ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ ଭେରାଇଟି ତଥା ଡିଜାଇନ୍‌ର ଆଉଟ୍‌ଫିଟ୍‌ ପିନ୍ଧୁଛନ୍ତି। ତେବେ ବର୍ତ୍ତମାନ ଫର୍ମାଲ୍‌, କାଜୁଆଲ୍‌ କିମ୍ବା ପାର୍ଟିଓ୍ବେର ଭାବେ ଅଧିକାଂଶ ସ୍କଟ୍‌ ପିନ୍ଧୁଛନ୍ତି। ଯଦି ଆପଣଙ୍କୁ ବି ସ୍କଟ୍‌ ପିନ୍ଧିବା ପସନ୍ଦ, ତେବେ କେଉଁ ପ୍ରକାର ସ୍କଟ୍‌ କେବେ ପିନ୍ଧିଲେ ଭଲ ଲାଗିବେ, ଜାଣି ରଖନ୍ତୁ ଟିପ୍ସ…

ଲେୟାର୍ଡ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ଟି ଲେୟାର ଲେୟାର ହୋଇ ରହିଥାଏ। ଏହାର ଉଭୟ ଲଙ୍ଗ୍‌ ଏବଂ ଶର୍ଟ ସାଇଜ୍‌ ରହିଛି। ପ୍ରାୟତଃ ସବୁ ଲେୟାର ସମାନ ରଙ୍ଗର ହୋଇଥାଏ। ଏହାକୁ ବାହାରକୁ ବୁଲିବାକୁ ଗଲାବେଳେ କିମ୍ବା ସାଙ୍ଗମାନଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲାବେଳେ ପିନ୍ଧିପାରିବେ, ଯାହା ଆପଣଙ୍କୁ କମ୍ଫର୍ଟେବଲ୍‌ ଫିଲ୍‌ କରାଇବ।
ମର୍‌ମେଡ୍‌ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ ଦେଖିବାକୁ ମାଛ ଆକାରର। ଏହାର ଉପର ଭାଗଟି ଅଳ୍ପ ଓସାରିଆ, ମଝି ଅଂଶଟି ସରୁ ଏବଂ ତଳ ଭାଗଟି ପୂରା ଖୋଲି ହୋଇ ରହିଥାଏ। କାଜୁଆଲ୍‌ ଅପେକ୍ଷା ଫରମାଲ୍‌ରେ ଏହା ବେଶି ଭଲ ଲାଗିଥାଏ। କୌଣସି ପାର୍ଟି କିମ୍ବା ଫଙ୍କ୍‌ସନ୍‌କୁ ପିନ୍ଧିକି ଗଲେ ଆପଣ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ।
ପେନ୍‌ସିଲ୍‌ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ ସିଧା ଏବଂ ବଡି ସହ ପୂରା ଫିଟ୍‌ ହୋଇ ରହିଥାଏ। ଏହାକୁ ମୁଖ୍ୟତଃ ଫର୍ମାଲ୍‌ ଓ୍ବେର୍‌ ଭାବେ ବ୍ୟବହାର କରାଯାଏ। ପ୍ରଫେସନାଲ୍‌ ଏବଂ ବିଜିନେସ୍‌ କରୁଥିବା ମହିଳାମାନେ ଏହାକୁ ଅଧିକ ପିନ୍ଧି ଅନ୍ୟମାନଙ୍କଠାରୁ ୟୁନିକ୍‌ ଲାଗିଥା’ନ୍ତି।
ରଫଲ୍ଡ ସ୍କଟ୍‌-ଏହି ସ୍କଟ୍‌ଟି ପୂରା ରଫଲ୍‌ ହୋଇ ରହିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ଫନି ମଧ୍ୟ। ଏହାର ଡିଫରେଣ୍ଟ କଲର୍‌ ଏବଂ ସାଇଜ୍‌ ରହିଛି। ତେଣୁ ଆପଣ ଚାହିଁଲେ ନିଜ ମନ ମୁତାବକ କିଣିପାରିବେ। ଏହାକୁ ଯେକୌଣସି ଅକେଜନ୍‌ରେ ପିନ୍ଧିଲେ ଷ୍ଟାଇଲିସ୍‌ ଏବଂ ଗର୍ଜିୟସ୍‌ ଲାଗିବେ।
ଟ୍ରାଉଜର୍‌ ସ୍କଟ୍‌- ଏହା କିଛି ମାତ୍ରାରେ ଦେଖିବାକୁ ପେନ୍‌ସିଲ୍‌ ସ୍କଟ୍‌ ଭଳି, କିନ୍ତୁ ଏହାର ମଝି ଅଂଶଟି ସରୁ ନୁହେଁ। ଏହାର ଆଗପଟ ଦେଖିବାକୁ ଟ୍ରାଉଜର୍‌ ପ୍ୟାଣ୍ଟ ଭଳି। ଏହା ବହୁତ ଷ୍ଟ୍ରେଟ୍‌ ହୋଇଥାଏ। ଏଥିରେ ସିମ୍ପଲ୍‌ ଅର୍ନାମେଣ୍ଟସ୍‌ ପିନ୍ଧିବେ, ଯାହା ଆପଣଙ୍କୁ ଆକର୍ଷଣୀୟ ଲୁକ୍‌ ଦେବ।
ଟୁଟୁ ସ୍କଟ୍‌- ଏହାକୁ ଟୁଲେ ସ୍କଟ୍‌ ମଧ୍ୟ କୁହାଯାଏ। ଏହାକୁ ସାଧାରଣତଃ ଛୋଟ ପିଲା ଏବଂ ଡ୍ୟାନ୍‌ସରମାନେ ବେଶି ପସନ୍ଦ କରିଥା’ନ୍ତି। ପିନ୍ଧିଥିବା ସ୍କଟ୍‌ କଲର୍‌ ସହ ମ୍ୟାଚିଂ କରି ଶୁ’ ପିନ୍ଧିଲେ ଆପଣ ସୁନ୍ଦର ଦିଶିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri