ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ ଭେରାଇଟି ତଥା ଡିଜାଇନ୍‌ର ଆଉଟ୍‌ଫିଟ୍‌ ପିନ୍ଧୁଛନ୍ତି। ତେବେ ବର୍ତ୍ତମାନ ଫର୍ମାଲ୍‌, କାଜୁଆଲ୍‌ କିମ୍ବା ପାର୍ଟିଓ୍ବେର ଭାବେ ଅଧିକାଂଶ ସ୍କଟ୍‌ ପିନ୍ଧୁଛନ୍ତି। ଯଦି ଆପଣଙ୍କୁ ବି ସ୍କଟ୍‌ ପିନ୍ଧିବା ପସନ୍ଦ, ତେବେ କେଉଁ ପ୍ରକାର ସ୍କଟ୍‌ କେବେ ପିନ୍ଧିଲେ ଭଲ ଲାଗିବେ, ଜାଣି ରଖନ୍ତୁ ଟିପ୍ସ…

ଲେୟାର୍ଡ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ଟି ଲେୟାର ଲେୟାର ହୋଇ ରହିଥାଏ। ଏହାର ଉଭୟ ଲଙ୍ଗ୍‌ ଏବଂ ଶର୍ଟ ସାଇଜ୍‌ ରହିଛି। ପ୍ରାୟତଃ ସବୁ ଲେୟାର ସମାନ ରଙ୍ଗର ହୋଇଥାଏ। ଏହାକୁ ବାହାରକୁ ବୁଲିବାକୁ ଗଲାବେଳେ କିମ୍ବା ସାଙ୍ଗମାନଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲାବେଳେ ପିନ୍ଧିପାରିବେ, ଯାହା ଆପଣଙ୍କୁ କମ୍ଫର୍ଟେବଲ୍‌ ଫିଲ୍‌ କରାଇବ।
ମର୍‌ମେଡ୍‌ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ ଦେଖିବାକୁ ମାଛ ଆକାରର। ଏହାର ଉପର ଭାଗଟି ଅଳ୍ପ ଓସାରିଆ, ମଝି ଅଂଶଟି ସରୁ ଏବଂ ତଳ ଭାଗଟି ପୂରା ଖୋଲି ହୋଇ ରହିଥାଏ। କାଜୁଆଲ୍‌ ଅପେକ୍ଷା ଫରମାଲ୍‌ରେ ଏହା ବେଶି ଭଲ ଲାଗିଥାଏ। କୌଣସି ପାର୍ଟି କିମ୍ବା ଫଙ୍କ୍‌ସନ୍‌କୁ ପିନ୍ଧିକି ଗଲେ ଆପଣ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ।
ପେନ୍‌ସିଲ୍‌ ସ୍କଟ୍‌- ଏହି ପ୍ରକାର ସ୍କଟ୍‌ ସିଧା ଏବଂ ବଡି ସହ ପୂରା ଫିଟ୍‌ ହୋଇ ରହିଥାଏ। ଏହାକୁ ମୁଖ୍ୟତଃ ଫର୍ମାଲ୍‌ ଓ୍ବେର୍‌ ଭାବେ ବ୍ୟବହାର କରାଯାଏ। ପ୍ରଫେସନାଲ୍‌ ଏବଂ ବିଜିନେସ୍‌ କରୁଥିବା ମହିଳାମାନେ ଏହାକୁ ଅଧିକ ପିନ୍ଧି ଅନ୍ୟମାନଙ୍କଠାରୁ ୟୁନିକ୍‌ ଲାଗିଥା’ନ୍ତି।
ରଫଲ୍ଡ ସ୍କଟ୍‌-ଏହି ସ୍କଟ୍‌ଟି ପୂରା ରଫଲ୍‌ ହୋଇ ରହିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ଫନି ମଧ୍ୟ। ଏହାର ଡିଫରେଣ୍ଟ କଲର୍‌ ଏବଂ ସାଇଜ୍‌ ରହିଛି। ତେଣୁ ଆପଣ ଚାହିଁଲେ ନିଜ ମନ ମୁତାବକ କିଣିପାରିବେ। ଏହାକୁ ଯେକୌଣସି ଅକେଜନ୍‌ରେ ପିନ୍ଧିଲେ ଷ୍ଟାଇଲିସ୍‌ ଏବଂ ଗର୍ଜିୟସ୍‌ ଲାଗିବେ।
ଟ୍ରାଉଜର୍‌ ସ୍କଟ୍‌- ଏହା କିଛି ମାତ୍ରାରେ ଦେଖିବାକୁ ପେନ୍‌ସିଲ୍‌ ସ୍କଟ୍‌ ଭଳି, କିନ୍ତୁ ଏହାର ମଝି ଅଂଶଟି ସରୁ ନୁହେଁ। ଏହାର ଆଗପଟ ଦେଖିବାକୁ ଟ୍ରାଉଜର୍‌ ପ୍ୟାଣ୍ଟ ଭଳି। ଏହା ବହୁତ ଷ୍ଟ୍ରେଟ୍‌ ହୋଇଥାଏ। ଏଥିରେ ସିମ୍ପଲ୍‌ ଅର୍ନାମେଣ୍ଟସ୍‌ ପିନ୍ଧିବେ, ଯାହା ଆପଣଙ୍କୁ ଆକର୍ଷଣୀୟ ଲୁକ୍‌ ଦେବ।
ଟୁଟୁ ସ୍କଟ୍‌- ଏହାକୁ ଟୁଲେ ସ୍କଟ୍‌ ମଧ୍ୟ କୁହାଯାଏ। ଏହାକୁ ସାଧାରଣତଃ ଛୋଟ ପିଲା ଏବଂ ଡ୍ୟାନ୍‌ସରମାନେ ବେଶି ପସନ୍ଦ କରିଥା’ନ୍ତି। ପିନ୍ଧିଥିବା ସ୍କଟ୍‌ କଲର୍‌ ସହ ମ୍ୟାଚିଂ କରି ଶୁ’ ପିନ୍ଧିଲେ ଆପଣ ସୁନ୍ଦର ଦିଶିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri