ସୁବର୍ଣ୍ଣଗିରି ଉଚ୍ଚ ବିଦ୍ୟାଳୟ କାମ ନିମ୍ନମାନର ଅଭିଯୋଗ

କୋଟଗଡ, ୫/୮(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ସହ ପ୍ରାଥମିକ ଶିକ୍ଷାକୁ ନୂଆ ରୂପ ଦେବାକୁ ଯୋଜନା କରୁଛନ୍ତି ା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇ ତାର ଭିତ୍ତିଭୂମି ସଜାଡିବା ଦିଗରେ ବହୁ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ଏଭଳି ସ୍କୁଲ ଅଛି ଯାହାର ଭିତ୍ତିଭୂମି ବର୍ତ୍ତମାନ ସୁଦ୍ଧା ସଜଡା ହୋଇପାରୁନି। ଟଙ୍କା ଖଚ୍ଚ ହେଉଥିଲେ ମଧ୍ୟ କାମ ନିମ୍ନ ମାନର ହେଉଛି। ଫଳରେ ସେ ପିଲମାନେ ସେଭଳି ମଧ୍ୟାହ୍ନ ଭୋଜନ ପରେ ମଧ୍ୟ ଚୁଆ ପାଣିରେ ହାତ ମୁହଁ ସହ ବାସନ ଧୋଉଛନ୍ତିି।
ଏଭଳି ସ୍କୁଲ ହେଉଛି ସୁବର୍ଣ୍ଣଗିରି ଉଚ୍ଚ ବିଦ୍ୟାଳୟ। ଯାହା କନ୍ଧମାଳ ଜିଲା କୋଟଗଡ ବ୍ଲକରେ ରହିଛି। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଯେଉଁ ସ୍କୁଲର ଭିତ୍ତିଭୂମି ଲାଗି ରାଜ୍ୟ ସରକାରଙ୍କ ୫ଟି ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କାର ପ୍ରୋଜେକ୍ଟ ଅନୁମୋଦନ ହୋଇ କାମ ମଧ୍ୟ ଚାଲିଛି। କିନ୍ତୁ ତାହା ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କାମ ହେଲା ପରେ ମଧ୍ୟ କାଦୁଅ ରାସ୍ତାରେ ପିଲାମାନେ ଯାଉଛନ୍ତି ା କୋଠା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ଠିକ୍‌ ହେଉ ନ ଥିବା ସ୍ଥାନୀୟ ଲୋକ କହିଛନ୍ତି। ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ ଲାଗି ଘର ନାହିଁ। ଛାତ୍ରୀ ଛାତ୍ର ମଧ୍ୟାନ୍ନ ଭୋଜନ ପରେ ନାଳ ପାଣିରେ ହାତ ଓ ବାସନ ଧୋଉଥିବା ଦେଖିବାକୁ ମିଳୁଛି ା ପିଇବା ପାଇଁ ପାଣି ନାହିଁ। ଶ୍ରେଣୀଗୃହକୁ ଯିବାକୁ ଯେଉଁ ପାହାଚ କରାଯାଇଛି ଯାହା ଅତି ନିମ୍ନମାନର। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହେଉଛି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଭଲ ଭାବେ କାର୍ଯ୍ୟ କରିବାକୁ ସୁବର୍ଣ୍ଣଗିରି ସରପଞ୍ଚ ସନାତନ ପ୍ରଧାନଙ୍କ ସମେତ ଡେଙ୍ଗଲା ପୂଜାରୀ, ମିଳୁ ବଡ଼ସେଟ, ଦେବାଶିଷ ବେହେରଦଳେଇ ପ୍ରମୁଖ ଦାବି କରିଛନ୍ତି। ଏନେଇ ତତ୍କାଳୀନ ଯନ୍ତ୍ରୀ ବିଜୟ କୁମାର ପାତ୍ରଙ୍କୁ ପଚାରିବାରୁ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ତରବର କରିବା ଯୋଗୁ କାମ ଏହିଭଳି ହୋଇଥିବା ପ୍ରକାଶ କରିଛନ୍ତି। ଏହା ପରେ ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ପରେ ଚିଠି ନଂ.୧୭୧୦/ତା ୧୬ା୬ା୨୨ ପ୍ରକାରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କୁ ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ଦାୟିତ୍ୱ ଦିଆଯାଇଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ୱମ୍ଭର ବଳିଆରସିଂଙ୍କୁ ପଚାରିବାରୁ ଆମେ କାମ ବିଷୟରେ ଠିକାଦାରଙ୍କୁ କହୁଥିଲେ ମଧ୍ୟ ସେ ଆମ କଥା ଶୁଣି ନ ଥିଲେ। ଉକ୍ତ କାର୍ଯ୍ୟକୁ ତଦାରଖ କରି ତୁରନ୍ତ ଶେଷ କରିବାକୁ ବିଡିଓଙ୍କୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri