ବିପଦସଙ୍କୁଳ କୋଠାରେ ପାଠପଢ଼ା

ବେହେରା, ୧୨।୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକରେ ଥିବା ଅନେକ ବିପଦସଙ୍କୁଳ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢ଼ା ଚାଲିଛି। ବ୍ଲକର ବେହେରା ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ୧ (ବାଙ୍କିମୁଣ୍ଡା) କୋଠା କାନ୍ଥଗୁଡିକରେ ବଡବଡ ଫାଟ ସୃଷ୍ଟି ହେବା ସହ ଲୁହାଛଡଗୁଡିକ ବାହାରକୁ ଦେଖାଯାଉଛି। ବର୍ଷା ଦିନରେ ଛାତରୁ ପାଣି ଗଳିବା ସହ ସିମେଣ୍ଟ ଖଣ୍ଡଗୁଡିକ ଖସିପଡ଼ୁଛି। ସେଠାରେ ବସୁଥିବା କୋମଳମତି ଛାତ୍ରୀଛାତ୍ର, ଅଙ୍ଗନୱାଡି କର୍ମୀ, ସହାୟିକାଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି କେନ୍ଦ୍ର ନଂ ୩ ବିପଦସଙ୍କୁଳ ଅବସ୍ଥାରେ ଥିବା ଯୋଗୁ କେନ୍ଦ୍ରରେ ତାଲା ପକାଇ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ନଂ ୪ ଓ ଗଇନ୍ତାପଡା କେନ୍ଦ୍ର ଏ ଯାବତ ନୂତନ ବିଲ୍ଡିଂ ନିର୍ମାଣ ହୋଇ ପାରିନାହିଁ। ତେଣ୍ଡାପାଳି ପଞ୍ଚାୟତସ୍ଥ ନିମପଡା ଅଙ୍ଗନୱାଡି କେନ୍ଦ୍ରର ନୂତନ ବିଲ୍ଡିଂ ଜଣେ ଠିକାଦାର ୪ ବର୍ଷ ତଳେ ନିର୍ମାଣ କରୁଥିବା ବେଳେ ନିମ୍ନମାନ କର୍ଯ୍ୟ ପାଇଁ ଗ୍ରାମବାସୀ ଅଭିଯୋଗ କରିବାରୁ ସେହି ଦିନଠାରୁ କାମ ବନ୍ଦ ପଡିରହିଛି। ଧଅଁରପୁର ପଞ୍ଚାୟତର କେନ୍ଦ୍ର ନଂ ୨ର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ୨୦୧୬ରୁ ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେହି ପଞ୍ଚାୟତର କେନ୍ଦ୍ର ନଂ ୧ ଗତ ୬ ବର୍ଷ ହେଲା ସମ୍ପୂର୍ଣ୍ଣ ଭୁଷୁଡି ପଡି ଥିଲେ ମଧ୍ୟ ପୁନଃ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ଧର୍ମଗଡ ସିଡିପିଓ ସୁଚରିତା ମହାପାତ୍ରଙ୍କୁ ପଚାରିବାରୁ କୋଠା ନ ହେଲେ ଆମେ କିଛି କରିପାରିବୁ ନାହିଁ। ତାହା ବିଡିଓ କହି ପାରିବେ। କୋଠା ସମ୍ପର୍କରେ ବୁଝିବା ଆମ କାମ ନୁହେଁ ବୋଲି କଥାକୁ ଏଡାଇ ଦେଇଥିଲେ।
ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପାଦିତ ହେଉଥିବା ବେଳେ ଏପରି ଅବ୍ୟବସ୍ଥା ପ୍ରକୃତ କାର୍ଯ୍ୟକାରିତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ର କର୍ମୀମାନେ ପ୍ରକାଶ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri