ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୧୭ା୮: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ କିସ୍ତି ।  ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଥିବା ବେଳେ ସେହିଦିନ ମହିଳାଙ୍କ ଖାତାକୁ ଟଙ୍କା ଆସିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ନୟାଗଡ଼ରେ ଅନୁଷ୍ଠିତ ହେବ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହ । ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ସୁଭଦ୍ରା ଟଙ୍କା ପାଇବେ । ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତେବେ ଯେଉଁମାନେ ଏଥିରୁ ବାଦ୍ ପଡିଛନ୍ତି ସେମାନଙ୍କୁ ଏକାଥରେ ୫ଟି କିସ୍ତି ମିଳିବ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 

Dharitri – Odisha’s No.1 Odia Daily

Share