ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସବ୍‌ଡିଭିଜନ ମାନ୍ୟତା

ଓଡ଼ଗାଁ,୧୬ା୧୦(ଆଦର୍ଶ କୁମାର ପଟ୍ଟନାୟକ): ସାରା ରାଜ୍ୟରେ ଓଡ଼ଗାଁ ସମେତ ୧୪୪ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ରାଜ୍ୟପାଳଙ୍କ ଅନୁମୋଦନ ମିଳିସାରିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧୧ ତାରିଖରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିରେ ସମସ୍ତ ନୂତନ ୧୪୪ ଗ୍ରାମ୍ୟ ଉନ୍ନୟନ ବିଭାଗ ସବ୍‌ ଡିଭିଜନ ଖୋଲିବା ନିମନ୍ତେ ଆବଶ୍ୟକ ୧୪୪ ଜୁନିୟର କିରାଣୀ ପଦବୀ ପାଇଁ ଆର୍ଥିକ ଅନୁମୋଦନ ନିମନ୍ତେ ବିଭାଗ ତରଫରୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏହି ତାଲିକାରେ ଓଡ଼ଗାଁ ସମେତ ଜିଲାର ଗଣିଆ ଓ ଭାପୁର ସ୍ଥାନ ପାଇଛି। ଅନ୍ୟପକ୍ଷେ ଓଡ଼ଗାଁରେ ଅବସ୍ଥିତ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅତ୍ୟନ୍ତ ଅବହେଳିତ ଓ ଅବ୍ୟବହୃତ ଅବସ୍ଥାରେ ଦୀର୍ଘ ଦିନରୁ ରହିଛି। ସେଠାକୁ ବହୁ ବର୍ଷ ଧରି କେହି ଆସି ନାହାନ୍ତି। ଏହି କାର୍ଯ୍ୟାଳୟରେ ବିଦ୍ୟୁତ୍‌ ନ ଥିବା ଦର୍ଶାଇ ଉକ୍ତ ଅଫିସକୁ କେହି ଆସୁ ନ ଥିବା ବେଳେ ସବ୍‌ଡିଡ଼ିଜନ ମାନ୍ୟତା ପାଇବା ପରେ ଉକ୍ତ କାର୍ଯ୍ୟାଳୟର ଭାଗ୍ୟରେ ପରିବର୍ତ୍ତନ ଆସିବା ସମ୍ଭାବନା ଦେଖା ଦେଇଛି। ଅନ୍ୟପକ୍ଷେ ଓଡ଼ଗାଁରେ ସବ୍‌ଡିଭିଜନ ଖୋଲିବା ପରେ ଉକ୍ତ ବ୍ଲକ ଅଧୀନ ଶରଣକୁଳ ଓ ଓଡ଼ଗାଁରେ ରହିଥିବା ୨ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ୩୬ ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ଆସିବା ନେଇ ଲୋକେ ଆଶାବାଦୀ ଅଛନ୍ତି।
ହେଲେ ସରକାରୀ ଅନୁମୋଦନ ପାଇବା ପରେ ଏଠାରେ ସବ୍‌ଡିଭିଜନ ଅଫିସ ଖୋଲିବାକୁ ଘୋଷଣାକୁ ନେଇ ହେଉଥିବା ବିଳମ୍ବ ସମ୍ପର୍କରେ ନୟାଗଡ଼ରେ ଅବସ୍ଥାପିତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ। ତେବେ ସହକାରୀ ଯନ୍ତ୍ରୀ ସଞ୍ଜୀବ ରଥ ଆପ୍ରୁଭାଲ ଷ୍ଟେଜରେ ଥିବା କଥା କହିଥିଲେ। ନିଜ ଦପ୍ତର ଖୋଲିବା ନେଇ ପଚାରିବାରେ ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?