Posted inରାଜ୍ୟ

Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…

ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ହେଲେ ପୂର୍ବଥର ଅନେକ ମହିଳା ଟଙ୍କା ଆଶା କରି ନିରାଶ ହୋଇଥିବା ଯୋଗୁ ଆଶଙ୍କାରେ ରହିଛନ୍ତି। ଏଭଳି ସ୍ଥିତିରେ ଯଦି ପୁଣି ତାଙ୍କ ଖାତାକୁ ଟଙ୍କା ନ ଆସେ, ତେବେ ସେମାନେ କ’ଣ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରମ୍ବାର ଆଶ୍ୱାସନା ଦେଉଛନ୍ତି। ହେଲେ କିଛି ମହିଳା ଦ୍ୱନ୍ଦରେ ଅଛନ୍ତି। କାରଣ ପରିବାରର କେହି କେହି ଟଙ୍କା ପାଇଥିବା ବେଳେ ଜଣେ ଜଣେ ବାଦ୍‌ ପଡ଼ିଛନ୍ତି। ଏକା ସହ ଆବେଦନ କରିଥିଲେ ହେଁ ସୁଭଦ୍ରା ଟଙ୍କା ତାଙ୍କ ଆକାଉଣ୍ଟଙ୍କୁ ଆସିନାହିଁ। ତେଣୁ ସେମାନଙ୍କୁ କାଲି ଟଙ୍କା ନ ଆସିଲେ, ପୁଣି କେବେ ମିଳିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।

କହିବାକୁ ଚାହିଁବୁ ଯେଉଁମାନେ ଜନସେବା କେନ୍ଦ୍ରରେ ଆବେଦନ କରିବା ପରେ ଏକ ରସିଦ ପାଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଥର ଆବେଦନ କରିବାର ଆବଶ୍ୟକତା ନାହିଁ। କାରଣ ସେମାନଙ୍କ ଆବେଦନ ବିଚାରଧୀନ ଅଛି। ଏଣୁ ଦ୍ୱିତୀୟ ଥର ରେଜିଷ୍ଟ୍ରେଶନ କରିବାର ଫାଇଦା ନାହିଁ।

ନିଜର ଆବେଦନର ଅପ୍‌ଡେଟ୍‌ ଜାଣିବା ଲାଗି ହିତାଧିକାରୀ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅନ୍‌ଲାଇନ୍‌ ସୁଭଦ୍ରା ପୋର୍ଟାଲକୁ ଯାଇ ଫର୍ମର ସ୍ଥିତି ଦେଖିପାରିବେ। ଯଦି ଏହା ବାତିଲ ହୋଇଯାଇଥିବା ତେବେ ରିଜେକ୍ଟ ଦର୍ଶାଇବ। ନଚେତ ପରବର୍ତ୍ତୀ କିସ୍ତି ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ରାଜରାସ୍ତାରେ ବସିଲେ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜୀବନ ଯାଉ ପଛେ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା...

ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା…

ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ।...

ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ

ଭୁବନେଶ୍ୱର,୭।୧୧: ଇଡିକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି।...

ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡି ଭାଜପାରେ ମିଶିଲେ ୧୮ ଜଣ ସରପଞ୍ଚ, ନାଏବ ସରପଞ୍ଚ, ଏକ୍ସରେ ସୂଚନା ଦେଇ ଧମେନ୍ଦ୍ର ଲେଖିଲେ…

ଭୁବନେଶ୍ୱର,୭।୧୧: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡିଲେ ରୋଢାଖୋଲ ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ। ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା...

କୋତାମଟା ଅଞ୍ଚଳରେ ୬ ଟିକିଆ ହାତୀପଲ, ବିଲରେ ପଶି ଖାଇଗଲେ ଧାନ

କୋରାପୁଟ/ନାରାୟଣପାଟଣା,୭ା୧୧(ଅମିତାଭ ବେହେରା/ରାଜକିଶୋର ଜେନା): ଗୁରୁବାର ମଧ୍ୟାହ୍ନରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋତାମେଟା ଅଞ୍ଚଳରେ ୬ ଟିକିଆ ଏକ ହାତୀପଲ ଦୃଷ୍ଟିଗୋଚର ହେଉଛି। ଏହି ହାତୀପଲ ଏକ ଧାନଜମିରେ...

ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ

ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ...

ମା’ ତାରାତାରିଣୀ ପୀଠରୁ ଚୋରି ଏକ ଅଶୁଭ ସଙ୍କେତ, ପୁରୁଣା ଘଟଣାକୁ ମନେ ପକାଇ…

ପୁରୁଷୋତ୍ତମପୁର,୭ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚୋରି ହେବା ଘଟଣା ଏକ ଅଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ...

ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ନିୟମିତ ପାଳି କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri