ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ସବଇନ୍ସପେକ୍ଟର: କାର୍ଯ୍ୟରୁ ହେଲେ ନିଲମ୍ବିତ

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର):ପୋଲିସ ହେପାଜତରେ ଥିବା ଦୁର୍ଘଟଣାଗ୍ରସ୍ତ ହାଇୱାରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସାମଗ୍ରୀ (ଯନ୍ତ୍ରାଂଶ ଓ ଟାୟାର ଆଦି) ଚୋରି ହେବା ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସନାତନ ମହାରଣା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱହୀନତା ଏବଂ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ଯୋଗୁ ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚମାସ ୧୪ ତାରିଖ ଦିନ ସମ୍ବଲପୁର ଜିଲା ରେଢାଖୋଲ ଥାନାଞ୍ଚଳ ବନ୍ଧୁପାଲି ଗ୍ରାମର ମହେନ୍ଦ୍ର ପ୍ରଧାନଙ୍କ ହାଇୱା ଗାଡି (ନଂ-ଓଡି୨୩ଜି୦୬୯୧) ଦେବଗଡ ଜିଲା କୁଣ୍ଢେଇଗୋଳା ଥାନାଂଚଳର ବୁଢାପାଳ ପଟୁ ଆସୁଥିଲା । ହାଇୱାଟି ବୁଢାପାଳରୁ ପ୍ରାୟ ୧ କି.ମି. ଦୂରରେ ସମ୍ମୁଖପଟୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ସହିତ ଧକ୍କା ହୋଇଥିଲା । ସୂଚନା ପାଇ କୁଣ୍ଢେଇଗୋଲା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଗାଡିକୁ ଜବତ କରିଥିଲା । ଏଥିସହ ହାଇୱାର ଚାଳକ ସୁକାନ୍ତ ପ୍ରଧାନ ଏବଂ ମାଲିକଙ୍କୁ ଡାକି ଆବଶ୍ୟକ କାଗଜପତ୍ର ଯାଂଚ କରିବାପରେ ଜାମିନରେ ଛାଡିଥିଲା । ତେବେ ଗତ ଜୁଲାଇ ୨୭ ତାରିଖ ସଂଧ୍ୟା ପ୍ରାୟ ୭ ଟା ସମୟରୁ ୨୮ ତାରିଖ ରାତ୍ରୀ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଜବତ ହୋଇଥିବା ତାଙ୍କର ଦୁର୍ଘଟଣାଗ୍ରସ୍ତ ହାଇୱାଟି ବୁଢାପାଳର ଏକ ଟାୟାର ଦୋକାନ ସମ୍ମୁଖରେ ରହିଥିବା ମାଲିକ ମହେନ୍ଦ୍ର ଜାଣିବାକୁ ପାଇଥିଲେ।

ଅନ୍ୟପକ୍ଷରେ ଜୁଲାଇ ୨୯ ତାରିଖ ସକାଳ ୬ଟାରେ ଉକ୍ତ ହାଇୱାଟି କୁଣ୍ଢେଇଗୋଳା ଥାନା ସମ୍ମୁଖରେ ରହିଥିବା ଜାଣିବାକୁ ପାଇଥିଲେ । ତେବେ ଦୁର୍ଘଟଣା ସମୟରେ ଉକ୍ତ ହାଇୱାର ସମ୍ମୁଖ ଭାଗ ଯେତିକି କ୍ଷତିଗ୍ରସ୍ତ ହୋଇଥିଲା ସଂପ୍ରତି ତାଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ରିମ ସହିତ ୧୩ଗୋଟି ଟାୟାର,୨ଗୋଟି ବ୍ୟାଟେରୀ , ୪ ଗୋଟି ରିମ ଏକ୍ସେଲ, ପ୍ରୋପାଇଲର ସାଫ୍ଟ, ୨ଗୋଟି ଟେଲ ଫ୍ଲେଂଚ, ଥ୍ରୋ ସାଫ୍ଟ ,ଟ୍ରଲି ହାଇଡ୍ରୋଲିକ ଜେକ ଓ ଫାଉଂଡେସନ , ୨ ଗୋଟି ସ୍ମଲ ଜେକ, ୮ ଗୋଟି କ୍ୟାବିନ କ୍ୱାର୍ଟର ଗ୍ଲାସ, ଡିଜେଲ ଏବଂ ଡିଜେଲ ଟ୍ୟାଙ୍କ କ୍ୟାପ, ଟାଇରଡ, ୮୦ ଗୋଟି ହବ ବୋଲ୍ଟ, ସାଫ୍ଟ ବୋଲ୍ଟ ଓ ଚେକ ନଟ ଏବଂ ସ୍ଟେପିନୀ ବ୍ରାକେଟ ଆଦି ଅଧାରୁ ଅଧିକ ଯନ୍ତ୍ରାଂଶ(ପ୍ରାୟ ୧୧ ଲକ୍ଷ ଟଙ୍କା ମୂଲ୍ୟର) ଚୋରିହୋଇଥିବା ମାଲିକ ଜାଣିବାକୁ ପାଇଥିଲେ ।
ଏନେଇ ସେ ଗତ ୫ ତାରିଖ ଦିନ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ କେଶ ନଂ- ୧୬୪/୨୫ ତା-୦୫-୦୮-୨୦୨୫ ରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଲାଇଥିଲା । ଗତ ୬ ତାରିଖରେ ଏ ଘଟଣାରେ ପୋଲିସ କୁଣ୍ଢେଇଗୋଳା ଥାନାଂଚଳ ଗାଡିଆପାଳ ଗ୍ରାମର ସଞ୍ଜୟ ନାୟକ, ଜିତେନ୍ଦ୍ର ନାୟକ ଓ ଆଠଗଡ ଥାନା ତଲଗଡ ଗ୍ରାମର ପ୍ରଭାସ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ଏନେଇ କୁଣ୍ଢେଇଗୋଳା ଥାନା ପୋଲିସର ଭୁମୀକା ଏବଂ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଏନେଇ ହାଇୱା ମାଇଲ ଶ୍ରୀ ପ୍ରଧାନ ଏନେଇ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ । ଫଳରେ ଏଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଅଧାରରେ ଦୁର୍ଘଟଣାଗ୍ରସ୍ତ ହାଇୱା ଯନ୍ତ୍ରାଂଶ ଚୋରୀ ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସତାତନ ମହାରଣାଙ୍କ ଦାୟିତ୍ୱହୀନତା ଏବଂ ଚୋରି ଅଭିଯୂକ୍ତଙ୍କ ପ୍ରତି ତଙ୍କର କହଳ ମନୋଭାବ ରହିଥିବା ଜଣାପଡିଥିଲା । ଏହି ତଦନ୍ତ ରିପୋର୍ଟ ଆଧାରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମିଶ୍ର ସବ ଇନ୍ସୋକ୍ଟେର ଶ୍ରୀ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାସହ ଜିଲା ପୋଲିସ ମୂଖ୍ୟାଳୟରେ ତାଙ୍କର ହେଡକ୍ୱାର୍ଟର ଫିକ୍ସ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri