ଗର୍ଭାବସ୍ଥାରେ ବି ଲାଗିବେ ଷ୍ଟାଇଲିସ୍‌

ଗର୍ଭାବସ୍ଥାରେ ଶରୀରର ଗଠନ ବଦଳିଯାଉଥିବାରୁ ଅନେକଙ୍କୁ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ଚିନ୍ତା ବଢ଼ିଯାଏ। ହେଲେ କେତୋଟି ଫ୍ୟାଶନ ଆଇଡିଆ ଆପଣେଇଲେ ଗର୍ଭାବସ୍ଥାରେ ଷ୍ଟାଇଲିସ୍‌  ଲାଗି ପାରିବେ…

ପ୍ରଥମ କଥା ହେଉଛି ଷ୍ଟାଇଲିସ୍‌ ଲାଗିବା ନିଶାରେ ଯେକୌଣସି ପୋଷାକ ପିନ୍ଧି କମ୍ଫର୍ଟେବଲ୍‌ ଲାଗୁଥିବା ପୋଷାକ ପିନ୍ଧନ୍ତୁ। ଯଦି ଆପଣଙ୍କର ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିବା ପସନ୍ଦ ତେବେ ପ୍ଲାଜୋ ଏସମୟରେ ସବୁଠୁ ଅରାମଦାୟକ ଲାଗିବ। ଏହା ସହିତ ଟି ଶାର୍ଟ କିମ୍ବା ଶର୍ଟ କୁର୍ତ୍ତୀ ଭଲ ଲାଗିବ। ଅଧିକ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଆପଣ ଏହା ସହ ଷ୍ଟୋଲ କିମ୍ବା ସ୍କାର୍ଫ ଟ୍ରାଏ କରିପାରିବେ। ଯଦି ଜିନ୍ସ ପସନ୍ଦ ତେବେ ବିଭିନ୍ନ ବ୍ରାଣ୍ଡେଡ୍‌ କମ୍ପାନୀ ପକ୍ଷରୁ ଗର୍ଭାବସ୍ଥା ଲାଗି ପ୍ରସ୍ତୁତ କରାଯାଉଥିବା ସ୍ପେଶାଲ ଜିନ୍ସ ପିନ୍ଧିପାରିବେ।
ପାର୍ଟି କିମ୍ବା ଫଙ୍କସନ୍‌ ଲାଗି ଲଙ୍ଗ୍ସ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସବୁଠୁ ବେଷ୍ଟ ଅପ୍ସନ। ଏଥିରେ ଆପଣଙ୍କ ପରିବର୍ତ୍ତିତ ଫିଗର ମଧ୍ୟ ଜଣାପଡ଼ିବାର ଟେନ୍‌ଶନ୍‌ ନାହିଁ।
କୁଲ୍‌ କଟନ ଟପ୍ସ କିମ୍ବା ଏ-ଲାଇନ୍‌, ବେଷ୍ଟ ଲାଇନ୍‌ ଡ୍ରେସ୍‌ ବି ଏ ସମୟରେ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ।
କଟନ କୁର୍ତ୍ତୀ ମଧ୍ୟ ଆପଣଙ୍କ ପାଇଁ ଭଲ ଅପ୍ସନ। ଏହା ନା କେବଳ ଦେଖିବାକୁ ସୁନ୍ଦର ବରଂ ବେଶ୍‌ ଆରାମଦାୟକ ମଧ୍ୟ।
ଡ୍ରେସ୍‌ ସହିତ ମ୍ୟାଚିଂ ଜୁଏଲେରୀ ପିନ୍ଧିବା ପସନ୍ଦ ହୋଇଥିଲେ ଭାରି ଜୁଏଲେରୀ ବଦଳରେ ଛୋଟ ଏବଂ ହାଲୁକା ଇୟରରିଂ, ଡିଜାଇନର୍‌ ଚୁଡ଼ି ଏବଂ ପତଳା ଚେନ୍‌ ପକାଇ ପାରିବେ।
ଏ ସମୟରେ ହାଇ ହିଲ୍‌ ପରିବର୍ତ୍ତେ ଆକର୍ଷଣୀୟ ଡିଜାଇନ୍‌ର ଫ୍ଲାଟ୍‌ ଚପଲ ପିନ୍ଧି ଫ୍ୟାଶନେବଲ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri