ଅନୁଦାନ ଫେରୁଛି, ହୋଇପାରୁନି ଏସ୍‌ଟିପି ପ୍ଲାଣ୍ଟ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ ନଦୀରେ ମିଶୁଛି। ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇ ନ ଥିବାରୁ ଏହି ଉଭୟ ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ସହର ଉପକଣ୍ଠ ନଦୀକୁ ପ୍ରଦୂଷିତ କରୁଛି।
ସୂଚନା ଅନୁସାରେ, ୨୦୧୬-୧୭ରେ ରାଉରକେଲାରେ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ ପାଇଁ ରାଉରକେଲା ଓ କୋଏଲ ନଗରକୁ ଅନ୍ତର୍ଭୁକ୍ତ କରାଗଲା। ରାଉରକେଲା ସହରାଞ୍ଚଳ ପାଇଁ ବାଲୁଘାଟରେ ଏସ୍‌ଟିପି-୩ ଓ କୋଏଲ ନଗରରେ ଏସ୍‌ଟିପି-୧ ସ୍ଥାପନ ପାଇଁ ଧାର୍ଯ୍ୟ ହେଲା। ରାଉରକେଲା ସହାରାଞ୍ଚଳ ଏସଟିପି-୩ ଲାଗି ରାଉରକେଲା ରାଜସ୍ବ ବିଭାଗ ତରଫରୁ ବାଲୁଘାଟରେ ଜମି ବନ୍ଦୋବସ୍ତ ହେଲା। କୋଏଲ ନଗର ଏସ୍‌ଟିପି-୧ ପାଇଁ ଆରଏସପି ପକ୍ଷରୁ କୋଏଲ ନଗରରେ ୪ଏକର ଜମି ବନ୍ଦୋବସ୍ତ କରାଗଲା। ମାତ୍ର କୋଏଲ ନଗରରେ ରହୁଥିବା ବିସ୍ଥାପିତ ଲୋକମାନେ ସେମାନଙ୍କ ସ୍ଥାୟୀ ଥଇଥାନ ନ ହେବା ଯାଏ କୋଏଲ ନଗରରେ ଏସ୍‌ଟିପି ସ୍ଥାପନ କରାଇଦେବୁ ନାହିଁ ବୋଲି ଜିଦରେ ଅଟଳ ରହିବାରୁ ତାହା ସ୍ଥାପନ ହୋଇପାରିଲା ନାହିଁ। ଇତିମଧ୍ୟରେ ଏସ୍‌ଟିପି-୩ ସ୍ଥାପିତ ହୋଇସାରିଛି। ମାତ୍ର ଦୀର୍ଘବର୍ଷ ପରେ ମଧ୍ୟ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏସ୍‌ଟିପି କୋଏଲ ନଗର-୧ ଓ ବନ୍ଧମୁଣ୍ଡା ଏସ୍‌ଟିପି-୨ ଏଯାଏ ଆରମ୍ଭ ହୋଇନାହିଁ। ବନ୍ଧମୁଣ୍ଡାରେ ୯ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୨ ବିସ୍ତୃତ ଯୋଜନା ଡିପିଆରରେ ସାମିଲ ହୋଇଥିଲା। ଏଠାରେ ମଧ୍ୟ ରେଲଓ୍ବେ ଜମି ଜନିତ ବିବାଦ କାରଣରୁ ଆଇଆଇଏସ୍‌ରୁ ଟେଣ୍ଡର ପ୍ରକ୍ରିୟାକୁ ପୂର୍ବରୁ ହଟାଇ ଦିଆଗଲା। ୨୦୧୬-୧୭ ଆର୍ଥତ୍କ ବର୍ଷରେ ପ୍ରାୟ ୩୪୦.୧୯ କୋଟି ଟଙ୍କା ବ୍ୟୟରେ ୨୩୧କି.ମି ସ୍ବିରେଜ ପାଇପ ଲାଇନ ୮ଏମଏଲଡି ବିଶିଷ୍ଟ ଏସ୍‌ଟିପି-୧ ଏବଂ ୪୦ଏମ୍‌ଏଲଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୩ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ଜମି ସମସ୍ୟା ଯୋଗୁ ତକତ୍ାଳୀନ ଜଳପୂର୍ତ୍ତି ବିଭାଗ ଓ ସ୍ବରେଜ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି) କୋଏଲନଗର ଜଳଗ୍ରହଣ କ୍ଷେତ୍ର ପାଇଁ ଏସଟିପି-୧ର ସ୍ବେରେଜ ଲାଇନ ସଂଯୋଗକୁ ହଟାଇ ଦେଲେ। ଫଳରେ କୋଏଲ ନଗର ଅଞ୍ଚଳରେ ବର୍ତ୍ତମାନ ଆରଏମ୍‌ସି ପକ୍ଷରୁ ପୁରୁଣା ସ୍ବେରେଜ ସିଷ୍ଟମ ମାଧ୍ୟମରେ ବର୍ଜ୍ୟଜଳ ନିଷ୍କାସନ କାର୍ଯ୍ୟ ହେଉଛି। ଆର୍‌ଏମ୍‌ସି ପକ୍ଷରୁ କୋଏଲ ନଗରରୁ ଅପଶିଷ୍ଟ ଜଳକୁ ବୃହତ ପ୍ଲାଷ୍ଟିକ ଟାଙ୍କିରେ ଜମା କରାଯାଏ ଏବଂ ପରେ ସେସ୍‌ ପୁଲ ବାହାନରେ ୪୦ହଜାର ଲିଟର କ୍ଷମତା ବିଶିଷ୍ଟ ସ୍ବେରେଜ ଉପଚାର କେନ୍ଦ୍ରକୁ ନିଆଯାଏ। ଏହା ବ୍ୟତିରେକ କୋଏଲ ନଗରରୁ ନିର୍ଗତ ବଳକା ବର୍ଜ୍ୟ ଜଳ ନାଳ ଦ୍ୱାରା କୋଏଲ ନଦୀରେ ମିଶୁଛି।
ଉଲେଖନୀୟ, ବାଲୁଘାଟରେ ୧୮୫ କି.ମି ଲମ୍ବ ବିଶିଷ୍ଟ ସ୍ବେରେଜ ଲାଇନ ଏସ୍‌ଟିପି-୩ ବାଲୁଘାଟ ୨୦୨୧ ଫେବୃଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହାଦ୍ୱାରା ୧୨ହଜାର ଘରକୁ ସ୍ବେରେଜ ସିଷ୍ଟମରେ ଯୋଡିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ମାତ୍ର ଦୀର୍ଘ ୩ ବର୍ଷ ପରେ ମଧ୍ୟ ଧାର୍ଯ୍ୟ ସଂଖ୍ୟାରୁ ମାତ୍ର ୫୦ପ୍ରତିଶତ ଘରକୁ ଏସ୍‌ଟିପି-୩ ସହ ସ୍ବେରେଜ ପାଇପ ସଂଯୋଗ ହୋଇପାରିଛି। ଫଳରେ ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀ ପ୍ରଦୂଷିତ ହେଉଛି। ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ଲାଗି ଏସ୍‌ଟିପି ପ୍ଲାଣ୍ଟ ଜରୁରୀ ଥିବାବେଳେ ଏଥିଲାଗି କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସୁଛି। ମାତ୍ର ଜମି ସମସ୍ୟା ଓ ବିସ୍ଥାପିତଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନ ଥିବାରୁ ଅନୁଦାନ ଫେରିଯାଉଛି। ଏ ନେଇ ରାଉରକେଲା ଓ୍ବାଟ୍‌କୋ ସ୍ବେରେଜ ବିଭାଗ ମହାପ୍ରବନ୍ଧକ ବି. କେ. ଡାକୁଆ କୁହନ୍ତି, କୋଏଲ ନଗର ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହେଲେ କୋଏଲ ନଗର ଅଞ୍ଚଳରୁ ନିର୍ଗତ ଅପଶିଷ୍ଟ ବର୍ଜ୍ୟଜଳ ସହଜରେ ବିଶୋଧିତ ହୋଇପାରନ୍ତା। ଆର୍‌ଏମ୍‌ସି ତରଫରୁ ହେଉଥିବା ଯାନ, ଡିଜେଲ ଓ ବିଦ୍ୟୁତ ଜନିତ ଖର୍ଚ୍ଚରେ ମଧ୍ୟ ଅଙ୍କୁଶ ଲାଗନ୍ତା। ମାତ୍ର ଜମି ସମସ୍ୟା ଯୋଗୁ ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇନାହିଁ ବୋଲି ଡାକୁଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri