ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ

ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)୧୫ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ଅର୍ଥ ଅଭାବରୁ ଅଦ୍ୟାବଧି ୧୪ଟିର ଟେଣ୍ଡର ହୋଇପାରିନାହିଁ।
ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ପ୍ରଶାସନର ନିଦ ହଜିଯାଏ। ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୁଏ ଓ ବ୍ୟାପକ କ୍ଷତି ଘଟେ। ତେଣୁ ସୁବର୍ଣ୍ଣରେଖା କୂଳେ କୂଳେ କେତେକ ସ୍ଥାନରେ ଅତ୍ୟାବଶ୍ୟକ ୧୫ ପ୍ରକଳ୍ପକୁ ୬ବର୍ଷ ପୂର୍ବେ ଟିଏସି ଓ ୪ବର୍ଷ ପୂର୍ବେ ଏଚ୍‌ପିସି ଅନୁମୋଦନ କରିଥିଲା। କିନ୍ତୁ ଅର୍ଥାଭାବରୁ ଅଦ୍ୟାବଧି ୧୪ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିନାହିଁ। ୧୫ ପ୍ରକଳ୍ପ ଲାଗି ୯୯ କୋଟି ୮୪ଲକ୍ଷ ୪୨ହଜାର ଟଙ୍କା ଆବଶ୍ୟକତା ଥିବା ବେଳେ କେବଳ ଜଳେଶ୍ୱର ସହରକୁ ରକ୍ଷା ଲାଗି ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରଚେଷ୍ଟାରେ ଜଳେଶ୍ୱର ରିଂବନ୍ଧର କାର୍ଯ୍ୟ ଟେଣ୍ଡର ହେବାକୁ ଯାଇଛି। ମାତ୍ର ୪ କି.ମି. ରିଂବନ୍ଧ ଲାଗି ୮କୋଟି ୬୧ଲକ୍ଷ ଟଙ୍କା ବିଭାଗୀୟ ଅନୁମୋଦନ ହୋଇଥିବା ଜଣାଯାଇଛି। ସୁବର୍ଣ୍ଣରେଖା ନଦୀର ବାମପଟେ ଥିବା ଗୋବରଘଟାଠାରେ ୬କୋଟି ୭୨ଲକ୍ଷ ୭୦ହଜାର, ଝଡେଶ୍ୱରପୁରଠାରେ ୧୦କୋଟି ୬୪ଲକ୍ଷ ୯୨ହଜାର, କୋଟସାହିଠାରେ ୪ କୋଟି ୭୪ ଲକ୍ଷ, ରାଜପୁରଠାରେ ୩ କୋଟି ୭୦ ଲକ୍ଷ, ବଳରାମପୁର ବତିଘରଠାରେ ୪ଟି ସ୍ପର ନିର୍ମାଣ ଲାଗି ୪କୋଟି ୧୦ଲକ୍ଷ ୫୦ହଜାର, ଏକତାଳିଠାରେ ୧କୋଟି ୪୦ଲକ୍ଷ, ନରଣପୁର ଓ ଶ୍ରୀକଣ୍ଠପୁରଠାରେ ୭ କୋଟି ୬୨ଲକ୍ଷ ୬୫ହଜାର, ମହମ୍ମଦନଗରପାଟଣାଠାରେ ୮କୋଟି ଟଙ୍କା, ପାଳସାହିଠାରେ ୩କୋଟି ୭୫ଲକ୍ଷ ୫୦ହଜାର, ଜମାଳପୁର ଓ ସାନରାଉତପଡାଠାରେ ୬ କୋଟି ୬୬ଲକ୍ଷ ୫୦ହଜାର, କୁମ୍ଭୀରଗଡି ଭୂଷଣ୍ଡେସର ମନ୍ଦିର ନିକଟରେ ୩କୋଟି ୯୬ଲକ୍ଷ ୫୦ହଜାର, କିର୍ତ୍ତନୀୟା ଜେଟିଠାରେ ୧୬କୋଟି ୯୧ଲକ୍ଷ ୭୪ହଜାର ଓ ଉଲୁଡା-ଖଳାବାଡିଆ ଟିଆର୍‌ଇ ୩କୋଟି ୧୬ଲକ୍ଷ ୭୮ହଜାର ଟଙ୍କାର ଅନୁମୋଦନ ଯଥାକ୍ରମେ ଟିଏସି ଓ ଏଚ୍‌ପିସିଠାରୁ ମିଳିସାରିଛି। କେବଳ ଜଳେଶ୍ୱର ରିଂବନ୍ଧ ଲାଗି ଗୋବରଘଟା-ଲକ୍ଷ୍ମଣନାଥ ଟିଆର୍‌ଇ ଓ ଶେଖବାର୍ଡ-ଶେଖବଜାର-ଶେଖସରାଇ ଟିଆର୍‌ଇର ୧୨କି.ମି. ମଧ୍ୟରୁ ୪.୫ କି.ମି. ଲାଗି ଅର୍ଥ ମଞ୍ଜୁର ହୋଇଥିବା ବିଭାଗୀୟ ସୂତ୍ରର ଜଣାପଡିଛି। ଚଳିତବର୍ଷ ବନ୍ୟାପରେ ଜଳ ସମ୍ପଦ ବିଭାଗର କେତେକ ଉଚ୍ଚପଦସ୍ଥ କର୍ମକର୍ତ୍ତା ଏପରିକି ଇଞ୍ଜିନିୟର ଇନ୍‌ ଚିଫ ଚନ୍ଦ୍ରଶେଖର ପାଢୀ ଜଳେଶ୍ୱର ଆସି ସୁବର୍ଣ୍ଣରେଖା ନଦୀର ଦୁର୍ବଳ ନଦୀବନ୍ଧ ବୁଲି ଦେଖିଥିଲେ। ତେଣୁ ସେସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନ ହେଲେ ବହୁ ତଟବର୍ତ୍ତ ଗାଁ ନଦୀଗର୍ଭରେ ନିଶ୍ଚିହ୍ନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବହୁ ନିର୍ବାଚିତ ପ୍ରତିନିଧି, ତଥ୍ୟାଭିଜ୍ଞ ଓ ସାମାଜିକ ସଙ୍ଗଠନମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri