭୦ ଦଶକରୁ ଅଦ୍ୟାବଧି ଅନେକ ଅନୁଭୂତି ରହିଛି। ବର୍ତ୍ତମାନ ସଂସ୍ଥାର ପେଟ୍ରୋଲ ପମ୍ପ୍‌, ଦୁଇଚକିଆ ହୋଣ୍ଡା ଶୋ’ରୁମ୍‌, ଚାରିଚକିଆ ଶୋ’ରୁମ୍‌, ବୁଲେଟ୍‌ ଶୋ’ରୁମ୍‌, ଇ-ବାଇକ୍‌ ଶୋ’ରୁମ୍‌ ଆଦି ରହିଛି। ରାଜ୍ୟର ପ୍ରମୁଖ ସହରରେ ସଂସ୍ଥାର ଶାଖା ଓ ସର୍ଭିସ ଷ୍ଟେଶନ ଆଦିକୁ ନେଇ ତୃପ୍ତି ଗ୍ରୁପ୍‌ ସୃଷ୍ଟି ହୋଇଛି। ବଡ଼ ବଡ଼ କମ୍ପାନୀର ଡିଲରଶିପ୍‌ ସହ ବିଶ୍ୱାସ ଯୋଗୁ ଆମେ ଆଜି ସଫଳ ହୋଇପାରିଛୁ। ଭଗବାନଙ୍କ କୃପା, କମ୍ପାନୀର ପ୍ରଶଂସାପତ୍ର ଓ ଗ୍ରାହକଙ୍କ ବିଶ୍ୱାସ ପାଇଥିବାରୁ ସବୁକିଛି ସୁଚାରୁ ରୂପେ ପରିଚାଳନା କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri