ଜିଏସ୍‌ଟି କମିଲେ କାର୍‌ ବିକ୍ରି ବଢ଼ିବ

କୋଭିଡ୍‌-୧୯ ଅଟୋ ଉଦ୍ୟୋଗ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ମହାମାରୀ ଆସିବାର ବର୍ଷକ ପରେ ଏବେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମନେହୁଏ। ଯାନବାହନ କ୍ଷେତ୍ରରେ ଲୋକଙ୍କ ଚାହିଦା ମଧ୍ୟ ବଢ଼ିଲାଣି। ଅଟୋ ଉଦ୍ୟୋଗର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଧରିତ୍ରୀ ସହ ଆଲୋଚନା କରିଥିଲେ ଗୁଗ୍‌ନାନୀ ହୋଣ୍ଡା ମ୍ୟାନେଜିଂ ପାର୍ଟନର ରାଜନ ଗୁଗ୍‌ନାନୀ।

ମହାମାରୀର ପ୍ରଭାବ କିପରି ଥିଲା?
ଅଟୋ ଉଦ୍ୟୋଗ ପାଇଁ ମହାମାରୀର ପ୍ରଥମ ୯ ମାସ ଖୁବ୍‌ କଷ୍ଟକର ଥିଲା। ଆମକୁ ସମସ୍ତ ପ୍ରକାର କ୍ଷତି ସହିବାକୁ ପଡ଼ିଥିଲେ ବି କର୍ମଚାରୀମାନଙ୍କୁ ଦରମା ଦେବା କେବେ ବନ୍ଦ କରି ନ ଥିଲୁ। ମୁର୍ଁ ଭାବୁଛି, ସବୁଠାରୁ ଦୁଃସମୟ ଅତିବାହିତ ହୋଇଯାଇଛି ଏବଂ ଏବେ ବିକ୍ରିରେ କ୍ରମାଗତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଉଛି। ଭବିଷ୍ୟତରେ ବ୍ୟବସାୟ ପାଇଁ ଅଧିକ ଭଲ ସୁଯୋଗକୁ ଅପେକ୍ଷା କରିଛୁ।

ଅଟୋ ଉଦ୍ୟୋଗର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କ’ଣ କହିବେ?
ଅଟୋମୋବାଇଲ କ୍ଷେତ୍ରରେ କୋଭିଡ୍‌-୧୯ର ପ୍ରଭାବ ସାଂଘାତିକ ଥିଲା। ତଥାପି ଏବେ ବ୍ୟବସାୟରେ ସୁଧାର ଆସୁଛି। ମହାମାରୀ ଭଳି ପ୍ରତିବନ୍ଧକ ସତ୍ତ୍ୱେ ଏହି ସେକ୍ଟର ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଦେଶର ଅଭିବୃଦ୍ଧି ପାଇଁ ଅଟୋ ଉଦ୍ୟୋଗ ଏବଂ ରାସ୍ତାର ଭିିତ୍ତିଭୂମି ବିକାଶ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସ୍କ୍ରାପେଜ୍‌ ପଲିସି ଯାନବାହନ ବିକ୍ରିକୁ ବଢ଼ାଇବ ବୋଲି ଆମର ବିଶ୍ୱାସ।

ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଲାଗି କି ପଦକ୍ଷେପ ନିଅନ୍ତି?
ସେବା ଦ୍ୱାରା ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଗୁଗ୍‌ନାନୀ ହୋଣ୍ଡାର ମୂଳମନ୍ତ୍ର। ଗ୍ରାହକଙ୍କ ଆବଶ୍ୟକତା ଏବଂ ସେମାନଙ୍କୁ ସୁହାଉଥିବା ବ୍ୟବସ୍ଥା ସହ ଗୁଗ୍‌ନାନୀ ହୋଣ୍ଡା ସବୁବେଳେ ରହିଥାଏ। ସେମାନେ ସବୁବେଳେ ଆମ ସେବାକୁ ନେଇ ଖୁସି ପ୍ରକାଶ କରନ୍ତି ଏବଂ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇଥାନ୍ତି। ଗ୍ରାହକଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟରେ ବିଶ୍ୱାସ କରୁ, ଯଦ୍ଦ୍ବାରା ବଜାରରେ ପ୍ରତିଷ୍ଠିତ ହେବା ଆମ ପାଇଁ ସହଜ ହୋଇପାରିଛି। ଆମେ ସବୁ ସ୍ଥାନରେ ଗ୍ରାହକଙ୍କ ଚାହିଦା ମୁତାବକ ପ୍ରତ୍ୟେକ ଜିନିଷ ଯୋଗାଇପାରୁ। ଆମ ସେବା ଖୁବ୍‌ ଗୁଣାମତ୍କ। ଅଭିଜ୍ଞ ଟେକ୍ନିସିଆନ୍‌ମାନେ ମଧ୍ୟ ଆମ ସହିତ ରହିଛନ୍ତି।

ଗୁଗ୍‌ନାନୀ ହୋଣ୍ଡା ପାଇଁ ଏ ସହରର ବଜାର କିପରି ଅଛି ?
ଭୁବନେଶ୍ୱର ଏକ ଭଲ ବଜାର ଏବଂ ଏହାର ଦ୍ରୁତ ଅଭିବୃଦ୍ଧି ଘଟୁଛି। ଆମେ ଏ ସହରରେ ଖୁବ୍‌ ବଡ଼ବଡ଼ ପରିବର୍ତ୍ତନ ଦେଖିଛୁ। ରାଜ୍ୟ ସରକାର ମଧ୍ୟ ବେଶ୍‌ ସହଯୋଗୀ ମନୋଭାବ ପୋଷଣ କରନ୍ତି।

ଅଟୋ ଉଦ୍ୟୋଗରେ ଜିଏସ୍‌ଟି ସମ୍ପର୍କରେ ଆପଣଙ୍କ ମତ କ’ଣ ?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସବୁବେଳେ ଅଟୋ ଉଦ୍ୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ଜିଏସ୍‌ଟିରେ କିଛି ହ୍ରାସ କରାଗଲେ ଏହି ଉଦ୍ୟୋଗ ଉପରେ ସକାରାମତ୍କ ପ୍ରଭାବ ପଡ଼ିବ। ଏସ୍‌ୟୁଭିଗୁଡ଼ିକ ଉପରେ ପ୍ରାୟ ୫୦% ଜିଏସ୍‌ଟି ଲଗାଯାଇଛି। ଭାରତରେ ଗୋଟିଏ ମାସରେ ୧୦ ଲକ୍ଷ ମୋଟରସାଇକେଲ ବିକ୍ରି ହେଉଥିବାବେଳେ ଆମେରିକାରେ ମାସକ ମଧ୍ୟରେ ୧୦ ଲକ୍ଷ କାର୍‌ ବିକ୍ରି ହୋଇପାରୁଛି। ଭାରତରେ ଆମେ ମାତ୍ର ୨-୩ ଲକ୍ଷ କାର୍‌ ବିକ୍ରି କରିପାରୁଛୁ। ଏ ବ୍ୟବଧାନ କେବଳ ଜିଏସ୍‌ଟି ପାଇଁ। ଯଦି ଜିଏସ୍‌ଟି ହ୍ରାସ କରାଯାଏ, ତେବେ କାର୍‌ ବିକ୍ରି ବଢ଼ିପାରିବ।

ବୈଦ୍ୟୁତିକ ଗାଡ଼ି ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି?
ବୈଦ୍ୟୁତିକ ଗାଡ଼ି ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଭବିଷ୍ୟତ। ତେବେ କେତେକ ପ୍ରସଙ୍ଗରେ ଅଭାବ ରହିଛି, ଯାହା ଯୋଗୁ ଏହାର ସମ୍ପୂର୍ଣ୍ଣ ପରିଚାଳନାରେ ଆଉ କିଛି ସମୟ ଲାଗିବ। ମୁଁ ଆଶା କରୁଛି, ଆଉ ୧୦ ବର୍ଷ ମଧ୍ୟରେ ରାସ୍ତାରେ ବୈଦ୍ୟୁତିକ ଗାଡ଼ି ଗଡୁଥିବା ଦେଖାଯିବ।

ଓଡ଼ିଶା ବଜାରକୁ କିପରି ଦେଖନ୍ତି?
ଓଡ଼ିଶା ଏକ ବିକାଶଶୀଳ ରାଜ୍ୟ। ବହୁ ସୁଯୋଗ ଥିବାରୁ କାମ କରିବା ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସବୁଠୁ ଭଲ ଲାଗେ। ବ୍ୟବସାୟର ସ୍ଥିତି ଭଲ ଥିବାରୁ ଆମେ ଏଠାରେ ଏଯାବତ୍‌ କୌଣସି ସମସ୍ୟା ଭୋଗିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri